ମୁମ୍ବଇ : ଆଲିଆ ଭଟ୍ଟ ଖୁବ କମ ବୟସରେ ବଲିଉଡରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ନିର୍ଦ୍ଦେଶକ କରଣ ଜୋହରଙ୍କ ‘ଷ୍ଟୁଡେଣ୍ଟ ଅଫ ଦ ଇୟର’ ଚଳଚ୍ଚିତ୍ରରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ ଏହି ନାୟିକା। ‘ଷ୍ଟୁଡେଣ୍ଟ ଅଫ ଦ ଇୟର’ର ସଫଳତା ପରେ ସେ ଆଉ ପଛକୁ ଫେରି ଚାହିଁ ନଥିଲେ।
ଖବରଅନୁସାରେ ୟୁ ଗୋଭସ୍ ଇନଫ୍ଲୁଏନ୍ସର ଇନଡେସ୍କ ୨୦୧୮ଜରିଆରେ ହୋଇଥିବା ରିସର୍ଚ୍ଚରେ ଆଲିଆ ଭଟ୍ଟଙ୍କୁ ଭାରତର ସବୁଠାରୁ ପ୍ରଭାବଶାଳି ସେଲିବ୍ରିଟିଙ୍କ ୧୦ଜଣିଆ ତାଲିକାରେ ସ୍ଥାନ ପାଇଛନ୍ତି। ଏହି ତାଲିକାରେ ଅମିତାଭ ବଚ୍ଚନ ପ୍ରଥମ ସ୍ଥାନରେ ରହିଛନ୍ତିି। ଦ୍ୱିତୀୟ ସ୍ଥାନରେ ଦୀପିକା ପାଦୁକୋନ ଏବଂ ପଞ୍ଚମ ସ୍ଥାନରେ ଅକ୍ଷୟ କୁମାର ରହିଛନ୍ତି। ସେହିଭଳି ଭାବରେ ଆଲିଆଙ୍କୁ ନବମ ସ୍ଥାନ ମିଳିଥିବା ବେଳେ ପ୍ରିୟଙ୍କାଙ୍କୁ ୧୦ମ ସ୍ଥାନ ମିଳିଛି। ଏହିଭଳି ଭାବରେ ପ୍ରିୟଙ୍କାଙ୍କୁ ପଛରେ ପକାଇଛନ୍ତି ଆଲିଆ। ଏହାସହିତ ଏହି ତାଲିକାରେ ଆଲିଆ ସବୁଠାରୁ କମ ବୟସ୍ମର ଥିବା ଦେଖାଯାଇଛି। ଆଲିଆ ଏବେ ‘କଲଙ୍କ’ ଏବଂ ‘ବ୍ରହ୍ମସ୍ତ୍ରର’ ସୁଟିଂରେ ବ୍ୟସ୍ତ ଅଛନ୍ତି।
ପ୍ରିୟଙ୍କାଙ୍କୁ ପଛରେ ପକାଇଲେ ଆଲିଆ
Popular Categories



