www.samajalive.in
Wednesday, December 10, 2025
15.1 C
Bhubaneswar

ବର୍ଷକରେ ବିଜେପି ହରାଇଛି ୭ ବରିଷ୍ଠ ନେତା

ନୂଆଦିଲ୍ଲୀ: ୨୦୧୮ ମସିହା ଅଗଷ୍ଟରୁ ୨୦୧୯ ମସିହା ଅଗଷ୍ଟ ଭାରତୀୟ ଜନତା ପାର୍ଟି ପାଇଁ କଳା ବର୍ଷ କହିଲେ କିଛି ଭୁଲ ହେବ ନାହିଁ। କାରଣ ଗତବର୍ଷ ଅଗଷ୍ଟ ମାସରୁ ଚଳିତ ବର୍ଷ ଅଗଷ୍ଟ ମାସ ମଧ୍ୟରେ ବିଜେପି ୭ ଜଣ ଅଧିକ ବରିଷ୍ଠ ନେତାଙ୍କୁ ହରାଇ ସାରିଛି । ପ୍ରଥମେ ଅଟଳ ବିହାରୀ ବାଜପେୟୀ, ପରେ ମନୋହର ପାରିକର, ସୁଷମା ସ୍ବରାଜ ଏବଂ ଏବେ ଅରୁଣ ଜେଟଲୀଙ୍କୁ ହରାଇ ଦଳକୁ ଏକ ଅପୂରଣୀୟ କ୍ଷତିର ସାମ୍ନା କରିବାକୁ ପଡିଛି।

ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବାଜପେୟୀ ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ପରେ ୨୦୧୮ ଅଗଷ୍ଟ ୧୬ରେ ତାଙ୍କର ଦେହାନ୍ତ ହୋଇଥିଲା । କର୍କଟ ରୋଗରେ ପୀଡିତ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ତଥା ଗୋଆର ମୁଖ୍ୟମନ୍ତ୍ରୀ ମନୋହର ପାର୍ରିକର ଚଳିତ ବର୍ଷ ମାର୍ଚ୍ଚ ୧୭ରେ ଆରପାରିକୁ ଚାଲିଯାଇଥିଲେ । ଚଳିତ ଅଗଷ୍ଟ ୬ରେ ପୂର୍ବତନ ବିଦେଶ ମନ୍ତ୍ରୀ ସୁଷମା ସ୍ବରାଜ ମଧ୍ୟ ଇହଲୀଳା ସମ୍ବରଣ କରିଥିଲେ । ସୁଷମାଙ୍କ ବିୟୋଗର ଦୁଃଖ ଦଳ ଭୁଲି ନଥିବା ବେଳେ ଗତକାଲି ଅର୍ଥାତ୍ ଅଗଷ୍ଟ ୨୪ରେ ପୂର୍ବତନ କେନ୍ଦ୍ର ଅର୍ଥ, ପ୍ରତିରକ୍ଷା, ଆଇନ, ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅରୁଣ ଜେଟଲୀ ପରଲୋକ ଗମନ କରିଛନ୍ତି । ଅରୁଣ ଜେଟଲୀ ନରେନ୍ଦ୍ର ମୋଦୀଙ୍କ ପ୍ରଥମ ପାଳିର ସଙ୍କଟମୋଚକ ଭାବେ ପରିଚିତ ଥିଲେ । ଏହି ୪ ଜଣ ବରିଷ୍ଠ ନେତାଙ୍କୁ ହରାଇବା ପରେ ଦଳର ମେରୁଦଣ୍ଡକୁ ଶକ୍ତ ଧକ୍କା ଲାଗିଛି । କାରଣ ଏମାନଙ୍କ ନିଧନ ଦଳ ପାଇଁ ଅପୂରଣୀୟ କ୍ଷତି ସୃଷ୍ଟି କରିଛି ।

- Advertisement -

୨୦୧୪ରୁ ୨୦୧୯ରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ସୁଷମା ସ୍ବରାଜ ବିଦେଶ ମନ୍ତ୍ରାଳୟର ଗୁରୁ ଦାୟିତ୍ବ ବହନ କରିଥିଲେ । ସେ ଥିଲେ ଭାରତୀୟ ବିଦେଶ ମନ୍ତ୍ରାଳୟର ପ୍ରଥମ ମହିଳା ମନ୍ତ୍ରୀ । ସ୍ବାସ୍ଥ୍ୟାବସ୍ଥା ଠିକ୍ ନଥିବା କାରଣରୁ ସେ ୨୦୧୯ ଲୋକସଭା ନିର୍ବାଚନ ଲଢିବାକୁ ମନା କରି ଦେଇଥିଲେ । ଏହା ପୂର୍ବରୁ ମାର୍ଚ୍ଚରେ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକର କର୍କଟ ରୋଗରେ ଆକ୍ରାନ୍ତ ହୋଇ ଜୀବନ ସଂଘର୍ଷରେ ହାରି ଯାଇଥିଲେ । ରୋଗାଗ୍ରସ୍ତ ଥିବା ସମୟରେ ମଧ୍ୟ ସେ ଗୋଆର ବଜେଟ୍ ଉପସ୍ଥାପନ କରିଥିଲେ । ଏହି ନେତାମାନେ ବିଜେପିକୁ ସୁଦୃଢ କରିବା ପାଇଁ ମହତ୍ତ୍ବପୂର୍ଣ୍ଣ ଭୂମିକା ନେଇଥିଲେ ।

ସୂଚନାଯୋଗ୍ୟ, ୨୦୧୮ ନଭେମ୍ବର ୧୨ରେ ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ମନ୍ତ୍ରୀ ଅନ୍ତତ କୁମାର ଇହଲୀଳା ସମ୍ବରଣ କରିଥିଲେ । ଚଳିତ ବର୍ଷ ଅକ୍ଟୋବର ୨୭ରେ ବିଜେପିର ବରିଷ୍ଠ ନେତା ତଥା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ମଦନଲାଲ ଖୁରାନାଙ୍କ ମଧ୍ୟ ନିଧନ ହୋଇଥିଲା। ସେହିପରି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବାବୁଲାଲ ଗୌର ଚଳିତ ବର୍ଷ ଅଗଷ୍ଟ ୨୧ରେ ଆରପାରିକୁ ଗମନ କରିଥିଲେ ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories