www.samajalive.in
Sunday, December 7, 2025
26.1 C
Bhubaneswar

ରାଜ୍ୟ ନିର୍ବାଚନ ଆୟୁକ୍ତଙ୍କ ପକ୍ଷରୁ ସର୍ବଦଳୀୟ ବୈଠକ

ଭୁବନେଶ୍ବର : ରାଜ୍ୟ ନିର୍ବାଚନ ଆୟୁକ୍ତଙ୍କ ପକ୍ଷରୁ  ଆସନ୍ତା ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପ୍ରାୟ ପ୍ରତ୍ୟେକ ଦଳର ପ୍ରତିନିଧିମାନେ ଯୋଗ ଦେଇଥିଲେ। ପଞ୍ଚାୟତ ନିର୍ବାଚନକୁ ଶୃଙ୍ଖଳିତ ଓ ତ୍ରୁଟିମୁକ୍ତ କରିବାକୁ ସର୍ବସମ୍ମତି କ୍ରମେ ୪ଟି ପ୍ରସ୍ତାବ ଉପସ୍ଥାପିତ କରାଯାଇଥିଲା। ପଞ୍ଚାୟତିରାଜ ଅନୁଷ୍ଠାନର ଅବଧି, ଗ୍ରାମ ପଞ୍ଚାୟତର ପୁନର୍ଗଠନ, ଭୋଟ୍‍ଗ୍ରହଣ କେନ୍ଦ୍ର ଚିହ୍ନଟ, ଭୋଟ୍‍ଗ୍ରହଣ ସମୟ ଅବଧି ବୃଦ୍ଧି, ଭୋଟର ତାଲିକା ପ୍ରସ୍ତୁତି ଏବଂ ନିର୍ବାଚନ ଖର୍ଚ୍ଚ ଆଦି ପ୍ରସଙ୍ଗ ଉପରେ ବିସ୍ତୃତଭାବେ ଆଲୋଚନା ହୋଇଯାଇଥିଲା। ନିର୍ବାଚନକୁ ମଦମୁକ୍ତ କରିବାପାଇଁ ପ୍ରତ୍ୟେକ ଦଳ ଗୁରୁତ୍ୱାରୋପ କରିଥିଲେ। ସେଥିପାଇଁ ନିର୍ବାଚନର ୭ ଦିନ ପୂର୍ବରୁ ମଦବିକ୍ରିକୁ ବନ୍ଦ୍‍ କରିବାକୁ ପ୍ରସ୍ତାବ ଦିଆଯାଇଛି। ଏଥିସହ ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚ ରାଶି ବୃଦ୍ଧିକ କରିବାକୁ ପ୍ରସ୍ତାବ ଦିଆଯାଇଛି। ମତଦାନ ଅବଧି ପୂର୍ବାପେକ୍ଷା ୨ ଘଣ୍ଟା ବୃଦ୍ଧି କରିବାକୁ ସମସ୍ତ ପ୍ରତିନିଧି ଦାବି କରିଥିଲେ । ସରପଞ୍ଚ ଏବଂ ସମିତିସଭ୍ୟଙ୍କ ନିର୍ବାଚନୀ ଖର୍ଚ୍ଚକୁ ପୂର୍ବାପେକ୍ଷା ଦୁଇଗୁଣ ବା ୨ ଲକ୍ଷ କରାଯିବାକୁ ପ୍ରସ୍ତାବ ଦିଆଯାଇଛି । ସେହିପରି ଜିଲ୍ଲା ପରିଷଦଙ୍କ ନିର୍ବାଚନୀ ଖର୍ଚ୍ଚ ୨ ଲକ୍ଷରୁ ୫ ଲକ୍ଷକୁ ବୃଦ୍ଧି କରାଯିବାକୁ ପ୍ରସ୍ତାବ ଦିଆଯାଇଛି। ବୈଠକ ପରେ ରାଜ୍ୟ ନିର୍ବାଚନ କମିଶନର୍‍ ଆଦିତ୍ୟ ପ୍ରସାଦ ପାଢ଼ୀ ଆସିଥିବା ପ୍ରସ୍ତାବକୁ ସମୀକ୍ଷା କରାଯାଇ ସରକାର ନିଷ୍ପତ୍ତି ନେବେ ବୋଲି ସୂଚନା ଦେଇଛନ୍ତି ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories