ଇସଲାମାବାଦ: ପାକିସ୍ତାନ ଜେଲରେ ବନ୍ଦୀ ଥିବା କୁଳଭୂଷଣ ଯାଦବଙ୍କୁ କୂଟନୈତିକ ସହାୟତା ମିଳିଛି। ଏ ନେଇ ପାକିସ୍ତାନ ଅନୁମତି ଦେବା ପରେ ସୋମବାର ଭାରତର ଉପ ଉଚ୍ଚାୟୁକ୍ତ କୁଳଭୂଷଣଙ୍କୁ ଭେଟିଛନ୍ତି। ଏକ ଜେଲ ଭିତରେ ଉପ ଉଚ୍ଚାୟୁକ୍ତ ଗୌରବ ଆହ୍ଲୁୱାଲିଆ କୁଳଭୂଷଣଙ୍କୁ ଭେଟି ଆଲୋଚନା କରିଛନ୍ତି। ଉଭୟଙ୍କ ମଧ୍ୟରେ ପ୍ରାୟ ୨ଘଣ୍ଟା ଆଲୋଚନା ହେବାର ରହିଛି। ପୂର୍ବରୁ ଭାରତ କହିଥିଲା, ଆମର ଆଶା ରହିଛି ଯେ ପାକିସ୍ତାନ ଆଲୋଚନା ପାଇଁ ଉପଯୁକ୍ତ ପରିବେଶ ଯୋଗାଇଦେବ, ଯାହାଫଳରେ ଏହି ବୈଠକ ସ୍ବତନ୍ତ୍ର, ନିରପେକ୍ଷ, ସଫଳ ଏବଂ ଅନ୍ତର୍ଜାତୀୟ ନ୍ୟାୟିକ କୋର୍ଟଙ୍କ ଆଦେଶ ଅନୁସାରେ ହୋଇପାରିବ। ଏହା ପରେ ରବିବାର ପାକିସ୍ତାନ କହିଥିଲା ଯେ, ସେ ଅନ୍ତର୍ଜାତୀୟ ନ୍ୟାୟିକ କୋର୍ଟଙ୍କ ଆଦେଶ ଅନୁସାରେ କୁଳଭୂଷଣଙ୍କୁ ସୋମବାର କୂଟନୈତିକ ସହାୟତା ଯୋଗାଇଦେବ।
Popular Categories



