ପେନ୍ସନ୍ ପାଣ୍ଠିରୁ ହୋଇପାରିବ ଆଂଶିକ ଉଠାଣ
ନୂଆଦିଲ୍ଲୀ: ଜାତୀୟ ପେନ୍ସନ୍ ଯୋଜନା ଅଧୀନରେ ପଞ୍ଜିକୃତ ଉପଭୋକ୍ତାମାନେ ସେମାନଙ୍କ ପେନ୍ସନ୍ ପାଣ୍ଠିରୁ କିଛି ଅଂଶ ଉଠାଇପାରିବେ। ଅବସରକାଳୀନ ଭତ୍ତା ପାଣ୍ଠି ନିୟାମକ ଓ ବିକାଶ କର୍ତ୍ତୃପକ୍ଷ ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ହୋଇଛି। କେବଳ ଉଚ୍ଚଶିକ୍ଷା କିମ୍ବା କୌଣସି ବ୍ୟବସାୟରେ ନିବେଶ ପାଇଁ ଆଂଶିକ ଉଠାଣ ପାଇଁ ଅନୁମତି ମିଳିବ ବୋଲି ନିର୍ଦେଶନାମାରେ ଉଲ୍ଲେଖ ରହିଛି।