www.samajalive.in
Monday, December 15, 2025
16.1 C
Bhubaneswar

ଶେଷ ସମୟର ବନ୍ଧୁ…ଅବଦୁଲ ମାଲାବାରୀ

ସମାଜ ପୋର୍ଟାଲ ଡେସ୍କ: ସାରା ବିଶ୍ୱରେ ଲୋକମାନେ କରୋନା ଜୀବାଣୁ ମହାମାରୀ ସହ ଲଢ଼ୁଛନ୍ତି। ଆଗ ଧାଡ଼ିର ଯୋଦ୍ଧା ହିସାବରେ ଡାକ୍ତର, ନର୍ସ, ମେଡିକାଲ୍ କର୍ମଚାରୀ ଏବଂ ପୋଲିସ୍ ଦିନ ରାତି ଏକ କରି ନିଜ କର୍ତ୍ତବ୍ୟ ପାଳନ କରୁଛନ୍ତି। ଶିକ୍ଷକ ଓ ସାମାଜିକ କର୍ମୀମାନେ ଲୋକଙ୍କୁ ସଚେତନ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।

ଏଭଳି କଷ୍ଟ ସମୟରେ ସୁରଟର ଜଣେ ମୁସଲମାନ ବ୍ୟକ୍ତି ଅନେକ ପରିବାର ପାଇଁ ଦେବଦୁତ ପାଲଟିଛନ୍ତି। ସୂଚନା ମୁତାବକ କରୋନା ସଂକ୍ରମଣରେ ସୁରଟରେ ମୃତ୍ୟୁବରଣ କରିଥିବା ୪ ଜଣଙ୍କ ଶେଷ କୃତ୍ୟ ସମ୍ପନ୍ନ କରିଥିଲେ ସେହି ମୁସଲମାନ ବ୍ୟକ୍ତି ଅବଦୁଲ ମାଲାବାରୀ। ଅବଦୁଲ ମୃତ ଦେହର ଅନ୍ତିମ ଶଙ୍କର କଲାବେଳେ କାହାର ଜାତି ଏବଂ ଧର୍ମକୁ ନେଇ କୌଣସି ବାଛ ବିଚାର କରି ନାହାନ୍ତି। ଯେଉଁ ସମୟରେ ସଂକ୍ରମଣର ଭୟ ଥିବାରୁ ସମ୍ପର୍କୀୟମାନେ ମୃତ ଦେହ ନିକଟକୁ ଆସୁନାହାଁନ୍ତି, ସେଭଳି ପରିସ୍ଥିତିରେ ଅବଦୁଲ ଭାଇ ମୃତକଙ୍କ ଅନ୍ତିମ ସଂସ୍କାର କରୁଛନ୍ତି।

- Advertisement -
Courtesy BBC Gujurati Service

ଦିନ କି ମାସ ନୁହେଁ, ବିବିସି ଗୁଜରାଟୀ ସେବା ସହିତ କଥାବାର୍ତ୍ତା କରି ୫୧ ବର୍ଷୀୟ ଅବଦୁଲ କହିଛନ୍ତି, ସେ ତିରିଶ ବର୍ଷରୁ ଅଧିକ ସମୟ ଧରି ଅପରିଚିତ କିମ୍ବା ପରିତ୍ୟକ୍ତ ଶବକୁ ଦାହ କରୁଛନ୍ତି ଯାହାର କେହି ଦାବିଦାର ନାହାଁନ୍ତି। ଭିକାରି ହୁଅନ୍ତୁ କି ରାସ୍ତା କଡରେ ରହୁଥିବା ଲୋକ କିମ୍ବା ଆତ୍ମହତ୍ୟା କରୁଥିବା ଲୋକଙ୍କ ଶେଷ ସମୟର ସାଥିଟିଏ ପାଲଟିଛନ୍ତି ଅବଦୁଲ। ଅବଦୁଲ କହିଛନ୍ତି ଯେ ୩୫ ଜଣ ସ୍ୱେଚ୍ଛାସେବୀ ତାଙ୍କ ସହ କାମ କରନ୍ତି ଏବଂ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମଧ୍ୟ ସେ ଲୋକମାନଙ୍କର ଶେଷ ରୀତିନୀତି ସମ୍ପନ୍ନ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories