ସମାଜ ପୋର୍ଟାଲ ଡେସ୍କ : ଆଜି ବି ଆର୍ ଆମ୍ବେଦକର ଙ୍କ ୧୨୯ତମ ଜନ୍ମ ଜୟନ୍ତୀ । ୧୯୩୦ ମହିସାରେ ଯେତେବେଳେ ଦେଶ ସ୍ବାଧିନତା ପାଇଁ ଲଢେଇ କରୁଥିଲା, ସେତେବେଳେ ଜଣେ ବ୍ୟକ୍ତି ଦଳିତ ଓ ପଛୁଆ ବର୍ଗର ସ୍ବାର୍ଥ ପାଇଁ ସଂଘର୍ଷରତ ଥିଲେ । ସେ ହେଉଛନ୍ତି ଭାରତରତ୍ନ ବାବା ସାହେବ ଭୀମରାଓ ଆମ୍ବେଦକର ।
ଭାରତର ସମ୍ବିଧାନ ନିର୍ମାତା ,ସମାଜସେବୀ ଡ.ଭିମରାଓ ଆମ୍ବେଦକର ଜନ୍ମ ମଧ୍ୟପ୍ରଦେଶର ମହୁ ଗ୍ରାମରେ ଏପ୍ରିଲ୍ ୧୪ ତାରିଖ ୧୮୯୧ ରେ ହୋଇଥିଲା । ତାଙ୍କ ବାପାଙ୍କ ନାଁ ରାମଜୀ ମାଲୋଜୀ ସକପାଲ ଏବଂ ମାଙ୍କ ନାଁ ଭୀମାବାଇ ଥିଲା । ସେ ବାପାମା’ଙ୍କ ୧୪ ନମ୍ବର ସହ ଶେଷ ସନ୍ତାନ ଥିଲେ । ବାବା ସାହେବଙ୍କ ନାମରେ ପ୍ରସିଦ୍ଧ ଆମ୍ବେଦକର ନିଜ ପୁରା ଜୀବନ ସାମାଜିକ ଛୁଆଁଅଛୁଆଁ ଏବଂ ଜାତିବାଦ ବିପକ୍ଷରେ ସଂଘର୍ଷ କରିଥିଲେ । ଏହି ସମୟରେ ସେ ଗରିବ,ଦଳିତ ଏବଂ ଶୋଷିତ ଅଧିକାର ପାଇଁ ସଂଘର୍ଷ କରୁଥିଲେ । ବାବା ସାହେବ ଆମ୍ବେଦକରଙ୍କ ପରିବାର ମହାର ଜାତି (ଦଳିତ) ଥିଲା । ଯାହାଙ୍କୁ ସେହି ସମୟରେ ଅଛୁଆଁ ଜାତି ବୋଲି ମନାଯାଉଥିଲା । ତାଙ୍କ ପୂର୍ବପୁରୁଷ ଇଂରେଜ ସରକାରଙ୍କ ସମୟରେ ଇଷ୍ଟ ଇଣ୍ଡିଆ କମ୍ପାନୀରେ ସେନାରେ କାର୍ୟ୍ୟରତ ଥିଲେ । ତାଙ୍କ ପିତା ବ୍ରିଟିସ୍ ସେନାରେ ମହୁ ଛାୱନୀରେ ସୁବେଦାର ଥିଲେ ।
ପିଲାବେଳୁ ହିଁ ଆମ୍ବେଦକର ଅର୍ଥ ଏବଂ ସାମାଜିକ ଭେଦଭାବ ବହୁ କଠିନ ପରିସ୍ଥିତିର ସାମ୍ନା କରିଥିଲେ । ସ୍କୁଲରେ ମଧ୍ୟ ତାଙ୍କୁ ଅନେକ ଅସୁବିଧା ଦେଖିବାକୁ ପଡିଥିଲା ।ଆମ୍ବେଦକରଙ୍କ ଅସଲ ନାମ ଅମ୍ବାବାଡେକର ଥିଲା । ତାଙ୍କ ପିତା ମଧ୍ୟ ଏହି ନାମରେ ନାଁ ଲେଖାଇଥିଲେ । କିନ୍ତୁ ଜଣେ ଶିକ୍ଷକ ତାଙ୍କ ସାଜ୍ଞାକୁ ବଦଳାଇ ନିଜ ସାଜ୍ଞା ଲଗାଇଦେଇଥିଲେ । ସେହି ସମୟରେ ବାଲ୍ୟବିବାହ ପ୍ରଚଳନ ଥିବାରୁ ୧୯୦୬ ରେ ୧୫ ବର୍ଷ ବୟସରେ ତାଙ୍କ ବିବାହ ୯ ବର୍ଷର ରମାବାଇଙ୍କ ସହ ହୋଇଥିଲା ।୧୯୦୭ ରେ ସେ ଦଶମ ପାସ୍ ଏବଂ ୧୯୦୮ ରେ ସେ ଏଲଫିଷ୍ଟନ୍ କଲେଜରେ ପ୍ରବେଶ କରିଥିଲେ । ଏହି କଲେଜରେ ପ୍ରବେଶ କରିଥିବା ସେ ପ୍ରଥମ ଦଳିତ ଛାତ୍ର ଥିଲେ । ୧୯୧୨ ରେ ସେ ବମ୍ବେ ବିଶ୍ୱବିଦ୍ୟାଳୟରେ ଅର୍ଥନୀତି ଏବଂ ରାଜନୀତି ବିଜ୍ଞାନରେ ଡିଗ୍ରୀ ପ୍ରାପ୍ତ କରିଥିଲେ ।
ଜଣେ ମେଧାବୀ ଛାତ୍ର ଭାବେ ସେ ଦେଶ ,ବିଦେଶର ଅନେକ ବିଶ୍ଵବିଦ୍ୟାଳୟରୁ ପାଖାପାଖି ୩୨ ଟି ଡିଗ୍ରୀ ହାସଲ କରିଥିଲେ। ଦେଶ ସ୍ବାଧୀନ ହେବାପରେ ୨୯ ଅଗଷ୍ଟ ୧୯୪୭ରେ ସମ୍ବିଧାନ କାର୍ଯ୍ୟକାରୀ ସମିତର ଅଧ୍ୟକ୍ଷ ହୋଇଥିଲେ । ୨ ବର୍ଷ ୧୧ମାସ, ୧୮ ଦିନର ବ୍ୟବଧାନ ପରେ ୨୬ ଜାନୁଆରୀ ୧୯୫୦ରେ ସମ୍ବିଧାନ ଲାଗୁ କରିଥିଲେ। ସ୍ବାଧୀନ ଭାରତର ସେ ଥିଲେ ପ୍ରଥମ ଆଇନ ମନ୍ତ୍ରୀ ।
ଦଳିତଙ୍କ ଅତ୍ୟାଚାର ବିରୋଦ୍ଧରେ ସ୍ୱର ଉତ୍ତୋଳନ ଏବଂ ଦଳିତ ଓ ପଛୁଆ ବର୍ଗର ଉତ୍ଧାନ ପାଇଁ ସର୍ବଦା ଚେଷ୍ଟା କରୁଥିଲେ । ସେହି ପାଇଁ ସେ ’ବହିଷ୍କୃତ ଭାରତ’ , ’ମୁକ ନାୟକ’ , ’ଜନତା’ ନାମରେ ପାକ୍ଷିକ ତଥା ସାପ୍ତାହିକ ପତ୍ର ବାହାର କରିବା ଆରମ୍ଭ କରିଦେଲେ । ଦଳିତ ଓ ପଛୁଆ ବର୍ଗର ଅଧିକାର ସହ ସେ ମହିଳାଙ୍କ ଶିକ୍ଷା ଓ ସଶକ୍ତିକରକୁ ପ୍ରାଧ୍ୟାନ ହେଉଥିଲେ । କୃଷିକୁ ପ୍ରାଧ୍ୟାନ୍ୟ ଦେବା ସହ ଏହାକୁ ଉଦ୍ୟୋଗ ଭାବେ ଗ୍ରହଣ କରିବାକୁ ସେ ଆହ୍ବାନ ଦେଇଥିଲେ । ପରିଶେଷରେ ମଧୁମେହରେ ପୀଡିତ ହୋଇ ୧୯୫୬ରେ ତାଙ୍କର ପରଲୋକ ହୋଇଥିଲା ।



