ଡୁଡୁକା ଗାଁରେ ଜବରଦଖଲ ଉଚ୍ଛେଦ ଆରମ୍ଭ

ଆଗଲପୁର: ବଲାଙ୍ଗିର ଜିଲା ଆଗଲପୁର ବ୍ଲକ ଅନ୍ତର୍ଗତ ଡୁଡୁକା ଗାଁରେ ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଛି। ତହସିଲଦାର ସୁଚିତା ପୁଷ୍ପାଙ୍କ ତତ୍ୱାବଧାନରେ ଡୁଡୁକା ବସଷ୍ଟାଣ୍ଡରୁ ରାମପୁର ଗ୍ରାମ ପର୍ଯ୍ୟନ୍ତ ରାସ୍ତା ଉପରେ ସରକାରୀ ଜାଗାରେ ଘର କରି ରହିଥିବା ଲୋକଙ୍କ ଘର ଭଙ୍ଗା ଯିବ ବୋଲି ତହସିଲଦାର କହିଛନ୍ତି। ପୂର୍ବରୁ ୧୭ଜଣଙ୍କକୁ ନୋଟିିସ ଦିଆଯାଇଥିିିିଲା। ସରକାରୀ ଜାଗାରେ ରାସ୍ତା ଉପରକୁ ମାଡି ଆସି ଜବରଦଖଲ କରି ଘର ତିଆରି କରିଛନ୍ତି, ନୋଟିସ ଜରିଆରେ ଘରଗୁଡିକୁ ଖାଲି କରିବା ପାଇଁ ଜଣାଇ ଦିଆଯାଇଥିଲା। ସେମାନେ ଘର ନଛାଡିବା ଯୋଗୁଁ ପୁଲିସ ସହାୟତାରେ ଉଚ୍ଛେଦ ଜାରି ରହିିିଥିବା ତହସଲଦାର କହିଛନ୍ତି। ପୁଲିସ ଅଧିକାରୀ ସନାତନ ସାହୁଙ୍କ ତତ୍ୱାବଧାନରେ ତଥା ଅନେକ ସଂଖ୍ୟକ ପୁଲିସର ସହାୟତାରେ ଜବରଦଖଲ ଉଚ୍ଛେଦ ଚାଲୁଥିବା ଦେଖିବାକୁ ମିଳିଛି।

Comments are closed.