ନୂଆଦିଲ୍ଲୀ : ଆଫଗାନିସ୍ତାନରେ ପୁଣି ଥରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଗୁରୁବାର ବିଳମ୍ବିତ ରାତିରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ବେଳେ ଏହାର ତୀବ୍ରତା ୪.୬ ରେକର୍ଡ କରାଯାଇଛି ।
୧ ସେପ୍ଟେମ୍ବର ଠାରୁ ଆରମ୍ଭ କରି ୫ ସେପ୍ଟେମ୍ବର ପର୍ଯ୍ୟନ୍ତ ଆଫଗାନିସ୍ତାନରେ ପ୍ରାୟ ୧୮ ଥର ଭୂକମ୍ପ ଝଟକା ଅନୁଭୂତ ହୋଇଛି ବୋଲି ଏନସିଏସ ପକ୍ଷରୁ ସୂଚନା ମିଳିଛି । ୧୮ ଥର ମଧ୍ୟରୁ ୨ ଥର ଭୂକମ୍ପର ତୀବ୍ରତା ୬ରୁ ଅଧିକ ଥିବା ଅନ୍ୟ ଭୂକମ୍ପର ତୀବ୍ରତା ୪ରୁ ୫ ମଧ୍ୟରେ ଥିଲା । ପୂର୍ବରୁ ଅନୁଭୂତ ହୋଇଥିବା ଭୂକମ୍ପରେ ପ୍ରାୟ ୧୫୦୦ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାର ହଜାର ଲୋକେ ଆହତ ହୋଇଥିଲେ । ଅନେକ ଧନସମ୍ପତ୍ତି, ଘର କ୍ଷତିଗ୍ରସ୍ତ ହୋଇଥିଲା ।
୫୦ ବର୍ଷ ପରେ ଚନ୍ଦ୍ରଗ୍ରହଣରେ ଶନିଙ୍କ ଓଲଟା ଚଳନକୁ ଗୁରୁ ଉଦୟ; ଏହି ୩ ରାଶିଙ୍କ ଖୋଲିବ ବନ୍ଦ ଭାଗ୍ୟର ତାଲା



