www.samajalive.in
Sunday, December 7, 2025
26.1 C
Bhubaneswar

କରୋନା ମୁକାବିଲା ପାଇଁ ଅତିରିକ୍ତ ମାର୍ଗଦର୍ଶିକା ଜାରି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : ଦେଶରେ ମହାମାରୀ ‘କରୋନା’ ଭୂତାଣୁ କାୟା ବିସ୍ତାର କରିଚାଲିଥିବା ବେଳେ ସରକାରଙ୍କ ପକ୍ଷରୁ ଏହାର ମୁକାବିଲା କରିବା ନେଇ ଜରୁରି ପଦକ୍ଷେପମାନ ଗ୍ରହଣ କରାଯାଉଛି। କରୋନା ଭାଇରସରେ ଭାରତରେ ବର୍ତ୍ତମାନ ସୁଦ୍ଧା ୧୯୫ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୪ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଭୂତାଣୁ ଧିରେ ଧିରେ ଭାରତରେ ବ୍ୟାପକ ସ୍ଥିତି ଧାରଣ କରୁଥିବାରୁ ସତର୍କତା ମୂଳକଭାବେ କେନ୍ଦ୍ର ସରକାରଙ୍କ ପକ୍ଷରୁ କେତେକ ମାର୍ଗଦର୍ଶିକା ଜାରି କରାଯାଇଛି। ଏହି ଅତିରିକ୍ତ ମାର୍ଗଦର୍ଶିକା ଅନୁଯାଇ..
• ୨୨ ମାର୍ଚ୍ଚ, ୨୦୨୦ ପରଠାରୁ ଗୋଟିଏ ସପ୍ତାହ ପାଇଁ କୌଣସି ଅନୁସୂଚିତ ଅନ୍ତର୍ଜାତୀୟ ବାଣିଜ୍ୟିକ ଯାତ୍ରୀ ବିମାନକୁ ଭାରତରେ ଅବତରଣ କରିବା ଲାଗି ଅନୁମତି ମିଳିବ ନାହିଁ ।
• ଲୋକ ପ୍ରତିନିଧି, ସରକାରୀ କର୍ମଚାରୀ, ସ୍ୱାସ୍ଥ୍ୟକର୍ମୀଙ୍କୁ ବାଦ ଦେଲେ ୬୫ ବର୍ଷରୁ ଊର୍ଦ୍ଧ୍ଵ ସମସ୍ତ ନାଗରିକମାନଙ୍କୁ (ଡାକ୍ତରୀ ସହାୟତା ଚାହୁଁଥିବା ଲୋକମାନଙ୍କୁ ଛାଡ଼ି) ଘରେ ରହିବା ଲାଗି ରାଜ୍ୟ ସରକାର ଗୁଡ଼ିକ ଉପଯୁକ୍ତ ନିର୍ଦ୍ଦେଶନାମା ଜାରି କରିବେ ।
• ସେହିପରି ୧୦ ବର୍ଷରୁ କମ ବୟସର ପିଲାମାନଙ୍କୁ ଘରେ ରହିବା ଏବଂ ବାହାରକୁ ନବାହାରିବା ଲାଗି ନିର୍ଦ୍ଦେଶ ଦିଆଯାଉଛି ।
• ଛାତ୍ରଛାତ୍ରୀ, ରୋଗୀ ଓ ଦିବ୍ୟାଙ୍ଗ ଜନଙ୍କୁ ବାଦ ଦେଲେ ସମସ୍ତ ପ୍ରକାର ଯାତ୍ରା ରିହାତି ରଦ୍ଦ କରିବା ଲାଗି ରେଳପଥ ଓ ବିମାନ ଚଳାଚଳ ସଂସ୍ଥାଗୁଡ଼ିକୁ ଆଦେଶ ଦିଆଯାଇଛି ।
• ଜରୁରିକାଳୀନ/ଜରୁରି ସେବା କ୍ଷେତ୍ରରେ କାର୍ୟ୍ୟ କରୁଥିବା କର୍ମଚାରୀଙ୍କୁ ବାଦ ଦେଲେ ଘରୋଇ କ୍ଷେତ୍ରର ସମସ୍ତ କର୍ମଚାରୀମାନେ ଘରେ ଥାଇ କାମ କରିବା ଲାଗି ନିର୍ଦ୍ଦେଶ ଦେବାକୁ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
• ଭିଡ଼ ଏଡ଼ାଇବା ନିମନ୍ତେ କେନ୍ଦ୍ର ସରକାରଙ୍କ ସମସ୍ତ ଗ୍ରୁପ ବି ଓ ସି କର୍ମଚାରୀଙ୍କ ପାଇଁ ଶିଫ୍ଟ ଡ୍ୟୁଟି କିମ୍ବା ବିକଳ୍ପ ସପ୍ତାହରେ ଡ୍ୟୁଟି କରିବା ଲାଗି କୁହାଯାଇଛି

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories