www.samajalive.in
Sunday, December 7, 2025
26.1 C
Bhubaneswar

ଅସହାୟ ଆମେରିକା

ନୂଆଦିଲ୍ଲୀ :କରୋନାର କ୍ରମବର୍ଦ୍ଧିଷ୍ଣୁ କାୟା ନିକଟରେ ଆମେରିକା ଅସହାୟ ହୋଇପଡିଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ମାର୍କିନ୍ ପ୍ରଶାସନ ମଧ୍ୟ ବର୍ଦ୍ଧିତ ଆକ୍ରାନ୍ତ ଓ ମୃତ୍ୟୁ ରୋକିବାରେ ବ୍ୟର୍ଥ ହୋଇଛନ୍ତି । ଏହି ସମୟରେ ସେ ଦେଶର ଜାତୀୟ ଇନ୍‌ଷ୍ଟିଚ୍ୟୁଟ ଅଫ ଏଲର୍ଜି ଆଣ୍ଡ ଇନ୍‌ଫେକ୍ସନ ଡିଜିଜ୍‌ ପ୍ରତିଷ୍ଠାନର ନିର୍ଦ୍ଦେଶକଙ୍କ ଆକଳନ ଟ୍ରମ୍ପ ପ୍ରଶାସନ ଚିନ୍ତାକୁ ଆହୁରି ବଢାଇ ଦେଇଛି । ସେ କହିଛନ୍ତି, କରୋନା ଭାଇରସ ଟ୍ରମ୍ପ ସରକାରଙ୍କ ଅବସ୍ଥାକୁ ଆହୁରି ଖରାପ କରିଦେବ । ସଂସ୍ଥାର ନିର୍ଦ୍ଦେଶକ ଡା.ଏନ୍ଥୋନ୍ନୀ ଫୌସୀଙ୍କ ଅନୁମାନ ଅନୁଯାୟୀ, ଆଗାମୀ ଅଳ୍ପ ଦିନ ମଧ୍ୟ ଆମେରିକାର ଲକ୍ଷାଧିକ ଲୋକ କୋଭିଡ-୧୯ର ଶିକାର ପାଲଟିବେ । ଏପରିକି ଏକ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇପାରେ ବୋଲି ସେ ଆକଳନ କରିଛନ୍ତି ।

ଆମେରିକାର ନ୍ୟୁୟର୍କ ସହରରେ କରୋନାର ପ୍ରଭାବ ସବୁଠାରୁ ଅଧିକ । ନ୍ୟୁୟର୍କର ହଜାର ହଜାର ଲୋକ କୋଭିଡ-୧୯ ସଂକ୍ରମିତ ହେଲେଣି । ହେଲେ ଟ୍ରମ୍ପ ସରକାର କରୋନା ରୋକିବା ନିମନ୍ତେ କ୍ୱାରେଣ୍ଟାଇନ କରିବା ନିଷ୍ପତ୍ତି ନେଇ ନାହାନ୍ତି । ଆମେରିକାରେ ରବିବାର ସୁଦ୍ଧା ୧.୩ ଲକ୍ଷ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି ଏବଂ ୨୩୦୦ରୁ ଅଧିକ ଲୋକ ମୃତ୍ୟୁ ବରଣ କରିଛନ୍ତି ।

- Advertisement -

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories