www.samajalive.in
Tuesday, December 9, 2025
26.1 C
Bhubaneswar

ଜେଏନୟୁକୁ ମୋଦୀଙ୍କ ନାମରେ ପୁନଃ ନାମକରଣ କରାଯାଉ: ବିଜେପି ସାଂସଦ

ନୂଆଦିଲ୍ଲୀ: କଣ୍ଠଶିଳ୍ପୀରୁ ସାଂସଦ ବନିଥିବା ହଂସ୍‌ରାଜ ହଂସଙ୍କ ମନ୍ତବ୍ୟକୁ ନେଇ ନୂଆ ବିବାଦ ସୃଷ୍ଟି ହୋଇଛି। ଜୱାହରଲାଲ ନେହେରୁ ବିଶ୍ଵବିଦ୍ୟାଳୟ(ଜେଏନୟୁ)କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମରେ ପୁନଃ ନାମକରଣ କରାଯିବା ଉଚିତ ବୋଲି ଏହି ବିଜେପି ସାଂସଦ କହିଛନ୍ତି।

ବିଜେପି ସାଂସଦ ହଂସରାଜ ହଂସ ଶନିବାର ଜେଏନୟୁରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏହି ଅବସରରେ ସେ ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ସମ୍ପର୍କରେ ମତ ରଖିବା ସହିତ ଜେଏନୟୁର ନାମ ପରିବର୍ତ୍ତନ କରାଯାଇ ଏମଏନୟୁ କରାଯିବା ଉଚିତ ବୋଲି କହିଥିଲେ। ସେ କହିଥିଲେ, ପ୍ରାର୍ଥନା କର ସମସ୍ତେ ଏକାଠି ଶାନ୍ତିପୂର୍ଣ୍ଣ ଭାବେ ରୁହନ୍ତୁ। କୌଣସି ସ୍ଥାନରେ ବୋମା ବିସ୍ଫୋରଣ ନ ଘଟୁ। ଆମ ଅତୀତ ପିଢ଼ି କିଛି ତ୍ରୁଟି କରିଯାଇଥିଲେ ଏବଂ ଆମେ ତାହାର ଫଳ ଭୋଗୁଛୁ।  ମୁଁ କହୁଛି ଜେଏନୟୁର ନାମ ଏମଏନୟୁ କରିଦିଅ। ମୋଦୀଙ୍କ ନାମରେ ବି କିଛି ହେବା ଦରକାର। ଉଲ୍ଲେଖଯୋଗ୍ୟ, ୧୯୬୯ରେ ଜେଏନୟୁ ପ୍ରତିଷ୍ଠା ହୋଇଥିଲା ଏବଂ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜୱାହରଲାଲ୍‌ ନେହେରୁଙ୍କ ନାମରେ ଏହାର ନାମକରଣ କରାଯାଇଥିଲା। ତେବେ ହଂସ୍‌ରାଜ ହଂସଙ୍କ ଏପରି ବିବାଦୀୟ ମନ୍ତବ୍ୟକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି।

- Advertisement -

ସୂଚନାଯୋଗ୍ୟ, କଣ୍ଠଶିଳ୍ପୀ ହଂସ୍‌ରାଜ ହଂସ ଗତ ଲୋକସଭା ନିର୍ବାଚନରେ ବିଜେପି ଟିକେଟରେ ଉତ୍ତର-ପଶ୍ଚିମ ଦିଲ୍ଲୀ ଲୋକସଭା ଆସନରେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। ଆମ ଆଦମୀ ପାର୍ଟି ସାଂସଦ ପ୍ରାର୍ଥୀ ଗୁଗନ ସିଂହ ଏବଂ କଂଗ୍ରେସ ପ୍ରାର୍ଥୀ ରାଜେଶ ଲିଲୋଥିଆଙ୍କୁ ବଡ଼ ବ୍ୟବଧାନରେ ପରାଜିତ କରିଥିଲେ।

Hot this week

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବଢ଼ିଲା: ଭତ୍ତା ସହ ପାଇ​‌ବେ ୪.୨୮ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି...

ଶିକାରୀ ଫାଶରେ କଲରାପତରିଆ ମୃତ

ଅନୁଗୁଳ : ଶିକାରୀ ଫାଶରେ ପଡି କଲରାପତରିଆ ବାଘ ମୃତ। ଅନୁଗୋଳ...

Related Articles

Popular Categories