ସାଲେପୁର : ଏକ ଟ୍ରକ ଜଳଖିଆ ଦୋକାନ ଉପରକୁ ମାଡି ଯାଇଛି। ଏଥିରେ ୨ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଟ୍ରକଟି ପ୍ରଥମେ ୨ଟି ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇଥିଲା। ତାପରେ ଦୋକାନ ଉପରକୁ ମାଡିଗଲା। ଏହି ଘଟଣା ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ ବଉଳବଜାରରେ ଘଟିଛି। ଦୁର୍ଘଟଣାରେ ଦୋକାନୀ ସମେତ ଆଉ ଜଣେ ବ୍ୟକ୍ତି ଆହତ ହୋଇଥିବା ବେଳେ ଚା ପିଉଥିବା ଅନ୍ୟ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ନିଶ୍ଚିନ୍ତକୋଇଲି ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତର ବ୍ୟକ୍ତିଙ୍କୁ କଟକକୁ ସ୍ଥାନାନ୍ତର କରାଯାଇଛି।
Popular Categories



