www.samajalive.in
Sunday, December 7, 2025
23.1 C
Bhubaneswar

ଅଗ୍ନିବୀର କ୍ଷତିପୂରଣ ଢାଞ୍ଚା ସମ୍ପର୍କରେ ଆସିଲା ବିସ୍ତୃତ ସୂଚନା, ଜାଣନ୍ତୁ କଣ

ଡେସ୍କ: ସହିଦ ଅଗ୍ନିବୀର ପରିବାରକୁ ମିଳୁଥିବା ଅନୁକମ୍ପାମୂଳକ କ୍ଷତିପୂରଣ ସମ୍ପର୍କରେ ଆଜି ପୂର୍ବତନ ବାୟୁସେନା ମୁଖ୍ୟ ଆରକେଏସ୍ ଭଦୌରିଆ ସ୍ପଷ୍ଟ ଭାବେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବିସ୍ତୃତ ମାର୍ଗଦର୍ଶିକା କାରଣରୁ କ୍ଷତିପୂରଣ ପ୍ରଦାନ ପ୍ରକ୍ରିୟା ପାଇଁ ସାଧାରଣତଃ ଦୁଇରୁ ତିନି ମାସ ଲାଗିଥାଏ। ଅନୁକମ୍ପାମୂଳକ କ୍ଷତିପୂରଣ ପ୍ରକ୍ରିୟାରେ ସାମିଲ ବିଭିନ୍ନ ପର୍ଯ୍ୟାୟ ସମ୍ପର୍କରେ ସବିଶେଷ ସୂଚନା ଦେଇ ଶ୍ରୀ ଭଦୌରିଆ ସମ୍ପୂର୍ଣ୍ଣ ଅର୍ଥପଇଠ ପାଇଁ ଲାଗୁଥିବା ସମୟକୁ ନେଇ ଦେଖା ଦେଇଥିବା ସମସ୍ତ ବିବାଦକୁ ଖଣ୍ଡନ କରିଛନ୍ତି।

ସେ କହିଛନ୍ତି, ଅନୁକମ୍ପାମୂଳକ ଅର୍ଥରାଶି ଓ ଅନ୍ୟାନ୍ୟ ସହାୟତା ଅର୍ଥ ପ୍ରଦାନ ପାଇଁ ଏକ ନିର୍ଦ୍ଦିଷ୍ଟ ପ୍ରକ୍ରିୟା ରହିଛି। ପ୍ରଥମେ ଏହା ଯୁଦ୍ଧଜନିତ ମୃତ୍ୟୁ କିମ୍ବା ଅନ୍ୟ କୌଣସି ଶାରୀରିକ ଆଘାତ ଜନିତ ମୃତ୍ୟୁ ତାହା ପ୍ରମାଣିତ କରିବାକୁ ହୋଇଥାଏ। ଏହା ସରକାରଙ୍କ ଦ୍ୱାରା ପରିଚାଳନା କରାଯାଏ ତେଣୁ ପ୍ରମାଣ କରିବା ଜରୁରୀ। ପ୍ରମାଣ କରିବାର ପ୍ରକ୍ରିୟାରେ ମଧ୍ୟ କେତେକ ମାର୍ଗଦର୍ଶିକା ପାଳନ କରାଯାଏ। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ଜରୁରୀ। ଏହାବ୍ୟତୀତ ସବୁ ଘଟଣାର ରିପୋର୍ଟ, କୋର୍ଟ ଅଫ୍ ଇନକ୍ଵାରୀ ଏବଂ ପୁଲିସ ଠାରୁ ରିପୋର୍ଟ ମିଳିବା ଏହି ପ୍ରକ୍ରିୟାର ପ୍ରମୁଖ ଅଂଶବିଶେଷ। କ୍ଷତିପୂରଣ ପ୍ରଦାନ ପୂର୍ବରୁ ଏସବୁ ପ୍ରକ୍ରିୟା ପ୍ରଥମେ ସମ୍ପୂର୍ଣ୍ଣ ହେବା ଉଚିତ୍। ସାଧାରଣ ସୈନିକ ଏବଂ ଅଗ୍ନିବୀରଙ୍କ କ୍ଷେତ୍ରରେ ସମାନ ପ୍ରକ୍ରିୟା ଅନୁସରଣ କରାଯାଇଥାଏ। ଏଥିରେ କୌଣସି ଭିନ୍ନତା ନାହିଁ ବୋଲି ଶ୍ରୀ ଭଦୌରିଆ କହିଛନ୍ତି ।

- Advertisement -

ଭଦୌରିଆ ଆହୁରି କହିଛନ୍ତି, ଯବାନ ସହିଦ ହେଲେ ବୀମା ରାଶିର ଏକ ବଡ଼ ଅଂଶ ନିକଟ ସମ୍ପର୍କୀୟଙ୍କୁ ପଇଠ କରାଯାଏ। ସେ କହିଛନ୍ତି, ‘‘ଯେତେବେଳେ ଏପରି କୌଣସି ଘଟଣା ଘଟିଥାଏ ଏବଂ କାହାର ପ୍ରାଣହାନି ହୁଏ, ସେହି ସମୟରେ ସବୁ ମାମଲାରେ- ତାହା ଯୁଦ୍ଧ ଜନିତ ମୃତ୍ୟୁ ହେଉ କିମ୍ବା ଅନ୍ୟ କୌଣସି ଶାରୀରିକ କାରଣରୁ ମୃତ୍ୟୁ ହେଉ, କାରଣବଶତଃ ହେଉ କିମ୍ବା ଅକାରଣବଶତଃ ହେଉ – ବୀମା ଅର୍ଥରାଶି ସିଧାସଳଖ ପ୍ରଦାନ କରାଯାଇଥାଏ।’’ କର୍ତ୍ତୃପକ୍ଷ ସାଧାରଣତଃ ୨୪ କିମ୍ବା ୪୮ ଘଣ୍ଟା ମଧ୍ୟରେ ସିଧାସଳଖ ୫୦ ପ୍ରତିଶତ ଅର୍ଥରାଶି ଦିଅନ୍ତି ଏବଂ ତା’ପରେ ସେମାନେ ପରିବାରକୁ ଭେଟି ବାକି ଅର୍ଥ କିଭଳି ନେବାକୁ ଚାହୁଁଛନ୍ତି ବୋଲି ପଚାରନ୍ତି, ନିଜ ନାମରେ କିମ୍ବା ପିଲାଙ୍କ ନାମରେ?’’

ଅଗ୍ନିପଥ ଯୋଜନାରେ ପଞ୍ଜୀକରଣ କରିଥିବା ସମସ୍ତଙ୍କୁ ଦିଆଯାଉଥିବା ବୀମାର ଏକ ଲାଭ ବିଷୟରେ ବର୍ଣ୍ଣନା କରି ଅବସରପ୍ରାପ୍ତ ବାୟୁସେନା ମୁଖ୍ୟ ମାର୍ଶାଲ କହିଛନ୍ତି ଯେ ନିୟମିତ ସୈନିକମାନଙ୍କ ପରି ଅଗ୍ନିବୀରମାନଙ୍କୁ ସେମାନଙ୍କ ଦରମାର କୌଣସି ଅଂଶ ବୀମା ବାବଦରେ ଜମା କରିବାକୁ ପଡିବ ନାହିଁ ଏବଂ ସମ୍ପୂର୍ଣ୍ଣ ବୀମା ରାଶି ଭାରତ ସରକାର ପ୍ରଦାନ କରିଥାନ୍ତି।

ଅଗ୍ନିବୀର ଅଜୟ କୁମାରଙ୍କ ପରିବାରକୁ କ୍ଷତିପୂରଣ ମିଳିବାକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଏୟାର ଚିଫ୍ ମାର୍ଶାଲ ଆରକେଏସ ଭଦୌରିଆ ସ୍ଥିତି ସ୍ପଷ୍ଟ କରିଛନ୍ତି। କ୍ଷତିପୂରଣର କିଛି ଅଂଶ ପ୍ରଦାନ କରାଯାଇଥିବା ବେଳେ ଆବଶ୍ୟକ କାଗଜପତ୍ର କାମ ସରିବା ପରେ ଅବଶିଷ୍ଟ ଅର୍ଥ ପ୍ରଦାନ କରାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି।

ବଦଳି କଲେ ରାଜ୍ୟ ସରକାର, ପୁଲିସ ଆଇଜି ଆଶିଷ ସିଂ ହେଲେ ଗୃହ ବିଭାଗ ଓଏସଡି

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories