www.samajalive.in
Sunday, December 7, 2025
23.1 C
Bhubaneswar

ବୈତରଣୀ ନଦୀରେ ପ୍ରଥମ ବନ୍ୟାପାଣି

ଆରଡି : ଉପରମୁଣ୍ଡରେ ଲଗାଣ ବର୍ଷାରେ ତଳ ମୁଣ୍ଡରେ ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ବୈତରଣୀ ନଦୀରେ ଆସିଥିବା ପ୍ରଥମ ବନ୍ୟାପାଣିରେ ଆରଡି ଅଞ୍ଚଳ ସମେତ ୪ଟି ପଞ୍ଚାୟତ ଓଳଗ, ସୁନ୍ଦରପୁର, ନାନ୍ଦପୁର ପଞ୍ଚାୟତର ତଳିଆ ଅଞ୍ଚଳରେ ଶହଶହ ହେକ୍ଟର ଚାଷଜମିକୁ ମାଡିବାରେ ଲାଗିଛି ବନ୍ୟାପାଣି। ଉପରମୁଣ୍ଡରୁ ଆସୁଥିବା ବନ୍ୟାପାଣି ଓ ଧାମରା ମୁହାଣ ସମୁଦ୍ରରୁ ଆସୁଥିବା ଜୁଆର ପାଣିରେ ବୈତରଣୀ ଉଛୁଳିବାରେ ଲାଗିଛି। ଫଳରେ ବନ୍ୟାପାଣିରେ ବୁଡିଯାଇଛି ସାରଦ ଧାନତଳି। ଆଗକୁ ପୂର୍ଣ୍ଣିମା ତିଥି ଥିବାରୁ ପାଣି ଆହୁରି ବଢିବ ବୋଲି ଚାଷୀ କହିଛନ୍ତି। ଏପଟେ ଲଘୁଚାପ ଜନିତ ବର୍ଷା ଲାଗି ରହିଥିବାରୁ କ୍ଷେତରେ ଉଜୁଡିଯିବ ଧାନତଳି। ସେପଟେ ସାଳନ୍ଦୀ ନଦୀ ମଧ୍ୟ ଉଛୁଳୁଛିବାରେ ଲାଗିଛି। ଉଭୟ ବୈତରଣୀ ଓ ସାଳନ୍ଦୀ ନଦୀ ଉଛୁଳୁଥିବାରୁ ନଦୀ ମଧ୍ୟକୁ ମାଛ ମାରିବା ପାଇଁ ଯାଇଥିବା ଡଙ୍ଗା କୂଳରେ ଲଂଗର ପକାଇଛି।

ବୃହସ୍ପତି ଚଳନ.. ଜୁଲାଇ ୯ପରେ ଧନରେ ଭର୍ତ୍ତି ହେବ ଏହି ରାଶିଙ୍କ ଆଲମିରା, ହେବ ବିବାହ, କିଣିବେ ଜମି, ଦୂର ହେବ ସବୁ ଚିନ୍ତା..

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories