www.samajalive.in
Sunday, December 7, 2025
18.1 C
Bhubaneswar

ଛତିଶଗଡ଼ ନିର୍ବାଚନ ପାଇଁ ଏବେଠୁ ପ୍ରସ୍ତୁତ ହେଲାଣି ଆପ୍‌, ସରକାର ଗଢ଼ିବାକୁ ବାଢ଼ିଲା ଦୃଢ଼ୋକ୍ତି

ନୂଆଦିଲ୍ଲୀ: ବଳ ଗୋଟାଉଛି ଆମ୍‌ ଆଦମୀ ପାର୍ଟି । ପଞ୍ଜାବରେ ବଡ଼ ବିଜୟ ହାସଲ କରିବା ପରେ ସମସ୍ତ ରାଜ୍ୟରେ ପ୍ରାୟ ନିଜର ଶକ୍ତି ପ୍ରଦର୍ଶନ କରୁଛି । ଗତକାଲି ଛତିଶଗଡର ରାଜଧାନୀ ରାୟପୁରରେ ଆମ୍ ଆଦମୀ ପାର୍ଟି ଏକ ବିଜୟ ପଦଯାତ୍ରା କରିଛି । ଛତିଶଗଡର ପରିବର୍ତ୍ତନ ପାଇଁ ବାର୍ତ୍ତା ମଧ୍ୟ ଦେଇଛି ଆମ୍‌ ଆଦମୀ ପାର୍ଟି । ୨୦୧୮ ବିଧାନସଭା ନିର୍ବାଚନରେ ​​ଆମ୍ ଆଦମୀ ପାର୍ଟି ଛତିଶଗଡରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା, କିନ୍ତୁ ସେତେବେଳେ ଦଳ ଏକ ପ୍ରତିଶତ ଭୋଟ୍ ମଧ୍ୟ ପାଇ ନଥିଲା । କିନ୍ତୁ ପଞ୍ଜାବରେ ଅପ୍‌ ବିଜୟ ପରେ ପାର୍ଟିର ଦାୟିତ୍ୱରେ ଥିବା ଗୋପାଳ ରାୟ ନିଜର ବଡ଼ ବୟାନ ରଖିଛନ୍ତି । ସେ ଦାବି କରିଛନ୍ତି ଆସନ୍ତା ବିଧାନସଭା ନିର୍ବାଚନରେ ଛତିଶଗଡ଼ ପାଇଁ ଆପ୍‌ ହେବ ଏକମାତ୍ର ବିକଳ୍ପ ।

ରାୟପୁରରେ ଆମ୍ ଆଦମୀ ପାର୍ଟି ନେତା ତଥା ଦିଲ୍ଲୀ କ୍ୟାବିନେଟ ମନ୍ତ୍ରୀ ଗୋପାଳ ରାୟ ଉଦଘାଟନ କରିଛନ୍ତି। ଏହି ଅବସରରେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ତାଙ୍କ ଯୋଜନା ସମ୍ପର୍କରେ କଥାବାର୍ତ୍ତା ବେଳେ ସେ ଗଣମାଧ୍ୟମକୁ କିଛି ସୂଚନା ଦେଇଛନ୍ତି । ସେ କହିଛନ୍ତି ଅରବିନ୍ଦ କେଜ୍ରିୱାଲଙ୍କ ଦିଲ୍ଲୀରେ କରାଯାଇଥିବା କାର୍ଯ୍ୟ ଆଧାରରେ ପଞ୍ଜାବରେ ବହୁମତ ହାସଲ କରି ସରକାର ଗଠନ କରିଛି ଦଳ । ଛତିଶଗଡରେ କଂଗ୍ରେସ ସରକାର ଅଛି କିନ୍ତୁ ଛତିଶଗଡରେ ସମାନ କାମ କରାଯାଉଛି ଯାହା ପଞ୍ଜାବରେ କରାଯାଉଛି ।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories