www.samajalive.in
Sunday, December 7, 2025
18.1 C
Bhubaneswar

ଏବେ ଜମ୍ମୁ ରେଳ ଷ୍ଟେସନରେ ୱାଇ-ଫାଇ ସେବା ବନ୍ଦ

ଶ୍ରୀନଗର : ସୋସିଆଲ ମିଡିଆରେ ପ୍ରଚାର ହେଉଥିବା ଗୁଜବକୁ ରୋକିବା ପାଇଁ ଜାମ୍ମୁ ରେଲୱେ ଷ୍ଟେସନରେ ଥିବା ମାଗଣା ୱାଇ-ଫାଇ ସେବାକୁ ବନ୍ଦ କରିଦିଆଯାଇଛି। ସ୍ଥାନୀୟ ଅଞ୍ଚଳରେ ଇଣ୍ଟରନେଟ୍ ସେବା ବନ୍ଦ ହେବା ପରେ ବ୍ୟବହାରକାରୀଙ୍କ ପାଇଁ ରେଳୱେ ଷ୍ଟେସନ ଏକ ମାତ୍ର ମାଧ୍ୟମ ଥିଲା। କାରଣ ରେଳ ଷ୍ଟେସନରେ ଅଧା ଘଣ୍ଟା ପର୍ଯ୍ୟନ୍ତ ହାଇ ସ୍ପିଡ୍ ଇଣ୍ଟରନେଟ୍ ସେବା ଉପଲବ୍ଧ ରହିଥିଲା । ଯାହା ଫଳରେ ଷ୍ଟେସନରେ ଯାତ୍ରା କରୁନଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଥିଲା । ରେଲୱେ ଷ୍ଟେସନରୁ ପ୍ଲାଟ୍‌ ଫର୍ମ ପର୍ଯ୍ୟନ୍ତ ହାଇ ସ୍ପିଡ ୱାଇ-ଫାଇ ମାଧ୍ୟମରେ ସୋସିଆଲ ମିଡିଆରେ ସକ୍ରିୟ ରହିବା ପାଇଁ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ଭିଡ ଜମାଉଥିଲା ।

ଏହା ଦ୍ବାରା ରେଳ ସୁରକ୍ଷା ପ୍ରଭାବିତ ହେଉଥିବା କାରଣରୁ ନିଶୁଳ୍କ ୱାଇ-ଫାଇ ସେବାକୁ ବୁଧବାରଠାରୁ ବନ୍ଦ କରି ଦିଆଯାଇଛି । କିନ୍ତୁ ଏହି ନିଷ୍ପତ୍ତି ପାଇଁ ଯାତ୍ରୀମାନେ ଅଳ୍ପ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ରେଳ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗୁଜବ ରୋକିବା ସହ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଉଚ୍ଚ ଅଧିକାରୀଙ୍କ ସହମତିରେ ଏଭଳି ନିଷ୍ପତ୍ତି ନିଆଯାଇଛି । କିନ୍ତୁ ଟିକେଟ୍ ଆରକ୍ଷଣ କେନ୍ଦ୍ର ଏବଂ ନିକଟବର୍ତ୍ତୀ ଅଞ୍ଚଳରେ ୱାଇ-ଫାଇ ସେବା ଜାରି ରହିଛି ।

- Advertisement -

ସୂଚନଯୋଗ୍ୟ, ମଙ୍ଗଳବାର ଦିନ ରେଲୱେ ଷ୍ଟେସନର ଜଣେ ମହିଳା ଅଧିକରୀ ରେଳ ଯାତ୍ରା କରୁନଥିବା ଲୋକ ଷ୍ଟେସନରେ ବସି ୱାଇ-ଫାଇ ବ୍ୟବହାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଇଣ୍ଟରନେଟ୍‌ରେ ଚାଟିଙ୍ଗ କରୁଥିବା ପ୍ରାୟ ୪୦ ଜଣ ବ୍ୟବହାରୀଙ୍କୁ ଧରିବା ସହ ସେମାନଙ୍କ ମୋବାଇଲକୁ ମଧ୍ୟ ଯାଞ୍ଚ କରିଥିଲେ ।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories