www.samajalive.in
Sunday, December 7, 2025
26.1 C
Bhubaneswar

ରାସ୍ତା କଡରେ ମହିଳାଙ୍କ ପ୍ରସବ

ବ୍ରହ୍ମପୁର : ଜାତୀୟ ରାଜପଥ କଡରେ ଜଣେ ମହିଳା ଗୋଟିଏ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ଶୁକ୍ରବାର ସକାଳ ୯ଟାରେ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ହସପିଟାଲଠାରୁ ଅଧ କି.ମି ଦୂରରେ ଏହି ଘଟଣା ଘଟିଛି । ଯାହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି।
ଗଂଜାମ ଜିଲ୍ଲା ପତ୍ରପୁର ବ୍ଲକ ସମାନ୍ତିଆପଲ୍ଲୀର ଗର୍ଭବତୀ ମହିଳା କେ. ପାର୍ବତୀ ଆଜି ସକାଳେ ନିଜ ସ୍ୱାମୀ ଓ 4 ବର୍ଷର ପୁଅ ସହ ଏମକେସିଜି କୁ ଚିକିତ୍ସା ପାଇଁ ଆସିଥିଲେ । ଅଟୋରେ ବ୍ରହ୍ମପୁର ପହଞ୍ଚିବା ପରେ ଏମକେସିଜି ଠାରୁ କିଛି ଦୂରରେ ଥିବା ଏକ ଘରୋଇ ନିଦାନ କେନ୍ଦ୍ରରେ ପରୀକ୍ଷା କରାଇବାକୁ ଅଟକି ଥିଲେ । ମହିଳା ଓ ପୁଅକୁ ଜାତୀୟ ରାଜପଥ ୫୯ କଡରେ ଛିଡାକରାଇ ତାଙ୍କ ସ୍ବାମୀ ରାସ୍ତାର ଅପରପାଶ୍ୱରେ ଥିବା ନିଦାନ କେନ୍ଦ୍ରକୁ ରିପୋର୍ଟ ଆଣିବାକୁ ଯାଇଥିଲେ । ଏହି ସମୟରେ ମହିଳାଙ୍କ ଗର୍ଭ ଯନ୍ତ୍ରଣା ହୋଇଥିଲା । ସେ ରାସ୍ତା କଡରେ ବସି ପଡ଼ି ଛଟପଟ ହେଉଥିଲେ । ସେହି ବାଟ ଦେଇ ଯାଉଥିବା କିଛି ମହିଳା ତାଙ୍କ ନିକଟକୁ ଆସି ସହାୟତାର ହାତ ବଢାଇଥିଲେ । ଚାରିପାଖେ ଲୁଗା ଘେରାଇ ମହିଳାଙ୍କ ପ୍ରସବ କରାଇଥିଲେ । ଶିଶୁ କନ୍ୟାଟି ଜନ୍ମ ହୋଇସାରିବା ପରେ ଏମକେସିଜିରୁ ଜନନୀ ଏକ୍ସପ୍ରେସ ଆସି ଉଭୟ ମା ଓ ଝିଅଙ୍କୁ ନେଇ ଡାକ୍ତରଖାନାରେ ଭର୍ତି କରିଥିଲା । ବର୍ତ୍ତମାନ ଉଭୟଙ୍କ ସ୍ୱାସ୍ଥ୍ୟ ଠିକ ଥିବା ଡାକ୍ତର କହିଛନ୍ତି । ଏହି ଘଟଣା ସହରରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories