www.samajalive.in
Sunday, December 7, 2025
23.1 C
Bhubaneswar

‘ଜୟ ଶ୍ରୀରାମ’ କୋଲକାତା ସଂସ୍କୃତିର ଅଂଶ ବିଶେଷ ନୁହେଁ – ଅମର୍ତ୍ତ୍ୟ ସେନ

କୋଲକାତା: ଅର୍ଥନୀତିଜ୍ଞ ତଥା ନୋବେଲ ବିଜେତା ଅମର୍ତ୍ତ୍ୟ ସେନ କହିଛନ୍ତି, ‘ଜୟ ଶ୍ରୀରାମ’ ସ୍ଲୋଗାନ ଏବେ ପଶ୍ଚିମବଙ୍ଗରେ ବ୍ୟବହୃତ ହେଉଛି, ଏହାର କୋଲକାତା ସଂସ୍କୃତି ସହ କୌଣସି ଅତ୍ମୀୟତା ନାହିଁ। ପଚାଶ ଦଶକରେ ଅର୍ଥନୀତି ବିଭାଗରେ ଅଧ୍ୟାପକ ଭାବେ କାର୍ଯ୍ୟ କରୁଥିବା କୋଲକତାସ୍ଥିତ ଯାଦବପୁର ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନାରେ ଭାଗ ନେଇ ଅମର୍ତ୍ତ୍ୟ କହିଛନ୍ତି, ‘ଜୟ ଶ୍ରୀରାମ’ ପୂର୍ବରୁ ବ୍ୟବହୃତ ସେଭଳି ଏକ ଲୋକପ୍ରିୟ ଵାକ୍ୟାଂଶ ନୁହେଁ। ସାମ୍ପ୍ରତିକ ସମୟରେ ଲକଲକତାରେ ଲୋକମାନଙ୍କୁ ବାଡେଇବା ପୂର୍ବରୁ ଏହାକୁ ବ୍ୟବହାର କରାଯାଉଛି।

ଶିକ୍ଷକ ଦକ୍ଷତା ଉପରେ ଅନୁଷ୍ଠିତ ଏକ ସେମିନାରରେ ଯୋଗଦେଇ ପ୍ରଫେସର ସେନ କହିଛନ୍ତି, ଏବେ ରିକ୍ସା ଭଡା କରିବା ଆଗରୁ ରିକ୍ସାବାଲାକୁ ‘ଜୟ ଶ୍ରୀରାମ’ କହିବାକୁ କୁହାଯାଉଛି ନ ହେଲେ ତାକୁ ମାଡ ମରାଯାଉଛି। ନିର୍ବାଚନ ଫଳାଫଳ ଆସିବା ପରେ ଏଭଳି ଘଟଣା ବୃଦ୍ଧି ପାଇଥିବା ସେ କହିଛନ୍ତି। ବିଶେଷ କରି ସଂଖ୍ୟାଲଘୁଙ୍କ କ୍ଷେତ୍ରରେ ଏଭଳି ଘଟଣା ଅଧିକ ବୋଲି ପ୍ରଫେସର ସେନ କହିଛନ୍ତି।

Hot this week

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

Related Articles

Popular Categories