www.samajalive.in
Sunday, December 7, 2025
23.1 C
Bhubaneswar

ପାକିସ୍ତାନରେ ଶିଖ୍‌ ଯୁବତୀଙ୍କ ବଳପୂର୍ବକ ଧର୍ମ ପରିବର୍ତ୍ତନ କରି ବିବାହ, ଇମ୍ରାନଙ୍କ ହସ୍ତକ୍ଷେପ ଲୋଡ଼ିଲେ ପରିବାର

ଇସଲାମାବାଦ: ପାକିସ୍ତାନରେ ପୁଣି ଜଣେ ଯୁବତୀଙ୍କ ବଳପୂର୍ବକ ଧର୍ମପରିବର୍ତ୍ତନ କରାଇ ତାଙ୍କୁ ଜୋରଜବରଦସ୍ତ ଜଣେ ମୁସଲମାନ ଯୁବକଙ୍କୁ ବିବାହ କରାଇ ଦିଆଯାଇଛି। ପୀଡ଼ିତା ଜଣକ ଗୁରୁଦ୍ବାର ତାମ୍ବୁ ସାହିବର ଜଣେ ପୂଜକଙ୍କ ଝିଅ ବୋଲି ଜଣାପଡ଼ିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ଦେଶର ଶିଖ୍‌ ସମ୍ପ୍ରଦାୟଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହି ଘଟଣାକୁ ସେମାନେ ନିନ୍ଦା କରିଥିବାବେଳେ ଯୁବତୀଙ୍କ ପରିବାର ଲୋକେ ସହାୟତା ପାଇଁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି।

ଯୁବତୀ ଜଣକ କିଛିଦିନ ତଳୁ ନିଖୋଜ ରହିଥିଲେ। ଗୁରୁବାର ହଠାତ ତାଙ୍କୁ ଦେଖିବାକୁ ମିଳିଥିଲା। ଲାହୋରର ନାନକ ସାହିବ ଅଞ୍ଚଳର ଜଣେ ମୁସଲମାନ ଯୁବକଙ୍କ ସହିତ ତାଙ୍କର ବିବାହ ସମ୍ପନ୍ନ ହୋଇଥିଲା। ତାଙ୍କୁ ବନ୍ଧୁକ ଦେଖାଇ ଜୋରଜବରଦସ୍ତି ଜଣେ ମୁସଲମାନ ଯୁବକଙ୍କୁ ବିବାହ କରାଇ ଦିଆଯାଇଥିବା ଜଣାପଡ଼ିଥିଲା। ଏହାପରେ ଯୁବତୀଙ୍କ ବାପ ଘର ପକ୍ଷରୁ ନିକଟ ଥାନାରେ ଏକ ଏତଲା ଦିଆଯାଇଥିଲା। ପରିବାର ଲୋକେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଏକ ଭିଡିଓ ଜରିଆରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ପ୍ରଧାନ ବିଚାରପତି ଆସିଫ ସଇଦ ଖୋସାଙ୍କୁ ନିବେଦନ କରିଛନ୍ତି। ତେବେ ପାକିସ୍ତାନରେ ଏପରି ଘଟଣା ନୂଆ ନୁହେଁ। ସଂଖ୍ୟାଲଘୁ ହିନ୍ଦୁ, ଶିଖ ଏବଂ ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ଯୁବତୀଙ୍କୁ ଅପହରଣ କରାଯାଇ ସ୍ଥାନୀୟ ମୌଲବୀମାନେ ଜୋରଜବରଦସ୍ତି ଧର୍ମ ପରିବର୍ତ୍ତନ କରାଇ ମୁସଲମାନ ଯୁବକଙ୍କ ସହିତ ବିବାହ କରାଇ ଦେଉଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories