www.samajalive.in
Sunday, December 7, 2025
26.1 C
Bhubaneswar

ସଲମନଙ୍କ ବଙ୍ଗଳାରେ କ୍ରାଇମବ୍ରାଞ୍ଚର ଚଢାଉ; ୨୯ ବର୍ଷରୁ ଫେରାର ଥିବା ଅଭିଯୁକ୍ତ ଗିରଫ

ମୁମ୍ବଇ: ବଲିଉଡର ଦବଙ୍ଗ ଖାନ୍‌ଙ୍କ ବଙ୍ଗଳାରେ ଚଢାଉ କରି ମୁମ୍ବଇ ପୁଲିସ ୨୯ ବର୍ଷରୁ ଫେରାର ଆସାମୀକୁ ଗିରଫ କରିଛି। ମିଳିଥିବା ସୂଚନା ଅନୁଯାୟୀ, ସଲମାନ ଖାନଙ୍କ ଗୋରାଇସ୍ଥିତ ବଙ୍ଗଳାରୁ ୬୨ ବର୍ଷୀୟ ଫେରାର ଆସାମୀ ସିଦ୍ଧେଶ୍ବର ରାଣାକୁ ପୁଲିସ ବୁଧବାର ଗିରଫ କରିଛି। ଅଭିଯୁକ୍ତ ଜଣଙ୍କ ଦୀର୍ଘ ୨୦ବର୍ଷ ଧରି ସଲମନଙ୍କ ବଙ୍ଗଳାର ତଦାରଖ କରୁଥିଲା। ଗୁପ୍ତ ସୂଚନା ଆଧାରରେ ପୁଲିସ ଓ କ୍ରାଇମବ୍ରାଞ୍ଚ ମିଳିତ ଭାବରେ ଚଢାଉ କରି ଅଭିଯୁକ୍ତକୁ ଗିରଫ କରିଛି।

ପୁଲିସକୁ ଦେଖି ଅଭିଯୁକ୍ତ ରାଣା ସେଠାରୁ ଖସି ପଳାଇବାକୁ ଉଦ୍ୟମ କରୁଥିଲା। ହେଲେ ଏଥିରେ ସେ ବିଫଳ ହୋଇଥିଲା। କାରଣ ସଲମନଙ୍କ ବଙ୍ଗଳାକୁ ଚାରି ଦିଗରୁ ପୁଲିସ ଘେରି ରହିଥିଲା। ଫଳରେ ତାକୁ ଗିରଫ କରିବା ପୁଲିସ ପାଇଁ ସହଜ ହୋଇଥିଲା।

- Advertisement -

ପୁଲିସ ସୂଚନା ଅନୁଯାୟୀ, ୧୯୯୦ ମସିହାରେ ଏକ ଚୋରି ମାମଲାରେ ଅଭିଯୁକ୍ତ ରାଣା ଓ ତାର ସହଯୋଗୀ ଗିରଫ ହୋଇଥିଲେ। ସେମାନେ ଜାମିନରେ ମୁକୁଳିବା ପରେ ପୁଲିସକୁ ଚକମା ଦେଇ ଲୁଚି ବୁଲୁଥିଲେ। ଅଭିଯୁକ୍ତ ରାଣା ଏକ ବିଳାସପୂର୍ଣ୍ଣ ବଙ୍ଗଳାରେ ରହୁଥିବା ନେଇ ଦୁଇ ଦିନ ପୂର୍ବରୁ ପୁଲିସକୁ ସୂଚନା ମିଳିଥିଲା। ପରେ ସେହି ବଙ୍ଗଳା ବଲିଉଡ୍ ସୁପରଷ୍ଟାର ସଲମନ ଖାନ୍‌ଙ୍କ ବଙ୍ଗଳା ବୋଲି ଜଣାପଡିଥିଲା। କିନ୍ତୁ ସଲମାନ ଖାନ୍‌ଙ୍କୁ ଏବିଷୟରେ କିଛି ନଜଣାଇ ମୁମ୍ବଇ ପୁଲିସ ଓ କ୍ରାଇମବ୍ରାଞ୍ଚ ତାଙ୍କ ବଙ୍ଗଳାରେ ଚଢାଉ କରି ଅଭିଯୁକ୍ତକୁ ଗିରଫ କରିଥିଲା। ଅଭିଯୁକ୍ତ ରାଣା କେବେଠାରୁ ଏବଂ କାହା ମାଧ୍ୟମରେ ବଙ୍ଗଳାରେ ରହି କାମ କରୁଥିଲା ସେନେଇ ସଲମନଙ୍କୁ ପୁଲିସ ପଚରାଉଚରା କରିବ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories