www.samajalive.in
Sunday, December 7, 2025
26.1 C
Bhubaneswar

ଶନି ଅମାବାସ୍ୟାର ମହତ୍ତ୍ବ ଓ ପୂଜନ ବିଧି

ଅମାବାସ୍ୟା ତିଥିକୁ ବିଶେଷ ପ୍ରକାରର ତିଥି କୁହାଯାଇଥାଏ। ଏହି ଦିନ ସ୍ନାନ, ଦାନ, ପୂଜା ଓ ଉପାସନାର ବିଶେଷ ମହତ୍ତ୍ବ ରହିଛି। ଯଦି ଅମାବାସ୍ୟା ଶନିବାର ଦିନ ପଡୁଥାଏ ତେବେ ତାହା ଅଧିକ ଲାଭଦାୟକ ହୋଇଯାଏ। ଶନିଶ୍ଚରୀ ଅମାବାସ୍ୟା ଦିନ ବିଶେଷ ପୂଜାର୍ଚ୍ଚନା କରିବା ଦ୍ବାରା ଶନିଦେବଙ୍କ କୃପା ଶୀଘ୍ର ମିଳିଥାଏ। ବିଶେଷ କରି ରୋଜଗାର ଓ ଚାକିରୀ ସମସ୍ୟା ଆରାମରେ ଦୂର ହୋଇଯାଏ।

ଶନିଦେବଙ୍କ ପୂଜା :

- Advertisement -

ଶନିଦେବଙ୍କ ପୂଜା ପ୍ରଦେଷ କାଳ କିମ୍ବା ରାତ୍ରି ସମୟରେ କରନ୍ତୁ। ଏହି ଦିନ ଆପଣ ବ୍ରତ ମଧ୍ୟ କରିପାରିବେ। ଅଶ୍ବତ୍ଥ ବୃକ୍ଷ ମୂଳରେ ସୋରିଷ ତେଲର ଦୀପ ପ୍ରଜ୍ବଳିତ କରନ୍ତୁ। ଏହାପରେ ଶନି ଚାଳିଶା କିମ୍ବା ଶନିଙ୍କ ମନ୍ତ୍ର ଜପ କରନ୍ତୁ। ଯେକୌଣସି ଗରିବ ବ୍ୟକ୍ତିଙ୍କୁ ଖାଦ୍ୟ ଓ ପାନୀୟ ଦ୍ରବ୍ୟ ଦାନ କରନ୍ତୁ। ଶନିଙ୍କ କୃପା ପାଇବା ପାଇଁ ପ୍ରାର୍ଥନା କରନ୍ତୁ।

ଚାକିରୀ ପାଇବା ପାଇଁ ଉପାୟ :

ସନ୍ଧ୍ୟା ସମୟରେ ଅଶ୍ବତ୍ଥ ବୃକ୍ଷ ମୂଳରେ ସୋରିଷ ତେଲର ଦୀପ ଜଳାନ୍ତୁ। ଏହାପରେ ‘ଓଁ ଶଂ ଶନିଶ୍ଚରାୟ ନମଃ’ ଜପ କରନ୍ତୁ। ତାପରେ ଏକ କଳା ରଙ୍ଗର ସୂତା ଅଶ୍ବତ୍ଥ ବୃକ୍ଷରେ ବାନ୍ଧି ଦିଅନ୍ତୁ। ସୂତାରେ ତିନୋଟି ଗଣ୍ଠି ପକାଇବା ଆବଶ୍ୟକ।

ଜୀବନରେ ବାଧା ଦୂର କରିବା ପାଇଁ :

ଗୋଟିଏ ପାତ୍ରରେ ସୋରିଷ ତେଲ ନିଅନ୍ତୁ। ସେଥିରେ ନିଜ ବାମ ହାତର ମଧ୍ୟମା ଆଙ୍ଗୁଠୀ ବୁଡାଇ ଶନିଙ୍କ ମନ୍ତ୍ର ଜପ କରନ୍ତୁ। ମନ୍ତ୍ର ଜପ କରିବା ପରେ ସୋରିଷ ତେଲ ନେଇ ଅଶ୍ବତ୍ଥ ବୃକ୍ଷ ତଳେ ରଖି ଦିଅନ୍ତୁ।

ଶନିଦେବଙ୍କ କୋପରୁ ବର୍ତ୍ତିବାର ଉପାୟ :

ଏକ ଲୁହାର ମୁଦି ଆଣନ୍ତୁ। ତାକୁ ଶନିବାର ସକାଳେ ସୋରିଷ ତେଲରେ ବୁଡାଇ ରଖନ୍ତୁ। ସନ୍ଧ୍ୟା ସମୟରେ ଶନିଦେଙ୍କ ମନ୍ତ୍ର ଜପ କରନ୍ତୁ। ଶନିଙ୍କୁ ଉଚିତ ବିଧିବିଧାନରେ ପୂଜା କରନ୍ତୁ। ତାପରେ ଲୁହାର ମୁଦିକୁ ସୋରିଷ ତେଲରୁ ବାହାର କରି ବାମ ହାତର ମଧ୍ୟମା ଆଙ୍ଗୁଠୀରେ ଧାରଣ କରନ୍ତୁ।

ଶନିଦେବଙ୍କ ପୂଜାରେ ଏହି ସାବଧାନୀ ରଖନ୍ତୁ ;

ସୋରିଷ ତେଲର ଅଯଥା ନଷ୍ଟ କରନ୍ତୁ ନାହିଁ।

ନିର୍ଦ୍ଧନ ମାନଙ୍କର ସେବା କରନ୍ତୁ। ଏହାସହ ତାଙ୍କୁ କିଛି ଦାନ କରନ୍ତୁ।

ନିଜ ବ୍ୟବହାରରେ ଶାଳୀନତା ରଖନ୍ତୁ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories