www.samajalive.in
Sunday, December 7, 2025
14.1 C
Bhubaneswar

ମେଡିକାଲ ଅଫିସର ପରୀକ୍ଷା ଘୁଞ୍ଚାଇବା ଦାବିରେ ବିକ୍ଷୋଭ

ଭୁବନେଶ୍ଵର: ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ଦ୍ବାରା ପରିଚାଳିତ ମେଡିକାଲ ଅଫିସର ପରୀକ୍ଷା ପାଇଁ କେନ୍ଦ୍ର ସଂଖ୍ୟା ବୃଦ୍ଧି କରାଯିବା, ନଚେତ ପରୀକ୍ଷା ଘୁଞ୍ଚାଇବାକୁ ଦାବି କରିଛି ଏବିଭିପି ମେଡିକାଲ ଛାତ୍ର ଫୋରମ ମେଡିଭିଜନ। ଏ ନେଇ ଫୋରମ ପକ୍ଷରୁ ସୋମବାର ଭୁବନେଶ୍ଵରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ଏବିଭିପି ମେଡିକାଲ ଛାତ୍ର ଫୋରମ ମେଡିଭିଜନର ରାଜ୍ୟ ସଂଯୋଜକ ଡା. ଦେବକୀନନ୍ଦନ ସେନାପତି କହିଛନ୍ତି, ଆସନ୍ତା ୨୮ ତାରିଖରେ ଓପିଏସସି ପକ୍ଷରୁ ମେଡିକାଲ ଅଫିସର ପରୀକ୍ଷା ଅନୁଷ୍ଠିତ ହେବାର ରହିଛି। କିନ୍ତୁ କରୋନାର ୨ୟ ଲହର ଦ୍ରୁତଗତିରେ ବ୍ୟାପିଚାଲିଥିବାରୁ ଭୁବନେଶ୍ଵର ଏବଂ କଟକ ଭଳି ରାଜ୍ୟର ଦୁଇଟି ଜନବହୁଳ ସହରକୁ ରାଜ୍ୟ ଏବଂ ରାଜ୍ୟ ବାହାରର ଡାକ୍ତରଙ୍କୁ ଡକାଇ ପରୀକ୍ଷା କରାଇବାର ପରିଣାମ ଭୟଙ୍କର ହୋଇପାରେ। ତେଣୁ ଓପିଏସସି ଏହି ପରୀକ୍ଷାକୁ ଘୁଞ୍ଚାଇ ଦେଉ, ନଚେତ ପଶ୍ଚିମ, ଦକ୍ଷିଣ ଓ ପୂର୍ବ ଓଡ଼ିଶରେ ଅଧିକ ସଂଖ୍ୟକ ପରୀକ୍ଷା କେନ୍ଦ୍ର କରାଯାଉ ବୋଲି ସେ ଦାବି କରିଛନ୍ତି।

- Advertisement -

ବିକ୍ଷୋଭରେ ଏବିଭିପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା ସୁଶ୍ରୀ କବିତା କହଁର, ମେଡିଭିଜନର ପ୍ରତିନିଧି ଡା. ସ୍ବାଗତ ନାରାୟଣ ଦାଶ, ଡା. ସମୀର ଜେନା, ଡା. ଦୋଳଗୋବିନ୍ଦ ଆଚାର୍ଯ୍ୟ ପ୍ରମୁଖ ବିକ୍ଷୋଭରେ ସାମିଲ ଥିଲେ। ଦାବି ପୂରଣ ଲାଗି ଏକ ଚିଠିକୁ ମୁଖ୍ୟମନ୍ତ୍ରୀ, ସ୍ବାସ୍ଥ୍ୟମନ୍ତ୍ରୀ ଏବଂ ସ୍ବାସ୍ଥ୍ୟ ସଚିବଙ୍କୁ ମେଲ୍‌ ଜରିଆରେ ପଠାଯାଇଥିବା କୁହାଯାଇଛି।

Hot this week

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

Related Articles

Popular Categories