ବିଶାଖାପାଟଣା : ଆନ୍ଧ୍ରପ୍ରଦେଶରେ ୨ ଦିନ ମଧ୍ୟରେ ନଅ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି। ଯୁକ୍ତ ୨ ପ୍ରଥମ ଓ ଦ୍ୱିତୀୟ ବର୍ଷ ପରୀକ୍ଷାରେ କୃତକାର୍ଯ୍ୟ ନହେବାରୁ ଛାତ୍ରଛାତ୍ରୀମାନେ ଏଭଳି ପଦକ୍ଷେପ ନେଇଥିବା ପ୍ରାଥମିକ ତଦନ୍ତରୁ ଖବର ମିଳିଛି। ପରୀକ୍ଷା ଫଳାଫଳ ଆସିବାର ୪୮ ଘଣ୍ଟା ପରେ ଏହି ଘଟଣା ଘଟିଛି। ଆନ୍ଧପ୍ରଦେଶରେ ଚଳିତ ବର୍ଷ ଯୁକ୍ତ ୨ ପ୍ରଥମ ବର୍ଷରେ ପାସ୍ ହାର ୬୧% ଥିବା ବେଳେ ଦ୍ୱିତୀୟ ବର୍ଷ ପାସ୍ହାର ୭୨% ରହିଛି।
Popular Categories



