www.samajalive.in
Sunday, December 7, 2025
26.1 C
Bhubaneswar

ଓଏନ୍‌ଜିସି ପ୍ଲାଣ୍ଟରେ ଭୟାବହ ଅଗ୍ନିକାଣ୍ଡ, ୪ ମୃତ

ନବୀ ମୁମ୍ବଇ: ନବୀ ମୁମ୍ବଇର ଉଡ଼ଣସ୍ଥିତ ଅଏଲ୍‌ ଆଣ୍ଡ୍‌ ନାଚୁରାଲ୍‌ ଗ୍ୟାସ୍‌ କର୍ପୋରେସନ୍‌ (ଓଏନ୍‌ଜିସି) ପ୍ଲାଣ୍ଟରେ ମଙ୍ଗଳବାର ସକାଳେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଦୀର୍ଘ ସମୟ ଉଦ୍ୟମ ପରେ ନିଆଁକୁ ଆୟତ୍ତ କରାଯାଇଥିବା ସୂଚନା ମିଳିଛି । ଏହି ଅଗ୍ନିକଣ୍ଡରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଛିନ୍ତି । ମୃତକଙ୍କ ମଧ୍ୟରେ ତିନି ଜଣ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସଏଫ) ଯବାନ ଅଛନ୍ତି । ଆହତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ, ମଙ୍ଗଳବାର ସକାଳ ୭ଟାରେ ଉଡଣ ତେଲ ଏବଂ ଗ୍ୟାସ ପ୍ରକ୍ରିୟା ପ୍ଲାଣ୍ଟରେ ହଠାତ୍ ନିଆଁ ଲାଗିଥିଲା। ଓଏନ୍‌ଜିସିର ଅଗ୍ନିଶମ କର୍ମଚାରୀ ଏବଂ ଉଦ୍ଧାରକାରୀ ଦଳ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଆରମ୍ଭ କରିଥିଲେ । ନିଆଁ ଅଧିକ ବ୍ୟାପିବା ଆଶଙ୍କାରେ ୨ କି.ମି ପର୍ଯ୍ୟନ୍ତ ପୁଲିସ ଘେରାବନ୍ଦୀ କରିଥିଲା। ପ୍ଲାଣ୍ଟ ନିକଟରେ ଥିବା ବାସିନ୍ଦାଙ୍କୁ ମଧ୍ୟ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ଯାହା ଦ୍ବାରା ଅଧିକ କ୍ଷୟକ୍ଷତିକୁ ରୋକା ଯାଇପାରିବ । ଏପର୍ଯ୍ୟନ୍ତ ଅଗ୍ନିକାଣ୍ଡର ସଠିକ୍ କାରଣ ଜଣାପଡିନାହିଁ । ଅଗ୍ନିକାଣ୍ଡ ପ୍ରଭାବରେ ତେଲ ଉତ୍ପାଦନରେ କୌଣସି ପ୍ରଭାବ ପଡ଼ି ନାହିଁ । ଗ୍ୟାସ୍‌କୁ ହାଜିରା ପ୍ଲାଣ୍ଟକୁ ଡାଇଭର୍ଟ କରି ଦିଆଯାଇଛି ବୋଲି ଓଏନ୍‌ଜିସି ପକ୍ଷରୁ ଟ୍ୱିଟ୍‌ କରି ସୂଚନା ଦିଆଯାଇଛି ।

- Advertisement -

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories