www.samajalive.in
Tuesday, November 18, 2025
16.1 C
Bhubaneswar

ଆସୁଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ; ସବୁ ଆସନରେ ଲଢ଼ିବ ଓୱେସିଙ୍କ ଦଳ

କଲକାତା: ଆସନ୍ତାବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହି ନିର୍ବାଚନରେ ଆସାଉଦ୍ଦିନ ଓୱେସିଙ୍କ ଏଆଇଏମଆଇଏମ ସବୁ ଆସନରେ ପ୍ରାର୍ଥୀ ଛିଡା କରିବ ବୋଲି ଜଣାପଡିଛି। ଏ ପ୍ରସଙ୍ଗରେ ଗଣମାଧ୍ୟମକୁ ସୂଚନା ଦେଇ ଦଳର ସୁପ୍ରିମୋ ଓୱେସି କହିଛନ୍ତି ଯେ ରାଜ୍ୟରେ ସଦସ୍ୟ ଗ୍ରହଣ ଅଭିଯାନକୁ ଜୋରଦାର କରାଯାଉଛି। ଏଥିପାଇଁ ଏକ ଟୋଲ ଫ୍ରି ନମ୍ବର ମଧ୍ୟ ଜାରି କରାଯାଇଛି। ଦଳର କର୍ମକର୍ତ୍ତାମାନେ ବିଭିନ୍ନ ଜିଲାରେ ଘରକୁ ଘର ବୁଲି ନୂଆ ସଦସ୍ୟ ଯୋଗାଡ କରୁଛନ୍ତି। ବର୍ତ୍ତମାନ ରମ୍‌ଜାନ ମାସ ଚାଲିଥିବାରୁ ଦଳ ପକ୍ଷରୁ ବିଭିନ୍ନ ସ୍ଥାନରେ ଇଫ୍‌ତାର ପାର୍ଟିର ବନ୍ଦୋବସ୍ତ କରାଯାଉଛି। ପଶ୍ଚିମବଙ୍ଗରେ ଏଆଇଏମଆଇଏମର ପ୍ରାୟ ୩ ଲକ୍ଷ ସଦସ୍ୟ ରହିଛନ୍ତି। ୨୦୨୩ ପଞ୍ଚାୟତ ନିର୍ବାଚନରେ ଦଳ ମାଲଦା ଓ ମୁର୍ଶିଦାବାଦରେ ୧.୫ ଲକ୍ଷରୁ ଅଧିକ ଭୋଟ ପାଇଥିଲା। ତେଣୁ ଆଗାମୀ ବିଧାନସଭା ନିର୍ବାଚନରେ ଦଳ ଉନ୍ନତ ପ୍ରଦର୍ଶନ କରିବ ବୋଲି ପଶ୍ଚିମବଙ୍ଗ ଶାଖାର ଜଣେ କର୍ମକର୍ତ୍ତା ମହମ୍ମଦ ଇମ୍ରାନ ସୋଲାଙ୍କି ଆଶାବ୍ୟକ୍ତ କରିଛନ୍ତି। ୨୦୨୧ ବିଧାନସଭା ନିର୍ବାଚନରେ ଏଆଇଏମଆଇଏମ କେବଳ ମାଲଦା, ମୁର୍ଶିଦାବାଦ ଏବଂ ଉତ୍ତର ଦିନାଜପୁର ଜିଲାର ସାତଟି ଆସନରେ ପ୍ରାର୍ଥୀ ଛିଡା କରିଥିଲା। ତେବେ ଦଳ ଗୋଟିଏ ହେଲେ ଆସନ ଜିତିପାରିନଥିଲା। ଅପରପକ୍ଷରେ ବିଧାନସଭାର ମୋଟ ୨୯୪ ଆସନ ମଧ୍ୟରୁ ମମତା ବାନାର୍ଜୀଙ୍କ ନେତୃତ୍ବାଧୀନ ଟିଏମସି (ତୃଣମୂଳ କଂଗ୍ରେସ) ସର୍ବାଧିକ ୨୧୫ ଆସନ ହାତେଇ ଥିବାବେଳେ ବିଜେପିକୁ ୭୭, ଇଣ୍ଡିଆନ ସେକୁଲାର ଫ୍ରଣ୍ଟ ଏବଂ ଗୋର୍ଖା ଜନମୁକ୍ତି ମୋର୍ଚ୍ଚାକୁ ପ୍ରତ୍ୟେକ ଗୋଟିଏ ଆସନରେ ସନ୍ତୁଷ୍ଟ ହେବାକୁ ପଡିଥିଲା।
ଅପରପକ୍ଷରେ ଆଗାମୀ ବିଧାନସଭା ନିର୍ବାଚନରେ କଂଗ୍ରେସ ସହ ମେଣ୍ଟ ନ କରି ଟିଏମ୍‌ସି ଏକାକି ଲଢିବ ବୋଲି ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘୋଷଣା କରିଛନ୍ତି। ଟିଏମ୍‌ସିର ଏତାଦୃଶ ନିଷ୍ପତ୍ତି ପ​‌େ​‌ର ବାମଦଳ ସହ ମେଣ୍ଟ କରିବାକୁ କଂଗ୍ରେସ ଚିନ୍ତା କରୁଥିବା ଜଣାପଡିଛି। ସୂଚନାଯୋଗ୍ୟ ଗତ ଲୋକସଭା ନିର୍ବାଚନରେ ମଧ୍ୟ କଂଗ୍ରେସ ସହ ଟିଏମସି ମେଣ୍ଟ କରିନଥିଲା।

Hot this week

ଯାଜପୁର ଜିଲା ଜଖପୁର ଜଙ୍କସନରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ

ସମାଜଲାଇଭ ଡେସ୍କ: ଯାଜପୁର ଜିଲା ଜଖପୁର ଜଙ୍କସନରେ ସୋମବାର ରାତିରେ ଏକ...

ପରଲୋକରେ ତାରକା କଣ୍ଠଶିଳ୍ପୀ ହ୍ୟୁମାନ୍‌‌ ସାଗର

କଟକ: ଓଡ଼ିଆ ସଙ୍ଗୀତ ଜଗତର ଉଦୀୟମାନ ଗାୟକ ତଥା ତାରକା କଣ୍ଠଶିଳ୍ପୀ...

୫୦ ବର୍ଷ ପରେ ପ୍ରେକ୍ଷାଳୟକୁ ଫେରୁଛି ‘ଶୋଲେ’

ମୁମ୍ବାଇ ୧୭/୧୧: ଭାରତୀୟ ସିନେମାର କ୍ଲାସିକ୍ ଫିଲ୍ମ "ଶୋଲେ" ପୁଣି ଥରେ ବଡ଼...

ଷ୍ଟେସନରୁ ୮ ଶ୍ରମିକ ଓ ୫ ଶିଶୁ ଉଦ୍ଧାର, ସର୍ଦ୍ଦାର ଗିରଫ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ରେଳ ଷ୍ଟେସନ ଅଞ୍ଚଳରୁ ୮ଜଣ ଦାଦନ ଶ୍ରମିକଙ୍କ ସହ...

ଦିଲ୍ଲୀ ବିସ୍ଫୋରଣ: ସହଯୋଗୀ ଷଡ଼ଯନ୍ତ୍ରକାରୀ ଆତଙ୍କୀ ଗିରଫ

ସମାଜଲାଇଭ ଡେସ୍କ: ଦିଲ୍ଲୀ ବିସ୍ଫୋରଣ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ସହଯୋଗୀ...

Related Articles

Popular Categories