www.samajalive.in
Tuesday, December 9, 2025
15.1 C
Bhubaneswar

ବନ୍ୟାରେ ୧୭ଟି ଜିଲା ପ୍ରଭାବିତ, ୧୬ଜଣଙ୍କ ମୃତ୍ୟୁ

ସମାଜ ଡିଜିଟାଲ ଡେସ୍କ: ମୌସୁମୀ ବର୍ଷା ଯୋଗୁଁ ଉତ୍ତରପ୍ରଦେଶ-ବିହାରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବିହାରର ମୁଙ୍ଗେର ବକ୍ସର, ପୂର୍ଣ୍ଣିୟା, ଭୋଜପୁର, ପାଟନା ସମେତ ଅନେକ ଜିଲାରେ ଶହଶହ ଗାଁ ବନ୍ୟା ପାଣିରେ ବୁଡି ଯାଇଛି । ବିହାରର ପୂର୍ଣ୍ଣିୟାରେ ୩୮ବର୍ଷ ପରେ ରେକର୍ଡ ଭାଙ୍ଗିଛି ବର୍ଷା । ରବିବାରଠାରୁ ସୋମବାର ପର୍ଯ୍ୟନ୍ତ ଏଠାରେ ୨୭୦.୬ମିମି ବର୍ଷା ହୋଇଥିଲା । ପୂର୍ବରୁ ୧୯୮୭ମସିହାରେ ୨୯୪.୯ମିମି ବର୍ଷା ରେକର୍ଡ କରାଯାଇଥିଲା ।
ସେହିପରି ଉତ୍ତରପ୍ରଦେଶର ପ୍ରୟାଗରାଜ, ବାରାଣସୀ ସମେତ ୧୭ଟି ଜିଲାରେ ପ୍ରବଳରୁ ଅତି ବର୍ଷା ହୋଇଥିବାରୁ ୪୦୨ଟି ଗାଁ ବନ୍ୟା କବଳରେ ରହିଛି । ଏଠାରେ ଏପର୍ଯ୍ୟନ୍ତ ବର୍ଷା ଯୋଗୁଁ ୩୪୩ଟି ଘର ଭାଙ୍ଗି ଥିବାବେଳେ ଗତ ୨୪ଘଣ୍ଟା ମଧ୍ୟରେ ବନ୍ୟା-ବର୍ଷା ଯୋଗୁଁ ୧୬ଜଣଙ୍କ ମୃତ୍ୟୁ ହୋଇଛି । ଅଗଷ୍ଟ ୫ ପର୍ଯ୍ୟନ୍ତ ଜୌନପୁର, ସୁଲତାନପୁର, କାନପୁର, ପିଲିଭିତ ଏବଂ ସୋନଭଦ୍ରାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି । ବାରାଣସୀ, ହମିରପୁର ଏବଂ ଲଖିମପୁରରେ ଅଗଷ୍ଟ ୬ତାରିଖ ପର୍ଯ୍ୟନ୍ତ, ପ୍ରୟାଗରାଜ ଏବଂ ମିର୍ଜାପୁରରେ ୭ତାରିଖ ପର୍ଯ୍ୟନ୍ତ ଛୁଟି ରହିବ ସ୍କୁଲ ।
ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ଯୋଗୁଁ ୩୧୦ଟି ରାସ୍ତା ବନ୍ଦ ରହିଛି । ସୋମବାର ସିମଲାରେ ବର୍ଷା ପରେ ୩ଟି ଘର ଉପରେ ଭୂସ୍ଖଳନ ହୋଇଥିଲା । ଗୋଟିଏ ଦିନ ପୂର୍ବରୁ ଲୋକମାନେ ଘରୁ ବାହାରି ଆସିଥିଲେ । ଗତକାଲି ରାତିରେ ପ୍ରବଳ ବର୍ଷା ପରେ ଚଣ୍ଡିଗଡ-ମନାଲି ଚାରି ଲେନ୍‍ ରାସ୍ତା ମଧ୍ୟ ବନ୍ଦ ରହିଛି । ଉତ୍ତରାଖଣ୍ଡ ହଲଦ୍ୱାନୀରେ ନଦୀରେ ଭାସିଯାଇ ୩ଜଣଙ୍କର ମୃତ୍ୟୁ ହୋଇଛି । ପାଣିପାଗ ବିଭାଗ ମଙ୍ଗଳବାର କେରଳରେ ପ୍ରବଳ ବର୍ଷା ପାଇଁ ରେଡ୍‍ ଆଲର୍ଟ ଏବଂ ହିମାଚଳ ପ୍ରଦେଶ, ହରିୟାଣା, ଦିଲ୍ଲୀ, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ବିହାର, ତାମିଲନାଡୁ, ପୁଡୁଚେରୀରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଏଗୁଡିକ ବ୍ୟତୀତ ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ପଞ୍ଜାବ ସମେତ ୧୯ଟି ରାଜ୍ୟରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories