www.samajalive.in
Wednesday, December 10, 2025
17.1 C
Bhubaneswar

କୁପୋଷଣ ମୁକ୍ତ ହେଵ ଭାରତ

ନୂଆଦିଲ୍ଲୀ: ୨୦୨୨ ସୁଦ୍ଧା ଭାରତକୁ କୁପୋଷଣ ମୁକ୍ତ କରିବାକୁ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ଆହ୍ୱାନ ଦେଇଛନ୍ତି। ଶୁକ୍ରବାର ୨୦୧୮-୧୯ ବର୍ଷ ପାଇଁ ପୋଷଣ ଅଭିଯାନ ପୁରସ୍କାର ପ୍ରଦାନ କରି ମନ୍ତ୍ରୀ ସ୍ମୃତି ଇରାନୀ ଏହା କହିଛନ୍ତି। ନୂଆଦିଲ୍ଲୀରେ ଅନୁଷ୍ଠିତ ଉତ୍ସବରେ ରାଜ୍ୟ, ଜିଲ୍ଲା, ବ୍ଲକ୍‍ ଓ ଅଙ୍ଗନବାଡ଼ି କର୍ମୀମାନଙ୍କୁ ଏହି ପୁରସ୍କାର ମିଳିଛି। ଦେଶର ପ୍ରତ୍ୟେକ ପରିବାରରେ ଏହି ଅଭିଯାନକୁ ପହଞ୍ଚାଇବା ପାଇଁ ଅବଦାନ ସକାଶେ ଏହି ପୁରସ୍କାର ଦିଆଯାଇଛି। ୨୦୨୨ ମସିହା ସୁଦ୍ଧା ଦେଶରୁ କୁପୋଷଣ ହଟାଇବା ପାଇଁ ଲକ୍ଷ୍ୟରେ ପୋଷଣ ଅଭିଯାନ ହେଉଛି ବିଭିନ୍ନ ମନ୍ତ୍ରଣାଳୟର ସମ୍ମିଳିତ ଉଦ୍ୟମରେ ଏକ ଅଭିଯାନ।

ଏହି ଅବସରରେ ସ୍ମୃତି ଇରାନୀ କହିଛନ୍ତି, ଏହି ଉତ୍ସବରେ ୨୨ କୋଟି ଟଙ୍କା ବ୍ୟୟରେ ୩୬୩ଟି ପୁରସ୍କାର ପ୍ରଦାନ କରାଯାଇଛି। ସେ କହିଛନ୍ତି, ସମସ୍ତଙ୍କ ସହଯୋଗରେ ଦେଶରୁ କୁପୋଷଣ ଦୂର କରାଯାଇପାରିବ ଓ କୁପୋଷଣ ମୁକ୍ତ ଭାରତ ଗଠନ କରାଯାଇପାରିବ। ଆସନ୍ତା ମାସରୁ ଏକ ମାସ ବ୍ୟାପି ପୋଷଣ ଅଭିଯାନ ଆରମ୍ଭ କରାଯିବ ଯେଉଁଥିରେ ୪୪ କୋଟି ଳୋକଙ୍କୁ ସାମିଲ କରାଯିବ। ୨୦୧୮ରେ ଏହି ଯୋଜନାରେ ୨୨ କୋଟି ଲୋକଙ୍କୁ ଏହି ଅଭିଯାନରେ ସାମିଲ କରାଯାଇଥିଲା।

- Advertisement -

ଏହି ଉତ୍ସବରେ ମହିଳା ଓ ଶିଶୁ ବିକାଶ ରାଷ୍ଟ୍ର ମନ୍ତ୍ରୀ ଦେବଶ୍ରୀ ଚୌଧୁରୀ କହିଛନ୍ତି, ଏହି ଅଭିଯାନ ସଫଳ କରିବା ପାଇଁ ଜିଲ୍ଲାପାଳମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଜିଲ୍ଲା ପ୍ରଶାସନ ପୋଷଣ ସମ୍ପର୍କିତ ନିୟମଗୁଡିକୁ ସଠିକ ଭାବେ କାର୍ଯ୍ୟକାରୀ କରାଇବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories