www.samajalive.in
Tuesday, December 9, 2025
15.1 C
Bhubaneswar

ଭବାନୀପାଟଣା କ୍ଷେତ୍ର ଜନସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ସ୍ବାଧୀନତାର ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ପାଳିତ

କେସିଙ୍ଗା: କଳାହାଣ୍ଡି ଜିଲା କେସିଙ୍ଗା ବ୍ଳକ ସ୍ଥିତ ଉତକେଲା ଜୁନିୟର କଲେଜ ପରିସର ମଧ୍ୟରେ ସ୍ବାଧୀନତାର ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଭବାନୀପାଟଣା କ୍ଷେତ୍ର ଜନ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଗୁରୁବାର ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧକ୍ଷ। ନମିତାରାଣୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ଆଞ୍ଚଳିକ ଜନସମ୍ପର୍କ କାର୍ଯ୍ୟାଳୟ ତଥା ପତ୍ର ସୂଚନା କାର୍ଯ୍ୟାଳୟ ଭୁବନେଶ୍ବରର ଅତିରିକ୍ତ ମହାନିର୍ଦ୍ଦେଶକ ରାଜେନ୍ଦ୍ର ଚୌଧୁରୀ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ ପ୍ରଥମେ ଗାନ୍ଧୀଜୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ଦୀପ ପ୍ରଜ୍ବଳନ କରିଥିଲେ। ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଜାତୀୟ ସଙ୍ଗୀତ ଗାନ କରାଯାଇ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା।

ଏହି ଅମୃତ ମହୋତ୍ସବ କାର୍ଯ୍ୟକ୍ରମରେ ସ୍ଵାଧୀନତା ସଂଗ୍ରାମୀମାନଙ୍କ ଜୀବନୀ, ଇଂରେଜ ସରକାରଙ୍କ ସହିତ ଲଢେ଼ଇ କରି ଭାରତକୁ ସ୍ବାଧୀନତା ଆନ୍ଦୋଳନ ଲଢେଇର ବିଭିନ୍ନ ସଂଗ୍ରାମ, ଭାରତୀୟ ବିପ୍ଳବ ଆନ୍ଦୋଳନର ସଂଗ୍ରାମୀଙ୍କ ବିଷୟରେ ଆଲୋଚନା କରାଯାଇ ଏହା ସମାଜକୁ ପ୍ରେରଣା ଓ ଶକ୍ତି ପ୍ରଦାନ କରିବା ସହିତ ଆତ୍ମ ନିର୍ଭର ଭାରତ ଗଠନ କରିବାରେ ସହାୟକ ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ।

- Advertisement -

ଏହି ଉତ୍ସବରେ କେସିଙ୍ଗା ମହାବିଦ୍ୟାଳୟର ଇଂରାଜୀ ବିଭାଗର ବରିଷ୍ଠ ଅଧ୍ୟାପକ ସୁଶାନ୍ତ ପାଢ଼ୀ କଳାହାଣ୍ଡି ଜିଲାର ବିପ୍ଲବୀ ରେଣ୍ଡୋ ମାଝୀଙ୍କ ଜୀବନୀ ଓ ଆଦର୍ଶ ବିଷୟରେ ବିଷଦ ଭାବରେ ଆଲୋଚନା କରିଥିଲେ। ସେହିପରି ଭବାନୀପାଟଣାର ଜେପି ଡିଗ୍ରୀ କଲେଜର ଅଧ୍ୟକ୍ଷ ଛବିଲାଲ ସାହୁ ଓ ପ୍ରମୁଖ ଅତିଥିଗଣ ଯୋଗଦେଇ ଭାରତୀୟ ବିପ୍ଲବୀମାନଙ୍କ ଜୀବନୀ ଉପରେ ନିଜସ୍ୱ ମତ ପ୍ରକାଶ କରିଥିଲେ। ଉତକେଲା ଜୁନିୟର କଲେଜର ଅଧ୍ୟାପକ ଯୁଧିଷ୍ଠିର ବୁଦ୍ଧିଆଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ଭବାନୀପାଟଣା କ୍ଷେତ୍ର ଜନସମ୍ପର୍କ କାର୍ଯ୍ୟାଳୟର ଅଧିକାରୀ ବିଷ୍ଣୁ ଚରଣ ସାହୁଙ୍କ ନେତୃତ୍ୱରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ପରିଶେଷରେ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା ଏହା ସହିତ ଫ୍ରି ଇଣ୍ଡିଆ ଫ୍ରିଡ଼ମ ରନ୍ ୨.୦ର ଶପଥ ପାଠ ସମସ୍ତଙ୍କ ଦ୍ଵାରା କରାଯାଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories