www.samajalive.in
Tuesday, December 9, 2025
15.1 C
Bhubaneswar

ଟଳିଲା ଆଉ ଏକ ବିମାନ ଦୁର୍ଘଟଣା : ବର୍ତ୍ତିଲେ ୧୭୬ ଜଣ ଯାତ୍ରୀ

ରାଞ୍ଚି : ଝାଡ଼ଖଣ୍ଡର ରାଞ୍ଚି ସ୍ଥିତ ବିର୍ଶାମୁଣ୍ଡା ବିମାନ ବନ୍ଦରଠାରେ ଏୟାର୍‍ ଏସିଆର ଏକ ବିମାନ ଅବତରଣ କରିବା ସହ ଆଉ ଏକ ବଡ଼ ବିମାନ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇପାରିଛି।  ବିମାନଟି ଉଡ଼ାଣ ଆରମ୍ଭ କରିବା ସମୟରେ ଏହାର ଇଞ୍ଜିନରେ ଏକ ପକ୍ଷୀ ମାଡ଼ ହୋଇଯିବାରୁ ଇଞ୍ଜିନରେ ଅଗ୍ନିକଣା ଦେଖାଯାଇଥିଲା। ଏହାପରେ ବିମାନଟିକୁ ଅବତରଣ କରାଯାଇ ଏହାର ଯାଞ୍ଚ କରାଯାଇଥିଲା ଓ ଏକ ବଡ଼ ଦୁର୍ଘଟଣାକୁ ଏଡ଼ାଯାଇପାରିଥିଲା।

ବିମାନ ବନ୍ଦର ନିର୍ଦ୍ଦେଶକ ବିନୋଦ ଶର୍ମା କହିଛନ୍ତି, ବିମାନଟିର ଭଲଭାବେ ପରୀକ୍ଷା ନିରୀକ୍ଷା କରାଯିବା ପରେ ଏହା ଉଡ଼ାଣ କରିଛି। ବିମାନର ସମସ୍ତ ୧୭୬ ଜଣ ଯାତ୍ରୀ ନିରାପଦ ଅଛନ୍ତି ଓ ସେମାନଙ୍କୁ ବିମାନ ବନ୍ଦରରେ ରଖାଯାଇ ଥିଲା। ଶ୍ରୀ ଶର୍ମା କହିଛନ୍ତି, ଏକ ପକ୍ଷୀ ବିମାନର ଇଞ୍ଜିନ୍‍ ଦେହରେ ମାଡ଼ ହୋଇଯାଇଥିଲା। ଗତ ପାଞ୍ଚ ମାସ ଭିତରେ ଏହା ହେଉଛି ଏ ଧରଣର ପ୍ରଥମ ଘଟଣା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories