www.samajalive.in
Sunday, December 7, 2025
13.1 C
Bhubaneswar

ଜାତିସଂଘରେ କାଶ୍ମୀର ପ୍ରସଙ୍ଗରେ ଫେଲ ମାରିଲା ପାକିସ୍ତାନ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରେ ସାମାଜିକ-ଅର୍ଥନୈତିକ ବିକାଶ ଓ ଉତ୍ତମ ପ୍ରଶାସନକୁ ନିଶ୍ଚିତ କରିବାପାଇଁ ଭାରତ ସରକାର ନେଇଥିବା ନିଷ୍ପତ୍ତିକୁ ଜାତିସଂଘ ନିରାପତ୍ତା ପରିଷଦରେ ପ୍ରଶଂସା କରାଯିବ ସହ ତାହା ଗ୍ରହଣ କରାଯାଇଥିବାରୁ ନୂଆଦିଲ୍ଲୀ କୃତଜ୍ଞତା ଜଣାଇଛି। ଜାତିସଂଘ ନିରାପତ୍ତା ପରିଷଦର ଅଣଆନୁଷ୍ଠାନିକ ବୈଠକ ପରେ ଭାରତର ସ୍ଥାୟୀ ପ୍ରତିନିଧି ସୟଦ୍‍ ଆକବରୁଦ୍ଦିନ୍‍ କହିଛନ୍ତି, ସମ୍ବିଧାନର ୩୭୦ ଧାରା ସମ୍ପୂର୍ଣ୍ଣ ରୂପେ ଭାରତର ଆଭ୍ୟନ୍ତରିଣ ବ୍ୟାପାର। ଏଥିରେ ବାହ୍ୟପକ୍ଷର ହସ୍ତକ୍ଷେପର ଆବଶ୍ୟକତା ନାହିଁ ବୋଲି ଭାରତ ତା’ର ଆଭିମୁଖ୍ୟରେ ଅଟଳ ଅଛି। ପାକିସ୍ତାନର ନାମ ନ ନେଇ ଆକବରୁଦ୍ଦିନ୍‍ କହିଛନ୍ତି, କାଶ୍ମୀରର ପ୍ରକୃତ ପରିସ୍ଥିତି ସଂକ୍ରାନ୍ତରେ ଉଲ୍ଲେଖ ନ କରି ସେଠାରେ ପରିସ୍ଥିତି ଅତ୍ୟନ୍ତ ସମ୍ବେଦନଶୀଳ ବୋଲି ଅପପ୍ରଚାର କରିବାପାଇଁ କେତେକ ତତ୍ତ୍ୱ ଉଦ୍ୟମ ଚଳାଇଛନ୍ତି।

ସେ କହିଛନ୍ତି, ଆତଙ୍କବାଦ ବନ୍ଦ ହେଲେ ହିଁ କଥାବାର୍ତ୍ତା ଆରମ୍ଭ ହୋଇପାରିବ। ସେ କହିଛନ୍ତି, ଆତଙ୍କବାଦକୁ ପରିହାର କରି କଥାବାର୍ତ୍ତାକୁ ଆଗେଇ ନେବା ସକାଶେ ଆହୁରି ଅନେକ ସ୍ୱାଭାବିକ-କୂଟନୈତିକ ଉପାୟ ରହିଛି। ନିଜର ଲକ୍ଷ୍ୟ ସାଧନ ପାଇଁ ଆତଙ୍କବାଦକୁ ବ୍ୟବହାର କରାଗଲେ ଉଦ୍ଦେଶ୍ୟ ସାଧନ ହୋଇପାରିବ ନାହିଁ ବୋଲି ଏହିସବୁ ତତ୍ତ୍ୱଗୁଡ଼ିକ ଭଲଭାବରେ ଜାଣିରଖିବା ଉଚିତ। ସେ କହିଛନ୍ତି, କୌଣସି ଗଣତାନ୍ତ୍ରିକ ରାଷ୍ଟ୍ର ଆତଙ୍କବାଦ ଚାଲିଥିଲାବେଳେ କଥାବାର୍ତ୍ତା ପାଇଁ ଆଗେଇ ଆସିବ ନାହିଁ। ଆକବରୁଦ୍ଦିନ୍‍ କହିଛନ୍ତି, ଜମ୍ମୁ ଓ କାଶ୍ମୀର ଓ ଲଦାଖ୍‍ର ଲୋକମାନଙ୍କର ସାମାଜିକ-ଅର୍ଥନୈତିକ ବିକାଶ ଏବଂ ଜମ୍ମୁ-କାଶ୍ମୀରରେ ପରିସ୍ଥିତି ସ୍ୱାଭାବିକ କରିବା ପାଇଁ ଭାରତ ସରକାର ଏଭଳି ବ୍ୟବସ୍ଥାପକ ପଦକ୍ଷେପ ନେଇଛନ୍ତି। ସେ କହିଛନ୍ତି, ଆତଙ୍କବାଦକୁ ଦମନ କରାଯିବା ଲକ୍ଷ୍ୟରେ ୩୭୦ ଧାରା ଉଚ୍ଛେଦ ଏକ ପ୍ରତିକାରମୂଳକ ବ୍ୟବସ୍ଥା। ବର୍ତ୍ତମାନ ଜମ୍ମୁ-କାଶ୍ମୀରରେ ଜଣେ ହେଲେ ଲୋକର ଜୀବନହାନି ଘଟି ନାହିଁ ବୋଲି ସେ ଜଣାଇଛନ୍ତି।

- Advertisement -

କାଶ୍ମୀରରୁ ଧୀରେ ଧୀରେ ସବୁ କଟକଣା ହଟେଇ ନେବାକୁ ସରକାର ପ୍ରତିଶ୍ରୁତି ଦେଇଛନ୍ତି। ଜମ୍ମୁ-କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ସଂକ୍ରାନ୍ତରେ ଆଲୋଚନା ପାଇଁ ଚୀନ୍‍ର ଅନୁରୋଧକ୍ରମେ ଜାତିସଂଘ ନିରାପତ୍ତା ପରିଷଦର ଏହି ଅଣଆନୁଷ୍ଠାନିକ ବୈଠକ ବସିଥିଲା। ଏହି ରୁଦ୍ଧଦ୍ୱାର ବୈଠକରେ ୫ ଜଣ ସ୍ଥାୟୀ ସଦସ୍ୟ ରାଷ୍ଟ୍ର ଓ ୧୦ ଜଣ ଅସ୍ଥାୟୀ ସଦସ୍ୟ ରାଷ୍ଟ୍ର ଯୋଗ ଦେଇଥିଲେ। କେବଳ ଚୀନ୍‍ ପାକିସ୍ତାନକୁ ସମର୍ଥନ କରିଥିଲାବେଳେ ବ୍ରିଟେନ୍‍, ଫ୍ରାନ୍‍ସ, ରୁଷ୍‍ ଓ ଆମେରିକା କାଶ୍ମୀର ପ୍ରସଙ୍ଗର ଦ୍ୱିପକ୍ଷୀୟ କଥାବାର୍ତ୍ତାଦ୍ୱାରା ମୀମାଂଶା କରିବାକୁ ସମର୍ଥନ ଜଣାଇଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories