www.samajalive.in
Sunday, December 7, 2025
26.1 C
Bhubaneswar

କର୍ଣ୍ଣାଟକ: କଂଗ୍ରେସରୁ ଇସ୍ତଫା ଦେଇଥିବା ବିଧାୟକ କିଣିଲେ ୧୧ କୋଟିର କାର

ବେଙ୍ଗାଲୁରୁ: କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ ମେଣ୍ଟ ସରକାର ସମୟରେ କଂଗ୍ରେସରୁ ଇସ୍ତଫା ଦେଇ ସରକାରକୁ ହରଡ଼ଘଣାରେ ପକାଇଥିବା କଂଗ୍ରେସ ବିଧାୟକ ଏମ.ଟି.ବି. ନାଗରାଜ ଏବେ ପୁଣି ଥରେ ଚର୍ଚ୍ଚାରେ। ଏଥର ସେ ୧୧ କୋଟି ଟଙ୍କାର ଏକ କାର୍‌ କିଣି ଚର୍ଚ୍ଚାକୁ ଆସିଛନ୍ତି। ରୋଲ୍ସ ରୟସ ଫ୍ୟାଣ୍ଟମ(VIII) କାର କରିଛନ୍ତି। ତେବେ ଟ୍ୟାକ୍ସ ପଇଠ କରିବା ପରେ ଏହି ବିଳାସପୂର୍ଣ୍ଣ କାର୍‌ର ମୂଲ୍ୟ ଆହୁରି ଅଧିକ ହୋଇପାରେ।

କଂଗ୍ରେସ-ଜେଡିଏସ ସରକାରର ୧୭ ବିଧାୟକ କରକାରଙ୍କ କାର୍ଯ୍ୟକଳାପରେ ଅସନ୍ତୋଷ ପ୍ରକାଶ କରି ଗତ ଜୁଲାଇରେ ଇସ୍ତଫା ଦେଇଥିଲେ। ଏହା ପରେ ମେଣ୍ଟ ସରକାରର ପତନ ଘଟିଥିଲା ଏବଂ ବିଜେପି ପାଇଁ ସରକାର ଗଢ଼ିବା ଲାଗି ରାସ୍ତା ଫିଟିଯାଇଥିଲା। ସେତେବେଳେ ବିଧାନସଭା ଅଧ୍ୟକ୍ଷ କଂଗ୍ରେସର ୧୪ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ। ସେମାନଙ୍କ ମଧ୍ୟରେ ନାଗରାଜ ମଧ୍ୟ ରହିଥିଲେ।

- Advertisement -

ତେବେ ନାଗରାଜ କର୍ଣ୍ଣାଟକର ପ୍ରଥମ ନେତା ନୁହନ୍ତି, ଯାହାଙ୍କ ପାଖରେ ଏତେ ଦାମୀ କାର ରହିଛି। ରାଜ୍ୟରେ ଖଣି ପାଇଁ ଚର୍ଚ୍ଚିତ ଜନାର୍ଦ୍ଦନ ରେଡ୍ଡୀଙ୍କ ପାଖରେ ବି ଏଭଳି କାର ରହିଛି। ନାଗରାଜ ଏ​‌ତେ ଦାମୀ କାର କିଣିବାରେ କୌଣସି ଆଶ୍ଚର୍ଯ୍ୟ ହେବାର କଥା ନାହିଁ, କାରଣ ସେ ହେଉଛନ୍ତି ଦେଶର ଧନୀ ବିଧାୟକମାନଙ୍କ ମଧ୍ୟରୁ ଜଣେ। ବିଧାନସଭା ନିର୍ବାଚନ ସମୟରେ ତାଙ୍କ ସମ୍ପତ୍ତି ପରିମାଣ ୧ ହଜାର କୋଟି ଟଙ୍କାରୁ ଅଧିକ ବୋଲି ସତ୍ୟପାଠରେ ଦର୍ଶାଇଥିଲେ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories