www.samajalive.in
Monday, December 8, 2025
14.1 C
Bhubaneswar

ଆମାଜନ ଗ୍ରାଣ୍ଡ ସେଲ : ସ୍ମାର୍ଟଫୋନରେ ମିଳିବ ୧୦,୦୦୦ ଟଙ୍କାର ରିଆତି

ନୂଆଦିଲ୍ଲୀ : ଆପଣ ସ୍ମାର୍ଟଫୋନ କିଣିବା ପାଇଁ ଯଦି କୌଣସି ସେଲର ଅପେକ୍ଷାରେ ଅଛନ୍ତି। ତେବେ ଏବେ ଆମାଜନ ଆପଣଙ୍କ ପାଇଁ ସୁ ସମ୍ବାଦ ଆଣିଛି। ଖବରଅନୁସାରେ ଆମାଜନ ଇଣ୍ଡିଆ ଏକ ଗ୍ରାଣ୍ଡ ସେଲର ଆୟୋଜନ କରିଛି। ଯାହା ସେପ୍ଟେମ୍ବର ୧୧ତାରିଖ ମଙ୍ଗଳବାର ଠାରୁ ଆରମ୍ଭ ହୋଇ ସେପ୍ଟେମ୍ବର ୧୩ ପର୍ଯ୍ୟନ୍ତ ଚାଲିବ। ଏହି ସେଲ ଦ୍ୱାରା ଆପଣ ୱାୱି ଫୋନରେ ୧୦,୦୦୦ଟଙ୍କାର ରିଆତି ପାଇପାରିବେ। ଏହି ସେଲ ପ୍ରତିଦିନ ୧୨ଟା ରୁ ୩ଟା ପର୍ଯ୍ୟନ୍ତ ହେବ। ତେବେ ଆସନ୍ତୁ ଏହି ଫୋନରେ ମିଳିବାକୁଥିବା ସମସ୍ତ ଅଫର ବିଷୟରେ ଜାଣିବା।

ୱାୱି ପି-୨୦ ଲାଇଟ
ଏହି ସେଲରେ ୱାୱି ପି-୨୦ ଲାଇଟ ୨,୯୯୯ଟଙ୍କା ମୂଲ୍ୟର ଫୋନକୁ ୫୦୦୦ଟଙ୍କାର ରିଆତି ସହିତ ୧୭,୯୯୯ ଟଙ୍କାରେ କିଣିପାରିବେ। ଏଥିରେ ୨୪ ମେଗାପିକ୍ସେଲର ଆଗପଟ କ୍ୟାମେରା, ୪ଜିବି ରାମ ଏବଂ ୬୪ ଜିବି ଷ୍ଟୋରେଜ ପାଇପାରିବେ।

- Advertisement -

ୱାୱି ନୋଭା-୩ ଆଇ
ଏହାବ୍ୟତୀତ ୱାୱି ନୋଭା-୩ ଆଇ ୧୯,୯୯୦ ଟଙ୍କାରେ କିଣିପାରିବେ। ଯାହାର ମୂଲ୍ୟ ୨୩,୯୯୦ ଟଙ୍କା। ଏହି ଫୋନରେ ମଧ୍ୟ ୨ରିୟର ଏବଂ ୨ଫ୍ରଣ୍ଟ ମିଶାଇ ସମୁଦାୟ ୪ଟି କ୍ୟାମେରା ରହିଛି। ଏଥିରେ ୧୨୮ ଜିବିର ଇନବିଲ୍ଟ ଷ୍ଟୋରେଜ ମଧ୍ୟ ପାଇପାରିବେ।

ୱାୱି ପି-୨୦ ପ୍ରୋ
ତିେନୋଟି ରିୟର କ୍ୟାମରା ଥିବା ୱାୱି ପି-୨୦ ପ୍ରୋରେ ୧୦,୦୦୦ ଟଙ୍କାର ରିଆତି ମିଳିବ। ଯାହାର ମୂଲ୍ୟ ୬୯,୯୯୯ ଟଙ୍କା। ଏହି ରିଆତି ପରେ ପି-୨୦ ପ୍ରୋକୁ ୫୯,୯୯୯ ଟଙ୍କାରେ କିଣିପାରିବେ। ଏହି ଫୋନରେ ୨୦, ୪୦ ଏବଂ ୮ ମେଗାପିକ୍ସେଲର ତିନୋଟି ରିୟର କ୍ୟାମେରା ରହିଛି। ଏହାର ବଡି ଆଲୁମନିୟମରେ ପ୍ରସ୍ତୁତ।

ୱାୱି ନୋଭା-୩
ଏହି ଫୋନରେ ୮,୦୦୦ ଟଙ୍କାର ରିଆତି ମିଳିବ। ରିଆତି ପରେ ୱାୱି ନୋଭା-୩ କୁ ୩୨,୯୯୯ ଟଙ୍କାରେ କିଣିପାରିବେ। ଯାହାର ମୂଲ୍ୟ ୩୯,୯୯୯ ଟଙ୍କା। ଏହି ଫୋନରେ ୨୪+୧୬ ମେଗାପିକ୍ସେଲର ରିୟର କ୍ୟାମେରା ଏବଂ ୨୪ ମେଗାପିକ୍ସେଲର ଆଗପଟ କ୍ୟାମେରା ରହିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories