www.samajalive.in
Sunday, December 7, 2025
13.1 C
Bhubaneswar

ଆଦି କର୍ମଯୋଗୀ ଅଭିଯାନରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ଓଡ଼ିଶା

ନୂଆଦିଲ୍ଲୀ,୧୭ା୧୦(ନି.ପ୍ର): ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଯୋଜନା ଅଧୀନରେ ଓଡ଼ିଶା ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛି। ଭାରତ ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ସମ୍ମାନ ପ୍ରଦାନ କରିଛନ୍ତି। ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଯୋଜନା ଅଧୀନରେ ଦେଶରେ ଚାଲିଥିବା ଆଦି କର୍ମଯୋଗୀ ଅଭିଯାନ ଓ ଜନଭାଗିଦାରୀ ଯୋଜନାରେ ଓଡ଼ିଶାର ପ୍ରୟାସକୁ ସର୍ବଭାରତୀୟସ୍ତରରେ ସମ୍ମାନିତ କରାଯାଇଛି। ଏହି ସମ୍ମାନକୁ ଗ୍ରହଣ କରିଛନ୍ତି ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ ବିଭାଗର ସଚିବ ବି. ପରମେଶ୍ବରନ୍।
ଆଦି କର୍ମଯୋଗୀ ଅଭିଯାନ କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ଭାବରେ ଓଡ଼ିଶା ସମ୍ମାନିତ ହୋଇଥିବାବେଳେ ମୟୂରଭଞ୍ଜ ଜିଲା ଶ୍ରେଷ୍ଠ ଜିଲା ଭାବେ ବିବେଚିତ ହୋଇଛି। ସେହିପରି ଧରତୀ ଆବା ଜନଭାଗିଦାରୀ ଅଭିଯାନ ଅଧୀନରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ଜିଲା ଭାବରେ କେନ୍ଦୁଝର ଜିଲାକୁ ସ୍ବୀକୃତି ପ୍ରମାଣପତ୍ର ପ୍ରଦାନ କରାଯାଇଛି। ସେହିପରି ଶ୍ରେଷ୍ଠ ରାଜ୍ୟ ମାଷ୍ଟର ଟ୍ରେନର୍ ଭାବେ କୋରାପୁଟର ଅତିରିକ୍ତ ଜିଲା ମଙ୍ଗଳ ଅଧିକାରୀ ରାକେଶ ରଞ୍ଜନ ବିଶ୍ବାଳ ଓ ଶ୍ରେଷ୍ଠ ଆଦି ସାଥି ଭାବେ କଳାହାଣ୍ଡି ଜିଲାର ସଞ୍ଜୀବ ମାଝୀ ସମ୍ମାନିତ ହୋଇଛନ୍ତି। ସୂଚନାଯୋଗ୍ୟ ଯେ, ଅନ୍ତର୍ଭୁକ୍ତିକରଣ ଶାସନର ଦୃଷ୍ଟିକୋଣ ସହିତ ସଂଯୁକ୍ତ ହୋଇ ଆଦିବାସୀ ଅଞ୍ଚଳରେ ସକ୍ରିୟ ସମାବେଶୀ ଅଂଶଗ୍ରହଣ ଏବଂ ବିକାଶର ସ୍ଥାୟୀ ମଡେଲଗୁଡ଼ିକୁ ପ୍ରୋତ୍ସାହିତ କରିବାରେ ରାଜ୍ୟ ଉଲ୍ଲେଖନୀୟ ପ୍ରଗତି ଦେଖାଇଛି। ସ୍ୱାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ ପାଇଁ ଭାରତ ସରକାରଙ୍କ ପ୍ରୟାସର ଏକ ଅଂଶ ଭାବରେ ଆରମ୍ଭ ହୋଇଥିବା ଧରତୀ ଆବା ଜନଭାଗୀଦାରୀ ଅଭିଯାନ ଶାସନରେ ଜନଜାତି ସମ୍ପ୍ରଦାୟର ଲୋକଙ୍କ ଅଂଶଗ୍ରହଣକୁ ବୃଦ୍ଧି କରିବା ଏବଂ ଆଦିବାସୀ ଅନୁଷ୍ଠାନଗୁଡ଼ିକୁ ସୁଦୃଢ଼ କରିବା ପାଇଁ କାର୍ଯ୍ୟ କରୁଛି। ସେହିପରି ଆଦି କର୍ମଯୋଗୀ ଅଭିଯାନ ମାଧ୍ୟମରେ ନିକଟରେ ବିଶେଷ ଗ୍ରାମସଭାର ଆୟୋଜନ କରାଯାଇଥିଲା, ଯେଉଁଥିରେ ରାଜ୍ୟର ୫,୫୦୦ରୁ ଅଧିକ ଗ୍ରାମ କାର୍ଯ୍ୟଯୋଜନାକୁ ଅନୁମୋଦନ ପ୍ରଦାନ କରାଯାଇଥିଲା।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories