www.samajalive.in
Sunday, December 7, 2025
26.1 C
Bhubaneswar

ରାଫେଲ୍‍ ଲଢ଼ୁଆ ବିମାନ ବାୟୁ ସେନାର ଦକ୍ଷତା ବୃଦ୍ଧି କରିବ : ବି.ଏସ୍‍. ଧନୋଆ

ନୂଆଦିଲ୍ଲୀ : ରାଫେଲ୍‍ ଲଢ଼ୁଆ ବିମାନ ଓ ଏସ୍‍-୪୦୦ କ୍ଷେପଣାସ୍ତ୍ର କିଣାଗଲେ ବିମାନ ବାହିନୀର ଦକ୍ଷତା ବୃଦ୍ଧି ପାଇବ ବୋଲି  ବିମାନ ବାହିନୀ ମୁଖ୍ୟ ମାର୍ଶାଲ୍‍ ବି.ଏସ୍‍. ଧନୋଆ କହିଛନ୍ତି । ଗାଜିଆବାଦ୍‍ର ହିଣ୍ଡନ୍‍ ବିମାନ ବାହିନୀ ଘାଟିରେ ବିମାନ ବାହିନୀର ୮୬ତମ ବାର୍ଷିକୀ ପାଳନ ଅବସରରେ ଆୟୋଜିତ ଉତ୍ସବରେ ଉଦ୍‍ବୋଧନ ଦେଇ ଶ୍ରୀ ଧନୋଆ ଏହା କହିଛନ୍ତି। ଦେଶପାଇଁ  ବିମାନ ବାହିନୀର ଉଦ୍ୟମକୁ ସେ ପ୍ରଶଂସା କରିଛନ୍ତି। ଏହି ଅବସରରେ ଏକ ପ୍ୟାରେଡ୍‍ ଉତ୍ସବରେ ଆୟୋଜନ କରାଯାଇଥିଲା ଏବଂ ବିମାନ ବାହିନୀ ତା’ର ଲଢ଼ୁଆ ବିମାନଗୁଡ଼ିକର ରଣକୌଶଳ ପ୍ରଦର୍ଶନ କରିଥିଲା।

ସୂଚନା ଯୋଗ୍ୟ  ବିଗତ ୮ ଦଶନ୍ଧୀ ମଧ୍ୟରେ ବିମାନ ବାହିନୀ ଅତ୍ୟାଧୁନିକ ଜ୍ଞାନ କୌଶଳ ବ୍ୟବହାର କରି ଯଥେଷ୍ଟ ପ୍ରଗତି ହାସଲ କରିଛି ଏବଂ ଦେଶକୁ ବିପଦରୁ ରକ୍ଷା କରିବା ପାଇଁ ନିଜର ସାମର୍ଥ୍ୟକୁ ମଜବୁତ କରିଛି। ଭାରତୀୟ ଆକାଶସୀମାକୁ ସୁରକ୍ଷିତ ରଖିବା ପାଇଁ ନିଜର ପ୍ରତିଶ୍ରୁତିବଦ୍ଧତାକୁ ପାଳନ କରିବା ସଙ୍ଗେ ସଙ୍ଗେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଦେଶବାସୀଙ୍କୁ ସହାୟତା ଯୋଗାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି।
ବାୟୁ ସେନା ଦିବସ ଅବସରରେ ରାଷ୍ଟ୍ରପତି, ଉପ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ ପ୍ରମୁଖ ବିମାନ ବାହିନୀର ଯବାନ ଓ ସମସ୍ତ କର୍ମଚାର ତଥା ଅଧିକାରୀମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

- Advertisement -

ଏହି ୮୬ତମ ବାର୍ଷିକୀ ପାଳନ ପାଇଁ ବିମାନ ବାହିନୀ ସୋମବାର ଗାଜିଆବାଦ୍‍ର ହିଣ୍ଡନ୍‍ ବିମାନବାହିନୀ ଘାଟିରେ ଏକ ବିଶାଳ ପ୍ୟାରେଡ ଓ ରଣକୌଶଳ ପ୍ରଦର୍ଶନ ଅନୁଷ୍ଠିତ ହେଉଛି । ଭାରତୀୟ ବିମାନ ବାହିନୀ ମୁଖ୍ୟ ମାର୍ଶାଲ ବି.ଏସ୍‍. ଧନୋଆ ଏବଂ ଚିଫ୍‍ ଅଫ୍‍ ଏୟାର ଷ୍ଟାଫ୍‍ ଏହି ପ୍ୟାରେଡ ଉତ୍ସବରେ ଯୋଗଦେଇଛନ୍ତି। ପ୍ୟାରେଡ ପରେ ପରେ ବିମାନବାହିନୀର ଲଢୁଆ ଡ୍ରିଲ ଟିମ୍‍ ରଣକୌଶଳ ପ୍ରଦର୍ଶନ କରିଛନ୍ତି। ବିମାନ ବାହିନୀର ଆକାଶ ଗଙ୍ଗା ଟିମ୍‍ ଏ.ଏନ. – ୩୨ ଲଢୁଆ ବିମାନରୁ ଲମ୍ପ୍‍ ପ୍ରଦାନ କୌଶଳ ପ୍ରଦର୍ଶନ କରିଛନ୍ତି । ପ୍ଲାଏ ପାଷ୍ଟରେ ଏମ.ଆଇ୧୭ ଭି ୫, ରୁଦ୍ର ହେଲିକପ୍ଟର, ଡୋନିୟର ସି-୧୩୦ଜେ ଓ ସି୧୭ପରିବହନ ଯୁଦ୍ଧ ବିମାନ, ଜାଗୁଆର, ବିଶନ୍‍, ଏମ୍‍.ଆଇ.ଜି-୨୯, ମିରେଜ-୨୦୦୦ ଓ ଏସ.ୟୁ-୩୦ଏମ.କେ.ଆଇ ଯୁଦ୍ଧ ବିମାନ ଗୁଡିକ ଅଂଶଗ୍ରହଣ କରିଛନ୍ତି।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories