ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଜମୁଛି ନିର୍ବାଚନ ତାତି । ଭୋଟରଙ୍କୁ ଆକୃଷ୍ଟ କରିବାକୁ ମୈଦାନରେ ହିଭିିୱେଟ୍ ନେତା । ନିର୍ବାଚନ ପାଇଁ ରୋଡ୍ ସୋ’ କରୁଛନ୍ତି ସମସ୍ତ ପ୍ରାର୍ଥୀ । ତେବେ ଉତ୍ତରପ୍ରଦେଶର ବୁଲନ୍ଦଶହର ରୋଡ୍ ସୋ’ ବେଳେ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଓ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ମୁହାଁମୁହିଁ ହୋଇଛନ୍ତି । ଅଖିଳେଶ ରାଷ୍ଟ୍ରୀୟ ଲୋକ ଦଳ ମୁଖ୍ୟ ଜୟନ୍ତ ଚୌଧାରୀଙ୍କ ସହ ପ୍ରଚାର କରୁଥିବା ବେଳେ, ପ୍ରିୟଙ୍କାଙ୍କ ସହ ରୋଡ୍ ସୋ’ରେ ଦେଖିବାକୁ ମିଳିଛନ୍ତି । ପ୍ରଚାର ମୈଦାନରେ ଉଭୟ ଉଭୟଙ୍କ ମଧ୍ୟରେ ନମସ୍କାର କରୁଥିବା ନଜର ଆସିଛନ୍ତି । ପ୍ରଚାର ବେଳେ ଅଖିଳେଶଙ୍କୁ ଏକ ବସରେ ଦେଖିବାକୁ ମିଳିଥିବା ବେଳେ, ପ୍ରିୟଙ୍କା ଏକ ଖୋଲା ଗାଡ଼ିରେ ପ୍ରଚାର କରୁଥିଲେ ।
Popular Categories



