www.samajalive.in
Tuesday, December 9, 2025
19.1 C
Bhubaneswar

ପବିତ୍ର ଶ୍ରୀକୃଷ୍ଣଜନ୍ମାଷ୍ଟମୀ ; ଚାରିଆଡେ ଆଧ୍ୟାତ୍ମିକ ପରିବେଶ

ଭୁବନେଶ୍ବର : ଆଜି ପବିତ୍ର ଜନ୍ମାଷ୍ଟମୀ। ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥି ଅବସରରେ ଶୁକ୍ରବାର ରାଜ୍ୟବ୍ୟାପୀ ପ୍ରଭୁ ଶ୍ରୀକୃଷ୍ଣଙ୍କର ଜନ୍ମୋତ୍ସବ ପାଳନ କରାଯାଉଛି। ସାରା ରାଜ୍ୟରେ ଉତ୍ସବର ପରିବେଶ। ମଠ, ମନ୍ଦିର ଓ ଭାଗବତ ଗାଦିକୁ ସୁସଜ୍ଜିତ କରାଯାଇ ସକାଳୁ ସକାଳୁ ଭାଗବତ ପାଠ ଚାଲିଛି। ବ୍ରତଧାରୀ ମାନେ ଭାଗବତ ପାଠ ଶୁଣୁଛନ୍ତି।
ଜନ୍ମାଷ୍ଟମୀ ଲାଗି ପୁରୀ ଶ୍ରୀମନ୍ଦିରରେ ପ୍ରସ୍ତୁତି ଚାଲିଛି। ସହରର ବିଭିନ୍ନ ମଠମନ୍ଦିରରେ ଶ୍ରଦ୍ଧା ଓ ଭକ୍ତିର ସହ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ ହେଉଛି। ପାରମ୍ପରିକ ରୀତିମତେ ଆଜି ବଡ଼ ଦେଉଳରେ ପାଳିତ ହେବାକୁ ଥିବା ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ଏକ ଗୁପ୍ତନୀତି ହୋଇଥିବାରୁ ତାକୁ ଯେପରି କେହି ସାଧାରଣ ଭକ୍ତ ଦେଖି ନ ପାରିବେ ସେଥିଲାଗି ମନ୍ଦିର ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇଛି। ଆଜି ସନ୍ଧ୍ୟା ସାଢ଼େ ୬ଟାରୁ ରାତି ସାଢ଼େ ୧୧ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରର ଗର୍ଭଗୃହରେ ଶ୍ରୀକୃଷ୍ଣଙ୍କ ଜନ୍ମ ନୀତି ଅନୁଷ୍ଠିତ ହେବାକୁ ଥିବାରୁ ଏହି ସମୟ ମଧ୍ୟରେ ସାଧାରଣ ଜନତା ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରିପାରିବେ ନାହିଁ।

ତେବେ ଶନିବାରସକାଳୁ ଶ୍ରୀମନ୍ଦିରର ଜଗମୋହନଠାରେ ଦୋଳିରେ ଝୁଲୁଥିବା  ବାଳଗୋପାଳ ବା ଶ୍ରୀକୃଷ୍ଣଙ୍କୁ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ଆବଶ୍ୟକ ବ୍ୟବସ୍ଥା କରାଯାଇଛି।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories