www.samajalive.in
Sunday, December 7, 2025
26.1 C
Bhubaneswar

ସର୍ବଦଳୀୟ ବୈଠକରେ ମତ: ପାକିସ୍ତାନ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପୁଲୱାମାଠାରେ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ ଶନିବାର ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଆୟୋଜିତ ଏହି ବୈଠକ ଦିଲ୍ଲୀ ସଂସଦ ଭବନରେ ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ବସିଥିଲା। ଆତଙ୍କବାଦୀ ଆକ୍ରମଣର ମୁକାବିଲା କରିବା ପାଇଁ ଭାରତ ଆଗକୁ କି ଆଭିମୁଖ୍ୟ ଗ୍ରହଣ କରାଯିବ ସେ ନେଇ ଏଥିରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ପାକିସ୍ତାନ ବିରୋଧରେ କ’ଣ ପଦକ୍ଷେପ ନିଆଯିବା ଉଚିତ ସେ ସମ୍ପର୍କରେ ନେତାମାନେ ନିଜ ନିଜ ଦଳର ଆଭିମୁଖ୍ୟ ସ୍ପଷ୍ଟ କରିବା ସହ ସୁଚିନ୍ତିତ ମତାମତ ରଖିଥିଲେ। ଆତଙ୍କବାଦର ମୁକାବିଲା ଲାଗି ପ୍ରଧାନମନ୍ତ୍ରୀ ଜାତୀୟ ଏବଂ ରାଜ୍ୟର ସବୁ ଦଳ ସହ ଆଲୋଚନା କରନ୍ତୁ ବୋଲି କଂଗ୍ରେସ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। ଏହାକୁ ଅନ୍ୟ ଦଳଗୁଡ଼ିକ ସମର୍ଥନ କରିବା ସହ ପାକିସ୍ତାନ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ପରାମର୍ଶ ଦେଇଥିଲେ।

ଅନ୍ତର୍ଜାତୀୟ ସ୍ତରରେ ପାକିସ୍ତାନକୁ ଏକଘରିକିଆ କରିବାକୁ ଭାରତ ଉଦ୍ୟମ ଚଳାଇଥିବା ନେଇ ସ୍ବରାଷ୍ଟ୍ର କହିଥିଲେ। ବୈଠକରେ ସବୁ ଦଳଗୁଡ଼ିକ ଏହି ବର୍ବରୋଚିତ ଘଟଣାକୁ ଦୃଢ଼ ନିନ୍ଦା କରିବା ସହ ଆତଙ୍କବାଦକୁ ପାକିସ୍ତାନର ପ୍ରୋତ୍ସାହନକୁ ବିରୋଧ କରୁଥିବା କହିଥିଲେ। ସରକାରଙ୍କ ଅସମୟରେ ସମସ୍ତେ ସହାୟତା କରିବା ଉଚିତ ବୋଲି କହିଥିଲେ। ପାକିସ୍ତାନ ବିରୋଧରେ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ନେବାକୁ ସେମାନେ ପରାମର୍ଶ ଦେଇଥିଲେ। ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ, ଯେପରି ପାକିସ୍ତାନ ଭବିଷ୍ୟରେ ଏଭଳି କାର୍ଯ୍ୟ କରିବାକୁ ସାହସ କରିବ ନାହିଁ ବୋଲି ନେତାମାନେ କହିଥିଲେ। ଶହୀଦ ଯବାନମାନଙ୍କ ପରିବାର ସହ ସମଗ୍ର ଦେଶ ଏକାଠି ରହିଛି ବୋଲି ସେମାନେ କହିଥିଲେ। ବୈଠକ ପରେ ବରିଷ୍ଠ କଂଗ୍ରେସ ନେତା ଗୁଲାମନବୀ ଆଜାଦ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ, ସରକାରଙ୍କ ସହ କଂଗ୍ରେସ ରହିଛି। ଆକ୍ରମଣ ଘଟଣାକୁ ନେଇ ସମସ୍ତଙ୍କ ମଧ୍ୟରେ ଆକ୍ରୋଶ ଭରିରହିଛି। ଆତଙ୍କବାଦର ମୁକାବିଲା ଲାଗି ପ୍ରଧାନମନ୍ତ୍ରୀ ଜାତୀୟ ଏବଂ ରାଜ୍ୟର ସବୁ ଦଳ ସହ ଆଲୋଚନା କରନ୍ତୁ। ଆମର ପ୍ରସ୍ତାବକୁ ସମସ୍ତ ଦଳ ଗ୍ରହଣ କରିଛନ୍ତି। ବୈଠକରେ ରାମବିଳାସ ପାଶ୍ଵନ, କଂଗ୍ରେସର ବରିଷ୍ଠ ନେତା ଗୁଲାମନବୀ ଆଜାଦ, ଆନନ୍ଦ ଶର୍ମା, ଜମ୍ମୁ-କଶ୍ମୀରର ନ୍ୟାଶନାଲ କନଫରେନ୍ସ ନେତା ଫାରୁକ ଅବଦୁଲ୍ଲା, ଏନସିପି ନେତା ଶରଦ ପାୱାରଙ୍କ ସମେତ ସମେତ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନେ ଯୋଗଦେଇଥିଲେ। ଏହା ପୂର୍ବରୁ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ବାସଭବନରେ ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଗୃହସଚିବ, ଗୋଇନ୍ଦା ଅଧିକାରୀ ଉପସ୍ଥିତ ଥିଲେ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories