www.samajalive.in
Sunday, December 7, 2025
26.1 C
Bhubaneswar

ଉଛୁଳା ନଦୀ ଗର୍ଭରୁ ୨ ମତ୍ସ୍ୟଜୀବୀଙ୍କୁ ବଞ୍ଚାଇଲେ ଯବାନ; ଦେଖନ୍ତୁ ଭିଡିଓ

ଜମ୍ମୁ : ଉଛୁଳା ନଦୀ ଗର୍ଭରୁ ଦୁଇ ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରି ପ୍ରଶଂସା ସାଉଁଟିଛି ଭାରତୀୟ ବାୟୁସେନା । ସୋମବାର ଜମ୍ମୁର ତବୀ ନଦୀରେ ଜଳସ୍ତର ଚାହୁଁ ଚାହୁଁ ଆକସ୍ମିକ ଭାବେ ବୃଦ୍ଧି ପାଇଥିଲା । ଜଳ ସ୍ରୋତରେ ଦୁଇ ଜଣ ମତ୍ସ୍ୟଜୀବୀ ଭାସି ଯାଇଛନ୍ତି । ସ୍ଥାନୀୟଲୋକ ସେମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇନଥିଲେ । ସେମାନଙ୍କ ଉଦ୍ଧାର ପାଇଁ ବାୟୁସେନାକୁ ସୂଚନା ଦିଆଯାଇଥିଲା। କିଛି ଦୂରତା ଭାସି ଯିବା ପରେ ସେମାନେ ଏକ ବ୍ୟାରଜରେ ଅଟକି ଯାଇଥିଲେ ।

ବାୟୁସେନା ଯବାନମାନେ ପହଞ୍ଚି ହେଲିକପ୍ଟରେ ଆକାଶମାର୍ଗରୁ ପ୍ରଥମେ ସେମାନଙ୍କୁ ନୀରିକ୍ଷଣ କରିଥିଲେ । ପରେ ଜଣେ ଯବାନ ତଳକୁ ଓହ୍ଲାଇ ସେମାନଙ୍କ ନିକଟରେ ପହଞ୍ଚିଥିଲେ ଏବଂ ଉଭୟଙ୍କୁ ଉଦ୍ଧାର ପାଇଁ ପ୍ରସ୍ତୁତି କରିଥିଲେ । ଜଣ ଜଣ କରି ଦୁଇ ଜଣଙ୍କୁ ସୁରକ୍ଷିତ ଭାବରେ ହେଲିକପ୍ଟରେ ପହଞ୍ଚଇବା ପରେ ଯବାନ ଜଣଙ୍କ ନିଜେ ମଧ୍ୟ ଚାଲି ଆସିଥିଲେ । ଏହି ଉଦ୍ଧାରକାର୍ଯ୍ୟ ପାଇଁ ଯବାନମାନଙ୍କୁ ୪୦ ମିନିଟ୍ ସମୟ ଲାଗିଥିଲା। ଯବାନଙ୍କ ଏହି ସାହସିକ ପଦକ୍ଷେପ ପାଇଁ ସ୍ଥାନୀୟଲୋକେ ସେମାନଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ । ‘ଭାରତ ମାତା କି ଜୟ’ , ‘ଭାରତୀୟ ସେନା କି ଜୟ’ ଧ୍ବନିରେ ସ୍ଥାନୀୟ ଅଞ୍ଚଳ କମ୍ପି ଉଠିଥିଲା ।

- Advertisement -

ସୂଚନାଯୋଗ୍ୟ, ଶୁକ୍ରବାର ଓ ଶନିବାର ଦିନ ହୋଇଥିବା ପ୍ରବଳ ବର୍ଷା ଯୋଗୁଁ ତବୀ ଓ ଚିନାମ ସମେତ ଅନ୍ୟ ନଦୀ ଗୁଡିକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ନଦୀ ନିକଟକୁ ନଯିବା ପାଇଁ ପ୍ରଶାସନ ପକ୍ଷରୁ ମେସାନଙ୍କୁ ବାରଣ କରାଯାଇଥିଲା।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories