www.samajalive.in
Sunday, December 7, 2025
26.1 C
Bhubaneswar

ଆସାମର ଚୂଡ଼ାନ୍ତ ଏନଆରସି ତାଲିକା ପ୍ରକାଶ; ୩.୧୧ କୋଟି ସାମିଲ, ବାଦ୍‌ ପଡ଼ିଲେ ୧୯,୦୬,୬୫୭ ନାଗରିକ

ଗୁଆହାଟୀ: ବହୁ ପ୍ରତୀକ୍ଷିତ ଆସାମର ଚୂଡ଼ାନ୍ତ ରାଷ୍ଟ୍ରୀୟ ନାଗରିକ ପଞ୍ଜୀକରଣ(ଏନଆରସି) ତାଲିକା ଶନିବାର ପ୍ରକାଶ ପାଇଛି। ପୂର୍ବାହ୍ନ ୧୦ଟା ପରେ କେନ୍ଦ୍ର ସରକାର ଅନ୍‌ଲାଇନରେ ଏହି ତାଲିକା ସାର୍ବଜନୀନ କରିଛନ୍ତି। ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବା ପରେ ଦୀର୍ଘବର୍ଷ ଧରି ରାଜ୍ୟରେ ରହିଆସୁଥିବା ୧୯ ଲକ୍ଷ ୬ ହଜାର ୬୫୭ ଜଣ ନାଗରିକ ବିଦେଶୀ ହୋଇଯାଇଛନ୍ତି। ସେମାନଙ୍କୁ ତାଲିକାରୁ ବାଦ୍‌ ଦିଆଯାଇଛି। ତାଲିକାରେ ମୋଟ ୩ କୋଟି ୧୧ ଲକ୍ଷ ୨୧ ହଜାର ୪ ଜଣଙ୍କୁ ସ୍ଥାନ ମିଳିଛି।

ଯେକେହି nrcassam.nic.in ୱେବ୍‌ସାଇଟ୍‌କୁ ଯାଇ ଏହି ତାଲିକା ଦେଖିପାରିବେ। ସୁପ୍ରିମକୋର୍ଟଙ୍କ ନିରୀକ୍ଷଣରେ ଆସାମରେ ନାଗରିକତା ଚିହ୍ନଟ କାର୍ଯ୍ୟ ହୋଇଛି। ତାଲିକା ପ୍ରକାଶ ପରେ ରାଜ୍ୟର ୧୯ଲକ୍ଷରୁ ଅଧିକ ଲୋକ ସେମାନଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି। ତେବେ ତାଲିକାରେ ନାମ ନ ଥିବା ଲୋକମାନେ ଭୟଭୀତ ନ ହେବା ଏବଂ ସେମାନଙ୍କୁ ଯଥାସମ୍ଭବ ସହାୟତା ଯୋଗାଇ ଦିଆଯିବ ବୋଲି ରାଜ୍ୟ ସରକାର ଅଶ୍ଵାସନା ଦେଇଛନ୍ତି। ଯେଉଁମାନେ ତାଲିକାରେ ସନ୍ତୁଷ୍ଟ ନାହାନ୍ତି, ସେମାନେ ବିଦେଶୀ ଟ୍ରିବ୍ୟୁନାଲ ସମ୍ମୁଖରେ ଆବେଦନ କରିପାରିବେ।

- Advertisement -

ଅନ୍ୟପଟେ ତାଲିକା ପ୍ରକାଶ ପରେ କୌଣସି ସ୍ଥାନରେ ଉତ୍ତେଜନା କିମ୍ବା ହିଂସା ସୃଷ୍ଟି ହେବା ଆଶଙ୍କାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ବିଭିନ୍ନ ସ୍ଥାନରେ ଫୋର୍ସ ମୁତୟନ କରାଯାଇଛି। ୨ ହଜାର ଅର୍ଦ୍ଧସାମରିକ ବାହିନୀ ସଜାଗ ରହିଛନ୍ତି। ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ୧୪୪ ଧାରା ଜାରି କରାଯାଇଛି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories