www.samajalive.in
Sunday, December 7, 2025
26.1 C
Bhubaneswar

ଛୁରୀ ଧରି ସଂସଦ ଭବନରେ ପଶିବାକୁ ଯୁବକଙ୍କ ଉଦ୍ୟମ

ନୂଆଦିଲ୍ଲୀ: ସୋମବାର ଜଣେ ଯୁବକ ଛୁରୀ ଧରି ସଂସଦ ଭବନରେ ପଶିବାକୁ ଉଦ୍ୟମ କରିବା ବେଳେ ପୁଲିସ ତାକୁ ଧରିଛି। ଯୁବକର ନାମ ସାଗର ଇନଶାନ। ପୁଲିସ ତାକୁ ଅଟକ ରଖି ପଚରାଉଚରା କରୁଛି। ସାଗର ପ୍ରଥମେ ବିଜୟ ଛକ ନିକଟ ୧ ନମ୍ବର ଗେଟ୍‌ ବାହାରେ ବାଇକ୍‌ ରଖିଥିଲା। ପରେ ଏକ ଛୁରୀ ହାତରେ ଧରି ୧ ନମ୍ବର ଗେଟ୍‌ ଦେଇ ସଂସଦ ଭବନ ଭିତରକୁ ପଶିବାକୁ ଉଦ୍ୟମ କରିଥିଲା। ସେଠାରେ ଉପସ୍ଥିତ ସୁରକ୍ଷାକର୍ମୀମାନେ ତା’କୁ କାବୁ କରିନେଇଥିଲେ। ସାଗର ରାମରହିମ ନାମ ନେଇ ନାରାବାଜି କରୁଥିଲା। କିଛି ଲୋକ ଏହାର ଭିଡିଓ ଉତ୍ତୋଳନ ମଧ୍ୟ କରୁଥିଲେ। ସୁରକ୍ଷାକର୍ମୀମାନେ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚିବା ପରେ ସାଗରକୁ ଧରି ଥାନାକୁ ନେଇଯାଇଥିଲା।

ସୂଚନାଯୋଗ୍ୟ, ଗତ ଜୁଲାଇରେ ମଧ୍ୟ ସଂସଦ ଭବନର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଥିଲା। ଏକ ଅଡି କାର ସଂସଦ ଭବନ ବ୍ୟାରିକେଡ୍‌କୁ ଧକ୍କା ଦେବା ପରେ ଏହାକୁ ନେଇ ଆତଙ୍କ​‌ ଖେଳିଯାଇଥିଲା।

Hot this week

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

Related Articles

Popular Categories