ମୁମ୍ବଇ: ମହାରାଷ୍ଟ୍ରର ଧୁଲେ ଜିଲା ଅନ୍ତର୍ଗତ ନିମଗୁଲ ଗ୍ରାମ ନିକଟରେ ରବିବାର ରାତିରେ ଏକ ସରକାରୀ ଯାତ୍ରୀବାହୀ ବସ୍ ସହିତ ଗୋଟିଏ କଣ୍ଟେନର ଟ୍ରକ ଧକ୍କା ହେବାରୁ ୧୧ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ୧୫ ଜଣ ଆହତ ହୋଇଥିବା ପୁଲିସ ସୂଚନା ଦେଇଛି। ବସ୍ଟି ଯାତ୍ରୀମାନଙ୍କୁ ନେଇ ଔରଙ୍ଗାବାଦ ଯାଉଥିବାବେଳେ ଶାହାଡ଼ଶ-ଦୋନ୍ଦାଇଚ ରାସ୍ତାରେ ଏହି ଦୁର୍ଘଟଣା ଘଟିଥିଲା। ଉଭୟ ଗାଡ଼ିର ଡ୍ରାଇଭରଙ୍କ ସମେତ ୧୧ ଯାତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ସ୍ଥାନୀୟ ଲୋକଙ୍କ ସହାୟତାରେ ପୁଲିସ ଆହତମାନଙ୍କୁ ଉଦ୍ଧାର କରି ଧୁଲେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି। ପୁଲିସ ମୃତଦେହଗୁଡ଼ିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
ବସ୍-କଣ୍ଟେନର ଟ୍ରକ୍ ମୁହାଁମୁହିଁ ଧକ୍କା; ୧୧ ମୃତ, ୧୫ ଆହତ
Popular Categories



