ହିନ୍ଦୁ ଧର୍ମରେ ଅକ୍ଷୟ ତୃତୀୟା ପର୍ବକୁ ସୁଖ-ସମୃଦ୍ଧି, ସୌଭାଗ୍ୟ, ଓ ନୂଆ କାମ ଆରମ୍ଭ ହେବାର ଦିନ ବୋଲି ଜଣାଯାଏ । ଏହି ଦିନ ମୁଖ୍ୟତଃ ଧନର ଦେବୀ ମା’ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରାଯାଏ । ଏହି ଦିନ ସୁନା, ରୁପା ସହ ଅନ୍ୟାନ୍ୟ କିଛି ଜିିନିଷ କିଣିବା ଦ୍ୱାରା ଘରେ ସୁଖସମୃଦ୍ଧି, ଧନ ସମ୍ପତ୍ତି ବୃଦ୍ଧି ହୋଇଥାଏ ବୋଲି ମାନ୍ୟତା ରହିଛି । ମା’ଲକ୍ଷ୍ମୀଙ୍କ ଆଶୀର୍ବାଦ ମଧ୍ୟ ପ୍ରାପ୍ତ ହୋଇଥାଏ । ଚଳିତ ବର୍ଷ ଏପ୍ରିଲ ୩୦ ବୁଧବାର ଅକ୍ଷୟ ତୃତୀୟା ପାଳନ କରାଯାଉଛି । ଏହି ଦିନ ସର୍ବାର୍ଥ ସିଦ୍ଧି ଯୋଗ, ରୋହିଣୀ ନକ୍ଷତ୍ର, ଶୋଭନ ଯୋଗ ହେଉଛି । ଜାଣନ୍ତୁ ଏହି ଦିନ କେଉଁ ଜିନିଷ କିଣିବା ଉଚିତ୍ ଓ ଅନୁଚିତ୍..
ଧାର୍ମିକ ମାନ୍ୟତା ଅନୁଯାୟୀ, ଅକ୍ଷୟ ତୃତୀୟା ଦିନ ସୁନା,ରୁପାର ଯେକୌଣସି ଅଳଙ୍କାର କିଣିପାରିବେ । ଏହା ବ୍ୟତୀତ ଏହି ଦିନ ଲୁଣ କିଣିଲେ କରଜରୁ ମୁକ୍ତି ମିଳିଥାଏ ବୋଲି ମାନ୍ୟତା ରହିଛି ।
ଏହି ଦିନ ମାଟିର ପାତ୍ର, ଯଅ, କଉଡି, ପିତ୍ତଳ ବାସନ, ତୁଳସୀ ବୃକ୍ଷ, ହଳଦିଆ ସୋରିଷ ମଧ୍ୟ କିଣି ପାରିବେ । ଗାଡି ମଧ୍ୟ କିଣି ପାରିବେ । ଏହି ଦିନ ଏସବୁ ଜିନିଷ କିଣିଲେ ଘରେ ଓ ଜୀବନରେ ସୁଖସମୃଦ୍ଧି ବୃଦ୍ଧି ପାଇଥାଏ ।
କ’ଣ କିଣିବେ ନାହିଁ..
ଲୁହା ଜିନିଷ
କଣ୍ଟାଜାତୀୟ ଗଛ
ଧାରୁଆ, ମୁନିଆ ଜିନିଷ
କଳା ରଙ୍ଗର ଜିନିଷ
ପୁରୁଣା ବ୍ୟବହାର ହୋଇଥିବା ଜିନିଷ
କ’ଣ କରିବେ ଦାନ..
ତରଭୁଜ
କାକୁଡି
ମିଶ୍ରି
ଛତୁ
ଚାଉଳ
ଲୁଣ
ଘିଅ
ଫଳ
ଛତା
ଏପ୍ରିଲ ୩୦ ଅକ୍ଷୟ ତୃତୀୟାରେ ସକାଳ ୬ଟା ୧୧ ମିନିଟ୍ରୁ ଦିନ ୨ଟା ୧୨ ମିିନିଟ୍ ପର୍ଯ୍ୟନ୍ତ ଅଧିକ ଶୁଭ ସମୟ ରହିଛି ।
ଜାଣନ୍ତୁ ଅକ୍ଷୟ ତୃତୀୟାରେ ରାଶି ଅନୁଯାୟୀ କ’ଣ କିଣିଲେ : ବର୍ଷିବ ମା’ଲକ୍ଷ୍ମୀଙ୍କ କୃପା



