ବାଙ୍କୀ (ଡମପଡ଼ା): ଆଜି ସନ୍ଧ୍ୟା ସମୟରେ ଏକ ଅଜଣା ଗାଡି ଧକ୍କାରେ ବାଙ୍କୀ ଡମପଡ଼ା ବ୍ଲକ ଅନ୍ତର୍ଗତ ଚାରିଘରିଆ ଗ୍ରାମର ବିଷ୍ଣୁ ବେହେରା(୪୫ )ଙ୍କ ମୃତ୍ୟୁ ହୋଇଛି। ସନ୍ଧ୍ୟା ସମୟରେ ବିଷ୍ଣୁ ସ୍ଥାନୀୟ ବଜାରରୁ କାମ ସାରି ଘରକୁ ଫେରୁଥିବା ସମୟରେ ଏକ ହାଇୱା ଦ୍ରୁତ ଗତିରେ ବିଷ୍ଣୁଙ୍କୁ କଇଁମୁଣ୍ଡି କଇଁଆ ନାଳ ଠାରେ ଧକ୍କା ଦେଇ ଦ୍ରୁତ ଗତିରେ ଫେରାର ହୋଇଯାଇଥିଲା। ଦୁର୍ଘଟଣା ଗସ୍ତ ବିଷ୍ଣୁଙ୍କୁ ସ୍ଥାନୀୟ ଲୋକେ ଚିହ୍ନଟ କରିବା ପରେ ଡମପଡ଼ା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଡମପଡ଼ା ଅଗ୍ନିଶମବାହିନୀ ଘଟଣା ସ୍ଥଳରେ ପହଂଚି ତାଙ୍କୁ ଉଦ୍ଧାର କରି ବାଙ୍କୀ ଉପଖଣ୍ଡ ଚକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ବିଷ୍ଣୁଙ୍କ ମୃତ୍ୟୁପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ଆସନ୍ତା କାଲି ଶବବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡିଛି।
Popular Categories



