ନୂଆଦିଲ୍ଲୀ: ନୀରବ ମୋଦୀ, ମେହୁଲ ଚୌକସି ଓ ବିଜୟ ମାଲ୍ୟାଙ୍କ ପରେ ଗୁଜରାଟର ଆଉ ଜଣେ ବ୍ୟବସାୟୀ ନୀତିନ ସନ୍ଦେସରା ବ୍ୟାଙ୍କରୁ ୫ହଜାର କୋଟି ଚଳୁ କରି ନାଇଜେରିଆକୁ ଚମ୍ପଟ ମାରିଛନ୍ତି।
ଷ୍ଟାର୍ଲିଙ୍ଗ ବାୟୋଟେକର ମାଲିକ ନୀତିନ ସନ୍ଦେସରାଙ୍କ ଉପରେ ୫ହଜାର କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ହୋଇଛି। ଉକ୍ତ ବ୍ୟବସାୟୀଜଣକ ବ୍ୟାଙ୍କ ଟଙ୍କା ନେଇ ଦୁବାଇ ପଳାୟନ କରିଥିବା ଖବର ପ୍ରଚାରିତ ହୋଇଥିଲା। ତେବେ ଇଡି ଓ ସିବିଆଇ ସୁତ୍ରରୁ ମିଳିଥିବା ଖବର ଅନୁଯାୟୀ ସନ୍ଦେସରା ନାଇଜେରିଆରେ ରହିଥିବା ଜଣା ପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ ନୀତିନ ଓ ତାଙ୍କ ଭାଇ ଚୈତନ୍ୟ ଓ ଭାଉଜ ଦିପ୍ତିଙ୍କ ସମେତ ପରିବାରର ଅନ୍ୟାନ୍ୟ ସଦସ୍ୟ ନାଇଜେରିଆରେ ଆତ୍ମଗୋପନ କରିଛନ୍ତି। ତେବେ ନାଇଜେରିଆ ସରକାରଙ୍କ ପକ୍ଷରୁ ଏ ସମ୍ପର୍କରେ କୌଣସି ସ୍ପଷ୍ଟିକରଣ ଅଦ୍ୟାବଧି ମିଳି ନାହିଁ।
ପୂର୍ବରୁ ନୀତିନଙ୍କୁ ଦୁବାଇର ୟୁଏନଆଇ କର୍ତ୍ତୁପକ୍ଷ ଅଟକ ରଖିଥିବା ଖବର ପ୍ରଚାରିତ ହୋଇଥିଲା। ପରେ ଏଭଳି ଖବର ମିଥ୍ୟା ପ୍ରମାଣିତ ହେବା ସହ ନୀତିନ ଓ ତାଙ୍କ ପରିବାରବର୍ଗ ନାଇଜେରିଆ ପଳାୟନ କରିଥିବା ଜଣା ପଡ଼ିଥିଲା।
ଭାରତ- ନାଇଜେରିଆ ମଧ୍ୟରେ ପ୍ରତ୍ୟାର୍ପଣ ଚୁକ୍ତି ନାହିଁ। ତେଣୁ ସିବିଆଇ ପାଇଁ ଆଫ୍ରିକୀୟ ମହାଦେଶର ଏହି ଅଞ୍ଚଳରୁ ନୀତିନଙ୍କୁ ଭାରତ ଫେରାଇ ଆଣିବା ଏବେ କାଠିକର ପ୍ରମାଣିତ ହେବାରେ ଲାଗିଛି। ଅପରପକ୍ଷରେ ତଦନ୍ତକାରୀ ଦଳ ୟୁଏନଆଇ କର୍ତ୍ତୁପକ୍ଷଙ୍କୁ ନୀତିନଙ୍କ ପରିବାରବର୍ଗଙ୍କୁ ଗିରଫ କରିବାକୁ ଆବେଦନ କରିଛନ୍ତି। ଭାରତରେ ମଧ୍ୟ ନୀତିନଙ୍କ ପରିବାରବର୍ଗଙ୍କ ନାମରେ ରେଡ଼ କର୍ଣ୍ଣର ନୋଟିସ ଜାରି କରିବାର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ନୀତିନ ଔଷଧ ବ୍ୟବସାୟରେ ଲିପ୍ତ ଥିଲେ। ପରବର୍ତ୍ତୀ ସମୟରେ ତେଲ, ଜମି କିଣାବିକା ପରି ବ୍ୟବସାୟରେ ମଧ୍ୟ ନୀତିନଙ୍କ କମ୍ପାନୀ ଟଙ୍କା ବିନିଯୋଗ କରିଥିଲା। ନୀତିନଙ୍କ ବ୍ୟବସାୟ ଭାରତ ସମେତ ୟୁଏଇ, ନାଇଜେରିଆ, ବ୍ରିଟିସ ଭର୍ଜିନ ଆୟାର୍ଲ୍ୟାଣ୍ଡ, ଆମେରିକା, ସେଶଲ୍ଥ ଓ ମରିସସ୍ ପରି ଦେଶରେ ଚାଲିଛି। ନାଇଜେରିଆରେ ନୀତିନଙ୍କ ତେଲର କୂଅ ରହିଥିବା କୁହାଯାଉଛି।
କିଛିମାସ ପୂର୍ବେ ଇଡି ପକ୍ଷରୁ ନୀତିନଙ୍କ ଦିଲ୍ଲୀ, ମୁମ୍ବଇ, ବଡ଼ୋଦରା, ଅହମଦାବାଦ୍ ଓ ସୁରତ ସମେତ ଦେଶର ୫୦ଟି ଶାଖା ଉପରେ ଏକକାଳୀନ ଚଢାଉ କରିଥିଲେ।
ନୀରବ ମୋଦୀ ଓ ମାଲ୍ୟାଙ୍କ ପରେ ଆଉ ଜଣେ ବ୍ୟବସାୟୀ ଫେରାର:୫ହଜାର କୋଟି ନେଇ ଚମ୍ପଟ
Popular Categories



