www.samajalive.in
Sunday, December 7, 2025
16.1 C
Bhubaneswar

ଏମାର ମଠରେ ଥିବା ଲାଇବ୍ରେରୀ ଭାଙ୍ଗିବାକୁ ନେଇ ମହନ୍ତ ଅସନ୍ତୁଷ୍ଟ

ପୁରୀ: ଏମାର ମଠରେ ଥିବା ଲାଇବ୍ରେରୀ ଭାଙ୍ଗିବାକୁ ନେଇ ମହନ୍ତ ରାଜଗୋପାଳ ରାମାନୁଜ ଦାସ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି । ଗତ କିଛି ଦିନ ପୂର୍ବେ ଲକ୍ଷାଧିକ ଟଙ୍କାରେ ରଘୁନନ୍ଦନ ଲାଇବ୍ରେରୀ ମରାମତି କରାଯାଇଥିଲା। ଏଥିପାଇଁ ସେ ପ୍ରଶାସନର ଅନୁମତି ମଧ୍ୟ ନେଇଥିଲେ । କିନ୍ତୁ ଏବେ ପ୍ରଶାସନ ନିଜ ଇଚ୍ଛାରେ ଲାଇବ୍ରେରୀ ଭାଙ୍ଗିଛି ବୋଲି ଏକ ବୈଦ୍ୟୁତିକ ଗରମାଧ୍ୟମକୁ ପ୍ରତିକ୍ରିୟା ଦେଇ ମହନ୍ତ କହିଛନ୍ତି । ଏହା ସହ ମୌନ ବ୍ରତରେ ବସିଥିବା ପ୍ରସଙ୍ଗକୁ ମଧ୍ୟ ସେ ଖଣ୍ଡନ କରିଛନ୍ତି ।

ସୂଚନାଯୋଗ୍ୟ, ଶୁକ୍ରବାର ମଧ୍ୟ ଏମାର ମଠ ଉଚ୍ଛେଦ ବେଳେ ପ୍ରଶାସନ ଓ ମହନ୍ତ ମୁହାଁମୁହିଁ ହୋଇଥିଲେ । ଏମାର ମଠ ଉଚ୍ଛେଦ କାର୍ଯ୍ୟରେ ମହନ୍ତ ବାଧକ ସାଜିଛନ୍ତି ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଥିଲା । ମଠ ବାହାରେ ଲାଗିଥିବା ସିସିଟିଭି ଦେଖି ପରିସ୍ଥିତି ଉପରେ ନଜର ରଖାଯାଇ ଉଚ୍ଛେଦ ପ୍ରକ୍ରିୟା ଚାଲିଥିଲା । ମହନ୍ତଙ୍କ ରହିବା ପାଇଁ ବରାଦ ମୁତାବକ ୩୫ ଫୁଟ୍‌ ଲମ୍ବ ଓ ୧୦ ଫୁଟ୍‌ ଚଉଡାର କଣ୍ଟେନର ଆସିଥିଲା। କିନ୍ତୁ କଣ୍ଟେନର ମଧ୍ୟକୁ ଯିବା ପାଇଁ ମହନ୍ତ ରାଜି ହୋଇନଥିଲେ । ଫଳରେ ମଠ ବାହାରେ ଉକ୍ତ କଣ୍ଟେନରକୁ ରଖାଯାଇଥିଲା । ଗଣମାଧ୍ୟମ ପ୍ରତିନିଧିଙ୍କୁ ମଠ ଭିତରକୁ ଯିବା ପାଇଁ ପୁଲିସ ବାରଣ କରିଛି । କୌଣସି ଖବର ସଂଗ୍ରହ ବା ଫଟୋ ଉତ୍ତୋଳନ କରିବାକୁ ମଧ୍ୟ ବାରଣ କରାଯାଇଥିବା ସୂଚନା ମିଳିଥିଲା ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories