www.samajalive.in
Sunday, December 7, 2025
13.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ବଡ଼ ଖବର :

# ଚନ୍ଦ୍ରଯାନ-୨ର ଆଉ ଏକ ସଫଳତା, ଚନ୍ଦ୍ରଯାନ-୨ ଅର୍ବିଟରରୁ ଲ୍ୟାଣ୍ଡର ବିକ୍ରମକୁ ଆଜି ଅଲଗା କରାଯାଇଛି।

# ଇସ୍ରୋରୁ ମିଳିଥିବା ସୂଚନା ଅନୁସାରେ ୧୨ଟା ୪୫ ମିନିଟରୁ ଗୋଟାଏ ୪୫ ମିନିଟ୍‍ ମଧ୍ୟରେ ଏହି କାର୍ଯ୍ୟ ସଂପନ୍ନ ହୋଇଛି। ଲ୍ୟାଣ୍ଡର ବିକ୍ରମ ଅଲଗା ହୋଇଯିବା ପରେ ଏହା ଚନ୍ଦ୍ରପୃଷ୍ଠ ଆଡ଼କୁ ଗତି କରୁଛି।

- Advertisement -

#  ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ ଆଜି ବାୟୁସେନା ମୁଖ୍ୟ ବି.ଏସ. ଧନୱାଙ୍କ ସହିତ ମିଶି ଏକ ମିଗ୍‌-୨୧ ଯୁଦ୍ଧ ବିମାନ ଉଡ଼ାଇଛନ୍ତି।  ପଠାନକୋଟ ବିମାନଘାଟିରୁ ଦୁହେଁ ଯୁଦ୍ଧ ବିମାନ ଉଡ଼ାଣ କରିଥିଲେ। 

# କୁଳଭୂଷଣ ଯାଦବଙ୍କ ପାଖକୁ କୂଟନୀତିଜ୍ଞମାନଙ୍କୁ ପଠାଇବା ପାଇଁ ପାକିସ୍ତାନର ପ୍ରସ୍ତାବକୁ ଭାରତ ଗ୍ରହଣ କରିଛି, ବୈଦେଶିକ ମନ୍ତ୍ରଣାଳୟ ସୂତ୍ରରୁ କୁହାଯାଇଛି ଚାର୍ଜ ଡି ଆଫେୟାର୍ସ ଗୌରବ ଆଲୁୱାଲିଆ ଆଜି କୁଳଭୂଷଣ ଯାଦବଙ୍କୁ ସାକ୍ଷାତ କରିବେ।

# ଆଜି ବିଘ୍ନବିନାଶକ ଶ୍ରୀଗଣେଶଙ୍କ ପୂଜା। ପୁରପଲ୍ଲୀ ସହ ଶିକ୍ଷାନୁଷ୍ଠାନରେ ଉତ୍ସବର ପରିବେଶ।

# ମହାରାଷ୍ଟ୍ରରେ ଧାର୍ମିକ ମନୋଭାବ ଓ ଆନନ୍ଦ ଉଲ୍ଲାସ ସହକାରେ ଦଶଦିନ ବ୍ୟାପି ଗଣେଶ ଉତ୍ସବ ଆଜିଠାରୁ ଆରମ୍ଭ ହୋଇଛି।

# ତାମିଲନାଡୁରେ ତ୍ରିଚିସ୍ଥିତ ପ୍ରସିଦ୍ଧ ଗଣେଶ ମନ୍ଦିରଠାରେ ଗଣେଶୋତ୍ସବ ଆରମ୍ଭ ହୋଇଛି। ସେଠାରେ ଦେଢ଼ଶହ କିଲୋଗ୍ରାମ ଓଜନର ଏକ ବିଶାଳ ଲଡ଼ୁ ଭୋଗ ଲଗାଯାଇଛି।

# ସ୍ଥଳଭାଗ ମରୁଭୂମିରେ ପରିଣତ ହେବାକୁ ରୋକିବା ସଂକ୍ରାନ୍ତ ଜାତିସଂଘ ସମ୍ମିଳନୀ ଚତୁର୍ଦ୍ଦଶ କନ୍‍ଫରେନ୍ସ ଅଫ୍‍ ପାର୍ଟିଜ୍‍- କୋପ-୧୪ ଆଜି  ଗ୍ରେଟର ନୋଇଡାରେ ଆରମ୍ଭ ହୋଇଛି।

# ପୁରୀ ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

# ବିଜେଡି ସଭ୍ୟ ସଂଗ୍ରହ ଅଭିଯାନ ବିଧିବଦ୍ଧ ଭାବେ ଆଜିଠାରୁ ଆରମ୍ଭ ହୋଇଛି। ଦଳୀୟ ମୁଖ୍ୟାଳୟରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି।

# କିଙ୍ଗ୍‍ଷ୍ଟନ ଟେଷ୍ଟରେ ଭାରତ ୱେଷ୍ଟଇଣ୍ଡିଜ୍‍ ପାଇଁ ୪୬୮ ରନ୍‍ର ବିଜୟଲକ୍ଷ୍ୟ ଧାର୍ଯ୍ୟ କରିଛି।

ଆଞ୍ଚଳିକ:

# ପୁରୀ ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

# ସ୍ଥାନାନ୍ତରିତ ପରିବାରର ପରିବହନ ଖର୍ଚ୍ଚ ପାଇଁ ତୁରନ୍ତ ୫୦ ହଜାର ଟଙ୍କା।

– ବିସ୍ଥାପିତ ପରିବାର ଘର କିମ୍ବା ଜମି ପାଇବା ଯାଏ ମିଳିବ ଘରଭଡ଼ା। ବିସ୍ଥାପିତ ପରିବାର ଜମି, ଘର ପାଇବା  ମାସିକ ୧୦ ହଜାର ଟଙ୍କା ଯାଏ ମିଳିବ। ଏହାସହ ବିସ୍ଥାପିତ ପରିବାରଙ୍କ ପାଇଁ ୩ଟି ଇଚ୍ଛାଧୀନ ସହାୟତା ମଧ୍ୟ ଘୋଷଣା କରାଯାଇଛି। 

# ବିଜେଡି ସଭ୍ୟ ସଂଗ୍ରହ ଅଭିଯାନ ବିଧିବଦ୍ଧ ଭାବେ ଆଜିଠାରୁ ଆରମ୍ଭ ହୋଇଛି। ଦଳୀୟ ମୁଖ୍ୟାଳୟରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି।

# ଆଜି ବିଶ୍ବ ନାରୀକେଳ ଦିବସ ଅବସରରେ ଭୁବନେଶ୍ୱରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ, ଯୋଗଦେଲେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର

# ନୂଆ ମୋଟରଯାନ ଆଇନ୍‍ ଲାଗୁ ହେବାପରେ ଟ୍ରାଫିକ ନିୟମ କଡ଼ାକଡ଼ି ହୋଇଛି। ଗତକାଲିଠାରୁ ଏହି ଆଇନ୍‍ ଅନୁସାରେ ଟ୍ରାଫିକ୍‍ ନିୟମ ଉଲ୍ଲଙ୍ଘନକାରୀଙ୍କ ଠାରୁ ବର୍ଦ୍ଧିତ ଜରିମାନା ଆଦାୟ କରାଯାଉଛି।

# ପ୍ରଥମ ଦିନରେ କେବଳ ଟୁଇନ୍‍ସିଟି ଭୁବନେଶ୍ୱର ଓ କଟକରୁ ୨ ଲକ୍ଷରୁ ଅଧିକ ଟଙ୍କା ଜୋରିମାନା ଆଦାୟ ହୋଇଥିବା କମିଶନରେଟ୍‍ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

# ଭଦ୍ରକର ଧାମରା ପୋତାଶ୍ରୟ ମଧ୍ୟରେ ଥିବା ସମସ୍ତ ଯନ୍ତ୍ରଚାଳିତ ଭୁଟୁଭୁଟି, ଟ୍ରଲର, ଲଞ୍ଚ ଏବଂ ବୋଟ ମାଲିକ ମାନେ ବ୍ୟବହାର କରୁଥିବା ଚାଇନା ନିର୍ମିତ ଭିଏଚଏଫ ସେଟ ଗୁଡ଼ିକୁ ବନ୍ଦ କରିବା ପାଇଁ  ଭଦ୍ରକ ଏସପି ନିର୍ଦ୍ଦେଶ ଦେଇଛନ୍ତି।

# ଆଜି ବିଘ୍ନବିନାଶକ ଶ୍ରୀଗଣେଶଙ୍କ ପୂଜା। ପୁରପଲ୍ଲୀ ସହ ଶିକ୍ଷାନୁଷ୍ଠାନରେ ଉତ୍ସବର ପରିବେଶ।

# ଆସନ୍ତାକାଲି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ। ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ।

# ବଙ୍ଗୋପସାଗରରେ ଏକ ସାନି ଲଘୁଚାପ ସୃଷ୍ଟି ହୋଇଥିବାରୁ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବାର ପାଣିପାଗ ବିଭାଗ ସତର୍କତା ଜାରି କରିଛି।

# ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର କେତେକସ୍ଥାନରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା।

ଜାତୀୟ:

# ଚନ୍ଦ୍ରଯାନ-୨ ଅର୍ବିଟରରୁ ଲ୍ୟାଣ୍ଡର ବିକ୍ରମକୁ ଆଜି ଅଲଗା କରାଯାଇଛି, ଇସ୍ରୋରୁ ମିଳିଥିବା ସୂଚନା ଅନୁସାରେ ୧୨ଟା ୪୫ ମିନିଟରୁ ଗୋଟାଏ ୪୫ ମିନିଟ୍‍ ମଧ୍ୟରେ ଏହି କାର୍ଯ୍ୟ ସଂପନ୍ନ ହୋଇଛି। ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠ ଆଡ଼କୁ ଗତି କରୁଛି।

# କୁଳଭୂଷଣ ଯାଦବଙ୍କ ପାଖକୁ କୂଟନୀତିଜ୍ଞମାନଙ୍କୁ ପଠାଇବା ପାଇଁ ପାକିସ୍ତାନର ପ୍ରସ୍ତାବକୁ ଭାରତ ଗ୍ରହଣ କରିଛି, ବୈଦେଶିକ ମନ୍ତ୍ରଣାଳୟ ସୂତ୍ରରୁ କୁହାଯାଇଛି ଚାର୍ଜ ଡି ଆଫେୟାର୍ସ ଗୌରବ ଆଲୁୱାଲିଆ ଆଜି କୁଳଭୂଷଣ ଯାଦବଙ୍କୁ ସାକ୍ଷାତ କରିବେ।

# ଜାପାନ ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଜାପାନ ପ୍ରତିରକ୍ଷାମନ୍ତ୍ରୀ ତାକେସି ଇୱାୟାଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଟୋକିଓରେ ଆଲୋଚନା କରିଛନ୍ତି।

# ଆୟକର ରିଟର୍ଣ୍ଣ ଦାଖଲରେ ରେକର୍ଡ, ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଆୟକର ଦାଖଲ କରିବାର ଶେଷ ତାରିଖ ଗତକାଲି ସୁଦ୍ଧା ୫ କୋଟି ୬୫ ଲକ୍ଷ କରଦାତା ସେମାନଙ୍କର ଆୟକର ରିଟର୍ଣ୍ଣ ଦାଖଲ କରିଛନ୍ତି, ଗତବର୍ଷ ତୁଳନାରେ ଏହି ସଂଖ୍ୟାରେ ଶତକଡ଼ା ୪ ଭାଗ ବୃଦ୍ଧି ଘଟିଛି।

# ସ୍ଥଳଭାଗ ମରୁଭୂମିରେ ପରିଣତ ହେବାକୁ ରୋକିବା ସଂକ୍ରାନ୍ତ ଜାତିସଂଘ ସମ୍ମିଳନୀ ଚତୁର୍ଦ୍ଦଶ କନ୍‍ଫରେନ୍ସ ଅଫ୍‍ ପାର୍ଟିଜ୍‍- କୋପ-୧୪ ଆଜି ଅପରାହ୍ନରେ ଗ୍ରେଟର ନୋଇଡାରେ ଆରମ୍ଭ ହେବ।

# ମହାରାଷ୍ଟ୍ରରେ ଧାର୍ମିକ ମନୋଭାବ ଓ ଆନନ୍ଦ ଉଲ୍ଲାସ ସହକାରେ ଦଶଦିନ ବ୍ୟାପି ଗଣେଶ ଉତ୍ସବ ଆଜିଠାରୁ ଆରମ୍ଭ ହୋଇଛି।

# ତାମିଲନାଡୁରେ ତ୍ରିଚିସ୍ଥିତ ପ୍ରସିଦ୍ଧ ଗଣେଶ ମନ୍ଦିରଠାରେ ଗଣେଶୋତ୍ସବ ଆରମ୍ଭ ହୋଇଛି। ସେଠାରେ ଦେଢ଼ଶହ କିଲୋଗ୍ରାମ ଓଜନର ଏକ ବିଶାଳ ଲଡ଼ୁ ଭୋଗ ଲଗାଯାଇଥାଏ।

# କିଙ୍ଗ୍‍ଷ୍ଟନ ଟେଷ୍ଟରେ ଭାରତ ୱେଷ୍ଟଇଣ୍ଡିଜ୍‍ ପାଇଁ ୪୬୮ ରନ୍‍ର ବିଜୟଲକ୍ଷ୍ୟ ଧାର୍ଯ୍ୟ କରିଛି।

ଆନ୍ତର୍ଜାତୀୟ:

# ମାଲିରେ ତିନି ମହଲା କୋଠା ଭୁଶୁଡି ୧୫ ଜଣଙ୍କର ମୃତ୍ୟୁ

# ଫିଲିପାଇନ୍ସରେ ଏକ ଏୟାର ଆମ୍ବୁଲାନ୍ସ  ଦୁର୍ଘଟଣାରେ ୯ ଜଣ ଲୋକ ପ୍ରାଣ ହରାଇଛନ୍ତି। ଫିଲିପାଇନ୍ସ ରାଜଧାନୀ ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାଗ୍ରସ୍ତ ବିମାନରେ ଲାଗିଥିବା ନିଆଁକୁ ଲିଭାଯିବା ପରେ ୯ଟି ମୃତଦେହ ମିଳିଛି।

# ୟେମେନରେ ମିଳିତ ସାଉଦିର ସେନା ଆକ୍ରମଣରେ ୧୦୦ରୁ ଅଧିକ ଲୋକଭ୍କର ମୃତ୍ୟୁ ଘଟିଥିବା ରେଡକ୍ରସ ପକ୍ଷରୁ କୁହାଯାଇଛି।

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories