www.samajalive.in
Sunday, December 7, 2025
18.1 C
Bhubaneswar

ସୁପ୍ରିମକୋର୍ଟ କଲେଜିୟମଙ୍କ ସୁପାରିସ ; ଅକ୍ଷୟ ମିଶ୍ର ହେବେ ହାଇକୋର୍ଟ ବିଚାରପତି

କଟକ : ଓଡ଼ିଶା ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲ ଡକ୍ଟର ଅକ୍ଷୟ କୁମାର ମିଶ୍ରଙ୍କୁ ହାଇକୋର୍ଟର ନୂତନ ବିଚାରପତି ଭାବରେ ନିଯୁକ୍ତ କରିବା ପାଇଁ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ କରିଛନ୍ତି। ଡକ୍ଟର ମିଶ୍ରଙ୍କ ନାମକୁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗେଇ, ଜଷ୍ଟିସ ମଦନ ବି ଲୋକୁର, ଜଷ୍ଟିସ କୁରିୟନ ଯୋଶେଫ ସୁପାରିସ କରିଛନ୍ତି। ସାକ୍ଷାତକାର ଆଧାରରେ ତାଙ୍କ ନାମକୁ ସୁପାରିସ କରାଯାଇଛି ବୋଲି ଦର୍ଶାଯାଇଛି।
ବିଚାରପତି ନିଯୁକ୍ତି ପ୍ରସ୍ତାବ ଉପରେ ହାଇକୋର୍ଟ କଲେଜିୟମ ସମୁଦାୟ ୧୨ଜଣ ଜୁଡିସିଆଲ ଅଧିକାରୀ ଓ ଆଇନଜୀବୀଙ୍କ ନାମକୁ ସୁପ୍ରିମକୋର୍ଟ କଲେଜିୟମକୁ ସୁପାରିସ କରିଥିବା ବେଳେ ସୁପ୍ରିମକୋର୍ଟ କଲେଜିୟମ ମାତ୍ର ଜଣଙ୍କ ନାମକୁ ବିଚାରପତି ଭାବେ ନିଯୁକ୍ତି ଦେବା ପାଇଁ ସୁପାରିସ କରିଛନ୍ତି। ତେବେ ହାଇକୋର୍ଟ ବିଚାରପତି ପଦ ପାଇଁ ଥିବା ଯୋଗ୍ୟତା ମାନଦଣ୍ଡରେ ଯୋଗ୍ୟ ବିବେଚିତ ହୋଇପାରିନାହାନ୍ତି ଆଉ ୩ଜଣ ଜୁଡିସିଆଲ ଅଧିକାରୀ। କଟକ ଜିଲା ଦୌରାଜଜ ସତ୍ୟନାରାୟଣ ମିଶ୍ର, ବିଭୁ ପ୍ରସାଦ ରାଉତରାୟ, ଗୌତମ ଶର୍ମାଙ୍କ ଉପରେ ହାଇକୋର୍ଟ କଲେଜିୟମ ବିଚାର କରିବେ ବୋଲି କୁହାଯାଇଛି। ତେବେ ଏମାନଙ୍କ ନିଯୁକ୍ତି ପ୍ରସଙ୍ଗରେ ହାଇକୋର୍ଟ କଲେଜିୟମ ପୁନଃ ବିଚାର କରିବା ପାଇଁ ସୁପ୍ରମକୋର୍ଟ କଲେଜିୟମ କହିଛନ୍ତି। ସେହିପରି ଆଇନଜୀବୀ ରୁଦ୍ରପ୍ରସାଦ କର, ପ୍ରଣୟକିଶୋର ହରିଚନ୍ଦନ, କାଳୀପ୍ରସନ୍ନ ମିଶ୍ର, ବିମ୍ବିସାର ଦାଶ, ନରସିଂହ ଭି, ତୁଷାରକାନ୍ତି ଶତପଥୀ, ବିଷ୍ଣୁପ୍ରସାଦ ପ୍ରଧାନ ଓ ସମୀର କୁମାର ଦାସଙ୍କ ନାମ ସୁପ୍ରିମକୋର୍ଟ କଲେଜିୟମକୁ ଗତ ମେ ମାସ ୧୮ତାରିଖରେ ତତ୍‌କାଳୀନ ମୁଖ୍ୟ ବିଚାରପତି ସୁପାରିସ କରିଥିଲେ। ତେବେ ପ୍ରଚଳିତ ମାନଦଣ୍ଡ ଅନୁସାରେ ଯୋଗ୍ୟ ବିବେଚିତ ହୋଇ ନ ଥିବାରୁ ଏମାନଙ୍କ ନାମକୁ ସୁପ୍ରିମକୋର୍ଟ ହାଇକୋର୍ଟକୁ ବିଚାର ପାଇଁ ପ୍ରେରଣ କରିଦେଇଛନ୍ତି। ଆଇନଜୀବୀ କାଳୀପ୍ରସନ୍ନ ମିଶ୍ରଙ୍କ ସଂପର୍କିତ ପ୍ରସ୍ତାବ କଲେଜିୟମ ଆଉ କିିଛି ଦିିନ ପରେ ବିିଚାରକୁ ନେବେ ବୋଲି ଦର୍ଶାଯାଇଥିବାବେଳେ ଆଇନଜୀବୀ ନରସିଂହ ଭିଙ୍କ ନାମ ହାଇକୋର୍ଟ କଲେଜିୟମକୁ ପୁନର୍ବିଚାର ପାଇଁ ସୁପ୍ରିମକୋର୍ଟ କଲେଜିୟମ ପଠାଇଛନ୍ତି। ଅନ୍ୟପକ୍ଷରେ ଆଇନଜୀବୀ ରୁଦ୍ରପ୍ରସାଦ କର, ପ୍ରଣୟକିଶୋର ହରିଚନ୍ଦନ, ବିମ୍ବିସାର ଦାଶ, ତୁଷାରକାନ୍ତି ଶତପଥୀ, ବିଷ୍ଣୁପ୍ରସାଦ ପ୍ରଧାନ ଓ ସମୀର କୁମାର ଦାସଙ୍କ ନାଁ ସୁପ୍ରିମକୋର୍ଟ କଲେଜିୟମ ହାଇକୋର୍ଟକୁ ଫେରାଇ ଦେଇଛନ୍ତି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ୨୦୧୫, ଜାନୁଆରୀ ୨୩ତାରିଖରେ ଖାଲି ହୋଇଥିବା ବିଚାରପତି ପଦରେ ନିଯୁକ୍ତି ପାଇଁ ଡକ୍ଟର ମିଶ୍ରଙ୍କ ନାଁ ସୁପାରିସ କରାଯାଇଛି ବୋଲି ସୁପ୍ରିମକୋର୍ଟ କଲେଜିୟମ ପକ୍ଷରୁ ଦର୍ଶାଯାଇଛି।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories