www.samajalive.in
Sunday, December 7, 2025
14.1 C
Bhubaneswar

ଅମିତ ଶାହାଙ୍କୁ ପିପିଲିରେ ଭବ୍ୟ ସ୍ୱାଗତ

ପିପିଲି: ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ ପିପିଲିର ବିଭିନ୍ନ ସ୍ଥାନରେ ଦଳୀୟ ନେତା,କର୍ମୀ ଓ ସମର୍ଥକ ମାନେ ଭବ୍ୟ ସ୍ୱାଗତ କରିଛନ୍ତି । ବିଜେପି ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ଯୋଗଦେବା ଲାଗି ସୋମବାର ପୁରୀ ଯିବା ବେଳେ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ତାଙ୍କୁ ଫୁଲ ତୋଡା ଦେଇ ଭବ୍ୟ ସ୍ୱାଗତ କରାଯାଇଥିଲା ।

ପିପିଲିର ମଙ୍ଗଳପୁର ବଜାର ଠାରେ ବିଜେପି ନେତା ଆଶ୍ରୀତ ପଟ୍ଟନାୟକଙ୍କ ସମେତ ବରିଷ୍ଠ ନେତା ଡାକ୍ତର ନବକିଶୋର ରାଉତ, ପ୍ରଦୀପ ପାତ୍ର, ଶ୍ୱେତ କୁମାର ନାୟକ, ମିନତୀ ବଳିୟାରସିଂ, ସୁଧାଂଶୁ ପରିଡା, କୃତିବାସ ମହାପାତ୍ର, ଇଶ୍ୱର ପ୍ରସାଦ ଦାଶ, ପ୍ରସନ୍ନ ସ୍ୱାଇଁ, ଭାରତୀ ପରିଡା, ଗୀତାଞ୍ଜଳୀ ମିଶ୍ର ପ୍ରମୁଖ ଶ୍ରୀ ଶାହାଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୁଲତୋଡା ଦେଇ ସ୍ୱାଗତ କରିଥିଲେ । କଳଘୋଡା ନୃତ୍ୟ, ଚାନ୍ଦୁଆ ଛତି, ତ୍ରାସର ସାଜସଜ୍ଜା ମଧ୍ୟରେ ଦଳୀୟ କର୍ମୀ ଓ ସମର୍ଥକ ମାନେ ରାସ୍ତା ପାଶ୍ୱର୍ରେ ଧାଡିରେ ଠିଆ ହୋଇ ବିଭିନ୍ନ ସ୍ଲୋଗାନ ଦେଇ ତାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ । ସେହିପରି ଉତ୍ତରାବଜାର ଓ ସାତଶଙ୍ଖ ବଜାର ଠାରେ ମଧ୍ୟ ଦଳୀୟ ନେତା, କର୍ମୀ ଓ ସମର୍ଥକ ମାନେ ଶ୍ରୀ ଶାହାଙ୍କୁ ସ୍ୱାଗତ କରିଥିଲେ ।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories