www.samajalive.in
Tuesday, December 9, 2025
26.1 C
Bhubaneswar

ଫୁଲନଖରାରେ ଦୁର୍ଘଟଣା, ୧ ମୃତ – ଉଭୟ ପାର୍ଶ୍ୱରେ ଅଟକି ରହିଛି ଶହ ଶହ ଗାଡି

ଭୁବନେଶ୍ୱର: ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ଫୁଲନଖରାଠାରେ ଶନିବାର ସନ୍ଧ୍ୟାରେ ଏକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣକର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଦ୍ରୁତ ଗତିରେ ଯାଉଥିବା ଏକ କାର ନିୟନ୍ତ୍ରଣ ହରାଇବା ଫଳରେ ଏହି ଦୁର୍ଘଟଣା ଘଟିଥିବା ପ୍ରାଥମିକ ଭାବେ ସୂଚନା ମିଳିଛି। ଫଳରେ ସେହି ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡି ଅଟକି ରହିଛି।

ବିଶେଷ ଭାବରେ ସନ୍ଧ୍ୟା ସମୟରେ ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥ ପ୍ରବଳ ଜାମ ରହେ ଏବଂ ଆଜି ସନ୍ଧ୍ୟାରେ ଦୁର୍ଘଟଣା ଫଳରେ ଭୁବନେଶ୍ୱର ପଟୁ ରସୁଲଗଡ଼ ଠାରୁ ଗାଡି ଜାମ ଲାଗିଥିବା ବେଳେ କଟକ ପଟୁ ଆସୁଥିବା ଗାଡ଼ିଗୁଡ଼ିକୁ ବାଲିକୁଦା ଠାରୁ ତ୍ରିସୁଳିଆ ଦେଇ ନନ୍ଦନକାନନ ରାସ୍ତାରେ ଚଳାଚଳ କରୁଛି ଓ ଭୁବନେଶ୍ୱରରୁ ମଧ୍ୟ ନନ୍ଦନକାନନ ରାସ୍ତା ଦେଇ ଗାଡି ଚଳାଚଳ କରୁଥିବା ଜଣାପଡିଛି। ପୁଲିସ ଘଟଣାସ୍ଥଳରୁ ଦୁର୍ଘଟଣା ଗ୍ରସ୍ତ କାରକୁ ହଟାଇବା ପରେ ଟ୍ରାଫିକ ପକ୍ଷରୁ ଯାତାୟାତ ସ୍ୱାଭାବିକ କରିବାକୁ ଚେଷ୍ଟା ଚାଲିଛି।

Hot this week

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

Related Articles

Popular Categories